୮୦ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା

ମାଲକାନଗିରି ଜିଲାର ୮୦ଟି ପଞ୍ଚାୟତରେ ବ୍ୟାଙ୍କ ବ୍ୟବସ୍ଥା ଓ ଟେଲିଫୋନ ସେବା ନାହିଁ। ଫଳରେ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାରେ ମୋଟ ୧୧୧ଟି ପଞ୍ଚାୟତ ଥିବା ବେଳେ ଏକତୃତୀୟାଂଶ ପଞ୍ଚାୟତକୁ ବାଦ୍‌ ଦେଲେ ଅନ୍ୟ ସବୁ ପଞ୍ଚାୟତରେ ଏହି ସେବା ଅପହଞ୍ଚ ହୋଇ ରହିଛି। କେବଳ ବ୍ଲକ ସଦର ମହକୁମା ଖଇରପୁଟ, ଚିତ୍ରକୋଣ୍ଡା, ପଡିଆ, କାଲିମେଳା, କୋରୁକୋଣ୍ଡା, ମାଥିଲି ଏବଂ ବାଲିମେଳା ଏନ୍‌ଏସି ଓ ମାଲକାନଗିରି ମ୍ୟୁନିସିପାଲିଟିରେ ସରକାରୀ ବେସରକାରୀ ଭାବେ ମୋଟ ୪୫ଟି ବ୍ୟାଙ୍କ ରହିଛି। ବିଶେଷ କରି ଚିତ୍ରକୋଣ୍ଡା, ପଡିଆ, କୁଡୁମୁଲୁଗୁମ୍ମା, ଖଇରପୁଟ, କାଲିମେଳା ବ୍ଲକରେ ଥିବା ଅନେକ ପଞ୍ଚାୟତବାସୀ ଏହି ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେକ୍‌ ଇନ୍‌ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଭଳି ଯୋଜନା ଆରମ୍ଭ କରାଯାଇ ସମସ୍ତ ଗ୍ରାମାଞ୍ଚଳ ଏବଂ ସମସ୍ତ ପଞ୍ଚାୟତରେ ଟେଲିଫୋନ, ବ୍ୟାଙ୍କ ଓ ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା କଥା କହୁଥିବା ବେଳେ ମାଲକାନଗିରି ଜିଲାରେ କିନ୍ତୁ ଏହାର ଚିତ୍ର ଭିନ୍ନ। ୭ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ମାଲକାନଗିରି ଜିଲାରେ ରହିଛି ମାତ୍ର ୪୫ଟି ବ୍ୟାଙ୍କ। ଏତେ ଲୋକଙ୍କୁ ମାତ୍ର ୪୫ଟି ବ୍ୟାଙ୍କ କିପରି ସେବା ଯୋଗାଉଥିବେ ତାହା ସହଜରେ ଅନୁମେୟ। ଏଠାରେ କିଛି ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା କାର୍ଯ୍ୟ କରୁଛି। ମାତ୍ର ତାହାକୁ ଲୋକମାନେ ସହଜରେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସରକାରୀ ଯୋଜନାରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ, ଏମ୍‌ଏନ୍‌ଆରଇଜିଏସ୍‌, ଜଳ ବିଭାଜିକା ପ୍ରକଳ୍ପ, କୃଷକଙ୍କୁ ମଣ୍ଡିରେ ଧାନର ପ୍ରାପ୍ୟ ଭଳି ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଅନ୍‌ଲାଇନ ବ୍ୟାଙ୍କିଙ୍ଗ୍‌ରେ ହେଉଛି। ସାଧାରଣ ଭାବରେ ଚିତ୍ରକୋଣ୍ଡାର