୨୦୨୫ ଡିସେମ୍ବରରେ କାମ ସରିବ

ଯାଜପୁର ଅଫିସ,୧୧ା୯: ଓଡିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟ ଭାଗ ବଣ୍ଟା(କଷ୍ଟ ସେୟାରିଂ) ଛିଣ୍ଡୁ ନ ଥିବାରୁ ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ଏନେଇ ଧରିତ୍ରୀରେ ୨୦୨୧ ନଭେମ୍ବର ୭ରେ‘ଭାଗବଣ୍ଟା ଛୁଣ୍ଡୁନି,ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକରେ ଏକ ତଥ୍ୟଭିତ୍ତିକ ସବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ମର୍ମରେ ସୂଚନା ଅଧିକାର କର୍ମୀ ସତ୍ୟପ୍ରକାଶ ବେହୁରାଙ୍କ ଆବେଦନ ଉପରେ ପୂର୍ବତଟ ରେଳପଥର ଡେପୁଟି ଚିଫ୍‌ ଇଞ୍ଜିନିୟର ଜି.କେ. ରାଓ ୮ା୯ା୨୦୨୨ରେ ଉପରୋକ୍ତ ୩ ପ୍ରକଳ୍ପକୁ ମିଶାଇ ୧୨ ରେଳ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ରିପୋର୍ଟରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୬ ଓ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିକୁ ନେଇ ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦେବା ବିଷୟ ଉପରେ ପୂର୍ବତଟ ରେଳପଥ ପକ୍ଷରୁ ସର୍ତ୍ତ ରହିଛି। ଅନ୍ୟପକ୍ଷେ ଉକ୍ତ ରିପୋର୍ଟରେ ମଞ୍ଜୁରକୁ ୨୭ ବର୍ଷ ଅତିକ୍ରାନ୍ତ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାରେ ପୂର୍ବତଟ ରେଳପଥ ସକ୍ଷମ ହୋଇନାହିଁ।

ଜୟପୁର-ମାଲକାନଗିରି ୧୨୬ କିମି ନୂଆ ରେଳପ୍ରକଳ୍ପ ପାଇଁ ୨୩୪୩.୬୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଏଯାଏ ୫୮୯.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଓଡିଶା ଜମି ଏବଂ ପ୍ରକଳ୍ପ ଅଟକଳରୁ ୨୫% ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ବାକି ୭୫ ପ୍ରତିଶତ ନିର୍ମାଣ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେବାକୁ ହେବ ବୋଲି ଚୁକ୍ତି ହୋଇଛି। ହେଲେ ଏଯାଏ ଓଡିଶା ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର ସନ୍ତୋଷଜନକ ନୁହେଁ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କୁ ୧୬୭୬ ଏକର ରାଜସ୍ବ ଜମି ଓ ୧୧୫୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କର ବୋଲି ପୂର୍ବରୁ ପରାମର୍ଶ ଦିଆଯାଇଛି। ଏଭଳିସ୍ଥିତିରେ ଏହି ପ୍ରକଳ୍ପ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମିଳିଥିବା ପ୍ରତିଶ୍ରୁତି ପାଳନ ହୋଇ ପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଜୟପୁର-ନବରଙ୍ଗପୁର ୪୧.୯ କି.ମି. ନୂଆ ରେଳପ୍ରକଳ୍ପ ପାଇଁଁ ୭୪୭.୯୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରକଳ୍ପରେ ସମୁଦାୟ ଜମି ବାବଦ ଖର୍ଚ୍ଚ ଏବଂ ନିର୍ମାଣ ଖର୍ଚ୍ଚ ବାବଦକୁ ୪୨୫.୫୮ କୋଟି ଟଙ୍କା ଓଡିଶା ସରକାର ବହନ କରିବ। ତେବେ ଏଯାଏ ୪୭୬.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ହେଲେ ଏଯାଏ ଓଡିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ହସ୍ତାନ୍ତର ପ୍ରକ୍ରିୟା ଆଶାନୁରୂପ ହୋଇ ପାରିନାହିଁ। ୮୬୦ ଏକର ରାଜସ୍ବ ଜମି ଅଧିଗ୍ରହଣ ଏବଂ ୯,୬୯୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ତପତ୍ରତା ପ୍ରକାଶ କରିବାକୁ ପୂର୍ବରୁ ପରାମର୍ଶ ଦିଆଯାଇଛି।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳଲାଇନ ପ୍ରକଳ୍ପ ଓ ଜଗଦଲପୁର-କୋରାପୁଟ ମାର୍ଚ୍ଚ ୨୦୨୪, ବୁଢାପଙ୍କ-ସାଲେଗାଓଁ ଭାୟା ରଜତଗଡ ୩ୟ ଓ ୪ର୍ଥ ରେଳଲାଇନ ଏବଂ ତାଳଚେର ଫ୍ଲାଏଓଭର ସହ ଝାରପଡା-ବୁଢାପଙ୍କ ପ୍ରକଳ୍ପ ମାର୍ଚ୍ଚ ୨୦୨୫, କୋଟାଭଲସା-କୋରାପୁଟ ଓ କୋରାପୁଟ-ସିଙ୍ଗାପୁର ରୋଡ ପ୍ରକଳ୍ପ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ରିପୋର୍ଟରେ ପ୍ରତିଶ୍ରୁତି ମିଳିଛି। ନଉପଡା-ଗୁଣୁପୁର, ତାଲଚେର-ଅନୁଗୁଳ ନୂତନ ଲାଇନ ପ୍ରକଳ୍ପ ଏବଂ ବାଘୁଆପାଲ ଫ୍ଲାଏ ଓଭର ପ୍ରକଳ୍ପର ସମ୍ପୂର୍ଣ୍ଣ ସମୟ ଉପରେ ସ୍ପଷ୍ଟତା ନାହିଁ। ଖୋର୍ଦ୍ଧାରୋଡ-ବାଇପାସ(ଅର୍ଗୁଲ-ହରିପୁରଗ୍ରାମ) ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଅନେକ ଅବହେଳା ଯୋଗୁ ଓଡିଶାର ନୂତନ ରେଳପ୍ରକଳ୍ପଗୁଡିକ ଅସମାହିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri