୭ ମାସରେ ୯୧୪ ପରିବାରକୁ ୧୦୦ ଦିନର କାମ

କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍‌କାର୍ଡଧାରୀ ୩,୨୯,୬୦୫ ପରିବାର ମଧ୍ୟରୁ ୭ ମାସରେ ମାତ୍ର ୯୧୪ଟିକୁ ୧୦୦ ଦିନର କାର୍ଯ୍ୟ ମିଳିଛି। ସେହିପରି ଆର୍ଥିକ ବର୍ଷର ୭ ମାସ ବିତିଥିଲେ ମଧ୍ୟ ଆହୁରି ୬୫,୪୭୬ ପ୍ରକଳ୍ପ ଅଧୁରା ପଡ଼ିଛି। ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ତପତ୍ରତା ଦେଖାଯାଉନାହିଁ। ଜିଲାର ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ୪୨ଟି ପରିବାରକୁ ୧୦୦ଦିନର କାର୍ଯ୍ୟ ମିଳିଥିବା ବେଳେ ମାର୍ଶାଘାଇରେ ମାତ୍ର ୫୨ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଏହା ୬୦ ପରିବାରରେ ସୀମିତ ଅଛି। ଅପରପକ୍ଷରେ ଏହି ସମୟ ଅବଧି ମଧ୍ୟରେ ବଲାଙ୍ଗୀର ଜିଲାରେ ୧୩,୮୨୯, ଗଞ୍ଜାମରେ ୩୬,୬୧୦, କଳାହାଣ୍ଡିରେ ୮,୧୭୦, କନ୍ଧମାଳରେ ୧୯,୪୨୧, କେନ୍ଦୁଝରରେ ୯,୧୯୮, କୋରାପୁଟରେ ୯,୭୪୫, ନବରଙ୍ଗପୁରରେ ୮,୩୪୩, ନୂଆପଡ଼ାରେ ୮,୦୧୩ ଓ ସୁନ୍ଦରଗଡ଼ ଜିଲାରେ ୮,୩୨୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ତଥ୍ୟ ଅନୁଯାୟୀ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ପାଇଁ ରାଜକନିକା ବ୍ଲକ ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତକୁ ମଞ୍ଜୁରୀ ମିଳିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ଆଳି ବ୍ଲକ ଭୂଇଁପୁର ଓ ଦେସାହି ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ବ୍ୟତୀତ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ପାଇଁ ୩,୮୮୨ ପ୍ରକଳ୍ପ, ମରୁଡ଼ି ଭିତ୍ତିଭୂମି ପାଇଁ ୧୨,୯୫୫ ପ୍ରକଳ୍ପ, ବନ୍ୟା ନିରାକରଣ ପାଇଁ ୮୨ ପ୍ରକଳ୍ପ, ଭୂମି ଉନ୍ନତୀକରଣ ପାଇଁ ୪୯୭୧ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପାଇଁ ୩୬୨ ପ୍ରକଳ୍ପ, ଅନ୍ୟ କାର୍ଯ୍ୟ ପାଇଁ ୮ ପ୍ରକଳ୍ପ, ଖେଳପଡ଼ିଆ ପାଇଁ ୪୭ ପ୍ରକଳ୍ପ, ଗ୍ରାମାଞ୍ଚଳ ରାସ୍ତା ସଂଯୋଗ ପାଇଁ ୧୫,୦୩୪ ପ୍ରକଳ୍ପ, ଗ୍ରାମାଞ୍ଚଳ ପରିମଳ ପାଇଁ ୧୭୧୩ ପ୍ରକଳ୍ପ, ଜଳ ଅମଳ ପାଇଁ ୧୦,୭୪୬ ପ୍ରକଳ୍ପ ଓ ଭୂମି ଉନ୍ନତୀକରଣ ପାଇଁ ୧୩,୨୯୪ ପ୍ରକଳ୍ପ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଅଛି। ଏ ସମ୍ପର୍କରେ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଜିଲାରେ ଏହି କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି। ଫଳରେ ଜିଲାର ଯୁବବର୍ଗ କାମ ଅନ୍ବେଷଣରେ ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ଏଥିସହ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ସେଠାରେ ନିର୍ଯାତିତ ହେଉଥିବା ଖବର ବର୍ଷ ସାରା ଶୁଣିବାକୁ ମିଳୁଛି। କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଶ୍ରମିକ କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଶ୍ରମିକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଲୋକ ସମ୍ବଳ ଅଧିକ ଥିବାରୁ କର୍ମନିଯୁକ୍ତି ଏକ ସମସ୍ୟା ହୋଇଛି। ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ ପାଇଁ ମୋଟ ୮,୨୫,୩୩୯ ଜଣ ଜବ୍‌କାର୍ଡଧାରୀ ଭାବେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କୁ ଅନୂ୍ୟନ ୧୦୦ ଦିନର କାମ ଯୋଗାଇଦେବା ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଲକ୍ଷ୍ୟ ରହିବା କଥା। ତେବେ ଯୋଜନାରେ ମେଶିନ ଲଗାଉଥିବାରୁ ଶ୍ରମିକଙ୍କୁ କାର୍ଯ୍ୟ ମିଳୁନାହିଁ। ଫଳରେ ଜିଲାର ବହୁ ଉନ୍ନୟନ ପ୍ରକଳ୍ପ ଅଧା ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଚଳିତବର୍ଷ ବର୍ଷା ଓ ବନ୍ୟା ଯୋଗୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟକାରୀରେ ମନ୍ଥରତା ଆସିଥିଲା। ଏବେ ଏହାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?