ପଣସପୁଟ, ଜଡାମ୍ବ, ଅଣ୍ଡ୍ରାପାଲି, ରାଲେଗେଡା, ପାପରମେଟଲା, କୁର୍ମାନୁର, ପାପୁଲୁର, ମାଥିଲି ବ୍ଲକର ମହୁପଦର, କିଆଙ୍ଗ, ବଡଡୁରାଲ ଭଳି ଦୁର୍ଗମ ଅଞ୍ଚଳର ଲୋକମାନେ ବ୍ୟାଙ୍କକୁ ଆସିବାକୁ ହେଲେ ସେମାନଙ୍କୁ ୫୦ରୁ ୬୦ କିଲୋମିଟର ଚାଲିଚାଲି ଆସିବାକୁ ପଡିଥାଏ। ସବୁଠାରୁ ବଡ ସମସ୍ୟା ହେଉଛି ବହୁ ବ୍ଲକ ସଦର ମହକୁମାରେ ମୋବାଇଲ ନେଟ୍‌ଓ୍ବାର୍କ ଲିଙ୍କ୍‌ ନ ଥିବାରୁ ବ୍ୟାଙ୍କଗୁଡିକ ସପ୍ତାହରେ ୪/୫ ଦିନ କାର୍ଯ୍ୟକ୍ଷମ ହେଉନାହିଁ। ମାଲକାନଗିରି ଜିଲାରେ ୫୦ ମୋବାଇଲ ଟାଓ୍ବାରର ଆବଶ୍ୟକତା ଥିବା ବେଳେ ଅଦ୍ୟାବଧି ଏହି ଆବଶ୍ୟକତା ପୂରଣ ହୋଇପାରିନାହିଁ। ପ୍ରାୟ ୫୦ ପ୍ରତିଶତ ଗ୍ରାମାଞ୍ଚଳରେ ଲୋକେ ମୋବାଇଲ ଫୋନ୍‌ କ’ଣ ଜାଣିନାହାନ୍ତି। ବର୍ତ୍ତମାନ ମାଲକାନଗିରି ଜିଲାରେ ଚାଷୀ ମାନେ ଖରିଫ ଫସଲ ପାଇଁ ବିହନ ସାର ଖର୍ଦ୍ଦି କରିବା ପାଇଁ ବିଭିନ୍ନ ଲ୍ୟାମ୍ପ ଏବଂ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କଠାରୁ ଖର୍ଦ୍ଦି କରିବା ସମୟରେ ସେମାନଙ୍କୁ ମିଳିଥିବା ସରକାରଙ୍କ ରିହାତି ଟଙ୍କା ଅନ୍‌ଲାଇନ୍‌ରେ ଡିପୋଜିଟ୍‌ ହୁଏ। ମାତ୍ର ମାଲକାନଗିରି ଜିଲାରେ ଅଧିକାଂଶ ସମୟରେ ଟେଲିଫୋନ ଏବଂ ନେଟ୍‌ ସେବା ଅଚଳ ଅବସ୍ଥାରେ ଥିବାରୁ ଚାଷୀମାନେ ହଇରାଣ ହୋଇଥାନ୍ତି। ସାଧାରଣ ଲୋକେ ମଧ୍ୟ ଆଧାର କାର୍ଡ ସଂଶୋଧନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଅନ୍ୟପକ୍ଷରେ ଚିତ୍ରକୋଣ୍ଡା ବ୍ଲକରେ ଗୁରୁପ୍ରିୟା ସେତୁ ଲୋକାର୍ପିତ କରି ମୁଖ୍ୟମନ୍ତ୍ରୀ ସେହି ଅଞ୍ଚଳର ନାମ ସ୍ବାଭିମାନ ଅଞ୍ଚଳ ରଖିଛନ୍ତି। ଗୁରୁପ୍ରିୟା କାର୍ଯ୍ୟକ୍ଷମ ହେଲା ପରେ ବିଚ୍ଛିନ୍ନାଅଞ୍ଚଳର ୭ଟି ପଞ୍ଚାୟତରୁ କେବଳ ବଡପଡା ଏବଂ ପାପରମେଟ୍‌ଲା ପଞ୍ଚାୟତର କେତେକ ଅଞ୍ଚଳକୁ ଗମନାଗମନ ସୁବିଧା ହୋଇଛି। ସମ୍ପୃକ୍ତ ୭ ପଞ୍ଚାୟତରେ ଅଦ୍ୟାବଧି ଟେଲିଫୋନ ସେବା ଏବଂ ନେଟ୍‌ୱାର୍କ ସଂଯୋଗ ହୋଇ ପାରିନାହିଁି ା ଫଳରେ ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଏହି ଅଞ୍ଚଳଗୁଡିକରେ ମାଓବାଦୀଙ୍କ ଆଡ୍ଡାସ୍ଥଳି ପାଲଟିଛି ା
– ଦୁର୍ଯ୍ୟୋଧନ ପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri