୨୦୨୫ ଡିସେମ୍ବରରେ କାମ ସରିବ

ଯାଜପୁର ଅଫିସ,୧୧ା୯: ଓଡିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟ ଭାଗ ବଣ୍ଟା(କଷ୍ଟ ସେୟାରିଂ) ଛିଣ୍ଡୁ ନ ଥିବାରୁ ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ଏନେଇ ଧରିତ୍ରୀରେ ୨୦୨୧ ନଭେମ୍ବର ୭ରେ‘ଭାଗବଣ୍ଟା ଛୁଣ୍ଡୁନି,ପ୍ରକଳ୍ପ ବିଳମ୍ବିତ’ ଶୀର୍ଷକରେ ଏକ ତଥ୍ୟଭିତ୍ତିକ ସବିଶେଷ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ମର୍ମରେ ସୂଚନା ଅଧିକାର କର୍ମୀ ସତ୍ୟପ୍ରକାଶ ବେହୁରାଙ୍କ ଆବେଦନ ଉପରେ ପୂର୍ବତଟ ରେଳପଥର ଡେପୁଟି ଚିଫ୍‌ ଇଞ୍ଜିନିୟର ଜି.କେ. ରାଓ ୮ା୯ା୨୦୨୨ରେ ଉପରୋକ୍ତ ୩ ପ୍ରକଳ୍ପକୁ ମିଶାଇ ୧୨ ରେଳ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ଉକ୍ତ ରିପୋର୍ଟରେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳପ୍ରକଳ୍ପ ଯଥାକ୍ରମେ ଡିସେମ୍ବର ୨୦୨୬ ଓ ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି। କିନ୍ତୁ ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିକୁ ନେଇ ୨୦୨୨ ଡିସେମ୍ବର ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦେବା ବିଷୟ ଉପରେ ପୂର୍ବତଟ ରେଳପଥ ପକ୍ଷରୁ ସର୍ତ୍ତ ରହିଛି। ଅନ୍ୟପକ୍ଷେ ଉକ୍ତ ରିପୋର୍ଟରେ ମଞ୍ଜୁରକୁ ୨୭ ବର୍ଷ ଅତିକ୍ରାନ୍ତ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାରେ ପୂର୍ବତଟ ରେଳପଥ ସକ୍ଷମ ହୋଇନାହିଁ।

ଜୟପୁର-ମାଲକାନଗିରି ୧୨୬ କିମି ନୂଆ ରେଳପ୍ରକଳ୍ପ ପାଇଁ ୨୩୪୩.୬୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ଏଯାଏ ୫୮୯.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ଓଡିଶା ଜମି ଏବଂ ପ୍ରକଳ୍ପ ଅଟକଳରୁ ୨୫% ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ବାକି ୭୫ ପ୍ରତିଶତ ନିର୍ମାଣ ଖର୍ଚ୍ଚ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେବାକୁ ହେବ ବୋଲି ଚୁକ୍ତି ହୋଇଛି। ହେଲେ ଏଯାଏ ଓଡିଶା ସରକାରଙ୍କ ପକ୍ଷରୁ ଜମି ହସ୍ତାନ୍ତର ସନ୍ତୋଷଜନକ ନୁହେଁ ବୋଲି ସୂଚନା ମିଳିଛି। ରାଜ୍ୟ ସରକାରଙ୍କୁ ୧୬୭୬ ଏକର ରାଜସ୍ବ ଜମି ଓ ୧୧୫୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କର ବୋଲି ପୂର୍ବରୁ ପରାମର୍ଶ ଦିଆଯାଇଛି। ଏଭଳିସ୍ଥିତିରେ ଏହି ପ୍ରକଳ୍ପ ୨୦୨୬ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମିଳିଥିବା ପ୍ରତିଶ୍ରୁତି ପାଳନ ହୋଇ ପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଜୟପୁର-ନବରଙ୍ଗପୁର ୪୧.୯ କି.ମି. ନୂଆ ରେଳପ୍ରକଳ୍ପ ପାଇଁଁ ୭୪୭.୯୧ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହି ପ୍ରକଳ୍ପରେ ସମୁଦାୟ ଜମି ବାବଦ ଖର୍ଚ୍ଚ ଏବଂ ନିର୍ମାଣ ଖର୍ଚ୍ଚ ବାବଦକୁ ୪୨୫.୫୮ କୋଟି ଟଙ୍କା ଓଡିଶା ସରକାର ବହନ କରିବ। ତେବେ ଏଯାଏ ୪୭୬.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ହେଲେ ଏଯାଏ ଓଡିଶା ସରକାରଙ୍କ ପକ୍ଷରୁ ଆବଶ୍ୟକ ଜମି ହସ୍ତାନ୍ତର ପ୍ରକ୍ରିୟା ଆଶାନୁରୂପ ହୋଇ ପାରିନାହିଁ। ୮୬୦ ଏକର ରାଜସ୍ବ ଜମି ଅଧିଗ୍ରହଣ ଏବଂ ୯,୬୯୯ ଏକର ଜଙ୍ଗଲ ଜମି କିସମ ପରିବର୍ତ୍ତନ ପାଇଁ ତପତ୍ରତା ପ୍ରକାଶ କରିବାକୁ ପୂର୍ବରୁ ପରାମର୍ଶ ଦିଆଯାଇଛି।

ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳଲାଇନ ପ୍ରକଳ୍ପ ଓ ଜଗଦଲପୁର-କୋରାପୁଟ ମାର୍ଚ୍ଚ ୨୦୨୪, ବୁଢାପଙ୍କ-ସାଲେଗାଓଁ ଭାୟା ରଜତଗଡ ୩ୟ ଓ ୪ର୍ଥ ରେଳଲାଇନ ଏବଂ ତାଳଚେର ଫ୍ଲାଏଓଭର ସହ ଝାରପଡା-ବୁଢାପଙ୍କ ପ୍ରକଳ୍ପ ମାର୍ଚ୍ଚ ୨୦୨୫, କୋଟାଭଲସା-କୋରାପୁଟ ଓ କୋରାପୁଟ-ସିଙ୍ଗାପୁର ରୋଡ ପ୍ରକଳ୍ପ ମାର୍ଚ୍ଚ ୨୦୨୬ ସୁଦ୍ଧା ଶେଷ ହେବ ବୋଲି ରିପୋର୍ଟରେ ପ୍ରତିଶ୍ରୁତି ମିଳିଛି। ନଉପଡା-ଗୁଣୁପୁର, ତାଲଚେର-ଅନୁଗୁଳ ନୂତନ ଲାଇନ ପ୍ରକଳ୍ପ ଏବଂ ବାଘୁଆପାଲ ଫ୍ଲାଏ ଓଭର ପ୍ରକଳ୍ପର ସମ୍ପୂର୍ଣ୍ଣ ସମୟ ଉପରେ ସ୍ପଷ୍ଟତା ନାହିଁ। ଖୋର୍ଦ୍ଧାରୋଡ-ବାଇପାସ(ଅର୍ଗୁଲ-ହରିପୁରଗ୍ରାମ) ରେଳପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଭଳି ଅନେକ ଅବହେଳା ଯୋଗୁ ଓଡିଶାର ନୂତନ ରେଳପ୍ରକଳ୍ପଗୁଡିକ ଅସମାହିତ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?