୯୮ କିଲୋ ଗଞ୍ଜେଇ, ସ୍କର୍ପିଓ ଜବତ

ସୋନପୁର,୨୮।୮(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ଅବକାରୀ ମୋବାଇଲ ଟିମ୍‌ ପକ୍ଷରୁ ତେଲନଦୀ ବ୍ରିଜ୍‌ ପାର୍ଶ୍ୱରେ ଶନିବାର ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହୃତ ଏକ ନୂଆ ସ୍କର୍ପିଓ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ବ୍ୟବସାୟୀ ଛତିଶଗଡର ଜଞ୍ଜଗିରଚପା ଜିଲା ମାଲଖୋରୋଦା ଗ୍ରାମର ଭୋଜରାମ ପଙ୍କେଇ(୩୨)ଙ୍କୁ ଗିରଫ କରାଯାଇଛି। ଶନିବାର ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ସ୍କର୍ପିଓ ଡ୍ରାଇଭର ଛତିଶଗଡ ରାୟଗଡର ରାଜୁ ଯାଦବ ଫେରାର ହୋଇଯାଇଛନ୍ତି। ସେହିଭଳି ଗଞ୍ଜେଇ ଗାଡିକୁ ଆଗରେ ଏସକର୍ଟ ଦେଇ ଯାଉଥିବା ଅନ୍ୟ ଏକ ଗାଡି ଖସି ଯିବାରେ ସକ୍ଷମ ହୋଇଛି। ଅବକାରୀ ବିଭାଗର ତନଖି ସମୟରେ ସ୍କର୍ପିଓରୁ ୧୦୦ଟି ପ୍ୟାକେଟ୍‌ରେ ଥିବା ୯୮ କିଲୋ ଗଞ୍ଜେଇ ମିଳିଛି। ଗଞ୍ଜେଇ ବୌଦ୍ଧ ଜିଲା ଶଗଡାରୁ ଛତିଶଗଡର ବିଳାସପୁର ଅଞ୍ଚଳକୁ ଚାଲାଣ ହେଉଥିଲା। ବାଉଁଶୁଣୀ ଥାନା ଅଞ୍ଚଳର ଜଣେ ବ୍ୟବସାୟୀ ଏହି ଗଞ୍ଜେଇ ବିକ୍ରି କରିଥିବା ତଦନ୍ତରୁ ଜଣାପଡିଛି। ଅନ୍ୟପକ୍ଷେ ସ୍କର୍ପିଓର ନମ୍ବର ନକଲି। ଗାଡିରେ ଲାଗିଥିବା ନମ୍ବର ପ୍ଲେଟ୍‌ରେ ଓଡିଶାର ନମ୍ବର ଓଡି୧୭ଏମ-୯୧୬୦ ଲେଖାଥିବା ବେଳେ ଗାଡି ଭିତରୁ ଛତିଶଗଡର ନମ୍ବର ପ୍ଲେଟ ସିଜି୧୨ଏଏକ୍ସ-୬୫୦୪ ମିଳିଛି। ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢାଉ ନିର୍ଦ୍ଦେଶ ଦେଇଥିଲେ। ଡିଏସ୍‌ପି ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଳା। ପ୍ରକାଶ ଯେ, କନ୍ଧମାଳ ଓ ବୌଦ୍ଧ ଜିଲାରୁ ଗଞ୍ଜେଇ ସୁବର୍ଣ୍ଣପୁର ଜିଲା ଦେଇ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

ନିରଞ୍ଜନ-ପ୍ରମୋଦ, ପଦ୍ମନାଭ-ରଘୁନାଥ ଲଢ଼େଇ

ସୋନପୁର,୭।୪(ମୃତ୍ୟୁଞ୍ଜୟ ଶତପଥୀ)ଚଳିତ ନିର୍ବାଚନରେ ସୁବର୍ଣ୍ଣପୁର ଜିଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ଆସନରେ ପୁଣି ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି ଶାସକ ଓ ବିପକ୍ଷ ଦଳର...

କାର୍‌ରୁ ମିଳିଲା ୫୫ ଲକ୍ଷ ଟଙ୍କା

ବିନିକା,୬ା୪: କାର୍‌ରୁ ମିଳିଛି ଲକ୍ଷାଧିକ ଟଙ୍କା। ସୁବର୍ଣ୍ଣପୁର ଜିଲା ବିନିକା କଲେଜ ଛକରେ ଗାଡ଼ି ଚେକିଂ ବେଳେ ଏକ କାର୍‌ରୁ ୫୫ ଲକ୍ଷ ଟଙ୍କା ଜବତ...

ନେପାଳରେ ଚମକିଲେ ସୁବର୍ଣ୍ଣପୁରର ୩ କୁନି ମଡେଲ

ସୋନପୁର,୬ା୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ୩ ଝିଅ ନେପାଳର ରାଜଧାନୀ କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ମଡେଲିଂ ପ୍ରତିଯୋଗିତାରେ ଭାଗ ନେଇ ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri