୭ ମାସରେ ୯୧୪ ପରିବାରକୁ ୧୦୦ ଦିନର କାମ

କେନ୍ଦ୍ରାପଡ଼ା ଅଫିସ, ୮ା୧୧:ଗ୍ରାମାଞ୍ଚଳ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ଲାଗୁ ହୋଇଥିଲା। ଏହି ଯୋଜନା କେନ୍ଦ୍ରାପଡ଼ା ଜିଲାରେ ବାଟବଣା ହୋଇଛି। ଜିଲାର ମୋଟ ଜବ୍‌କାର୍ଡଧାରୀ ୩,୨୯,୬୦୫ ପରିବାର ମଧ୍ୟରୁ ୭ ମାସରେ ମାତ୍ର ୯୧୪ଟିକୁ ୧୦୦ ଦିନର କାର୍ଯ୍ୟ ମିଳିଛି। ସେହିପରି ଆର୍ଥିକ ବର୍ଷର ୭ ମାସ ବିତିଥିଲେ ମଧ୍ୟ ଆହୁରି ୬୫,୪୭୬ ପ୍ରକଳ୍ପ ଅଧୁରା ପଡ଼ିଛି। ଶ୍ରମିକ ବଦଳରେ ମେଶିନ ଦ୍ୱାରା କାର୍ଯ୍ୟ ହେଉଥିବା ଅଭିଯୋଗ ବାରମ୍ବାର ହେଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ ପ୍ରଶାସନିକ ସ୍ତରରେ ତପତ୍ରତା ଦେଖାଯାଉନାହିଁ। ଜିଲାର ଡେରାବିଶ ଓ ଗରଦପୁର ବ୍ଲକ ଅଞ୍ଚଳର ୪୨ଟି ପରିବାରକୁ ୧୦୦ଦିନର କାର୍ଯ୍ୟ ମିଳିଥିବା ବେଳେ ମାର୍ଶାଘାଇରେ ମାତ୍ର ୫୨ ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଏହା ୬୦ ପରିବାରରେ ସୀମିତ ଅଛି। ଅପରପକ୍ଷରେ ଏହି ସମୟ ଅବଧି ମଧ୍ୟରେ ବଲାଙ୍ଗୀର ଜିଲାରେ ୧୩,୮୨୯, ଗଞ୍ଜାମରେ ୩୬,୬୧୦, କଳାହାଣ୍ଡିରେ ୮,୧୭୦, କନ୍ଧମାଳରେ ୧୯,୪୨୧, କେନ୍ଦୁଝରରେ ୯,୧୯୮, କୋରାପୁଟରେ ୯,୭୪୫, ନବରଙ୍ଗପୁରରେ ୮,୩୪୩, ନୂଆପଡ଼ାରେ ୮,୦୧୩ ଓ ସୁନ୍ଦରଗଡ଼ ଜିଲାରେ ୮,୩୨୮ ପରିବାରକୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି।
ତଥ୍ୟ ଅନୁଯାୟୀ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ନିର୍ମାଣ ପାଇଁ ରାଜକନିକା ବ୍ଲକ ଅଧୀନ ତ୍ରୈଲୋକ୍ୟପୁର ପଞ୍ଚାୟତକୁ ମଞ୍ଜୁରୀ ମିଳିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ଆଳି ବ୍ଲକ ଭୂଇଁପୁର ଓ ଦେସାହି ପଞ୍ଚାୟତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏହା ବ୍ୟତୀତ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମାଞ୍ଚଳର ଭିତ୍ତିଭୂମି ପାଇଁ ୩,୮୮୨ ପ୍ରକଳ୍ପ, ମରୁଡ଼ି ଭିତ୍ତିଭୂମି ପାଇଁ ୧୨,୯୫୫ ପ୍ରକଳ୍ପ, ବନ୍ୟା ନିରାକରଣ ପାଇଁ ୮୨ ପ୍ରକଳ୍ପ, ଭୂମି ଉନ୍ନତୀକରଣ ପାଇଁ ୪୯୭୧ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପାଇଁ ୩୬୨ ପ୍ରକଳ୍ପ, ଅନ୍ୟ କାର୍ଯ୍ୟ ପାଇଁ ୮ ପ୍ରକଳ୍ପ, ଖେଳପଡ଼ିଆ ପାଇଁ ୪୭ ପ୍ରକଳ୍ପ, ଗ୍ରାମାଞ୍ଚଳ ରାସ୍ତା ସଂଯୋଗ ପାଇଁ ୧୫,୦୩୪ ପ୍ରକଳ୍ପ, ଗ୍ରାମାଞ୍ଚଳ ପରିମଳ ପାଇଁ ୧୭୧୩ ପ୍ରକଳ୍ପ, ଜଳ ଅମଳ ପାଇଁ ୧୦,୭୪୬ ପ୍ରକଳ୍ପ ଓ ଭୂମି ଉନ୍ନତୀକରଣ ପାଇଁ ୧୩,୨୯୪ ପ୍ରକଳ୍ପ ଅଦ୍ୟାବଧି ଅସମ୍ପୂର୍ଣ୍ଣ ଅଛି। ଏ ସମ୍ପର୍କରେ ଜଜାଙ୍ଗ ଗ୍ରାମର ହରେକୃଷ୍ଣ ବେହେରା କହିଛନ୍ତି, ଜିଲାରେ ଏହି କର୍ମନିଯୁକ୍ତି ଯୋଜନା ପ୍ରହସନ ପାଲଟିଛି। ଫଳରେ ଜିଲାର ଯୁବବର୍ଗ କାମ ଅନ୍ବେଷଣରେ ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ଏଥିସହ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ସେଠାରେ ନିର୍ଯାତିତ ହେଉଥିବା ଖବର ବର୍ଷ ସାରା ଶୁଣିବାକୁ ମିଳୁଛି। କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ଶ୍ରମିକଙ୍କ ପରିବର୍ତ୍ତେ ମେଶିନ ଦ୍ୱାରା କାର୍ଯ୍ୟ ହେଉଛି। ଏ ନେଇ ଜିଲା ପ୍ରଶାସନ ନିକଟରେ ବହୁବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଫଳରେ ଶ୍ରମିକ କର୍ମନିଯୁକ୍ତି ନ ପାଇ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଶ୍ରମିକ ନେତା ଗୟାଧର ଧଳ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। ଲୋକ ସମ୍ବଳ ଅଧିକ ଥିବାରୁ କର୍ମନିଯୁକ୍ତି ଏକ ସମସ୍ୟା ହୋଇଛି। ସରକାରଙ୍କ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟ ପାଇଁ ମୋଟ ୮,୨୫,୩୩୯ ଜଣ ଜବ୍‌କାର୍ଡଧାରୀ ଭାବେ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କୁ ଅନୂ୍ୟନ ୧୦୦ ଦିନର କାମ ଯୋଗାଇଦେବା ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଲକ୍ଷ୍ୟ ରହିବା କଥା। ତେବେ ଯୋଜନାରେ ମେଶିନ ଲଗାଉଥିବାରୁ ଶ୍ରମିକଙ୍କୁ କାର୍ଯ୍ୟ ମିଳୁନାହିଁ। ଫଳରେ ଜିଲାର ବହୁ ଉନ୍ନୟନ ପ୍ରକଳ୍ପ ଅଧା ପଡ଼ିରହିଛି। ଏ ସମ୍ପର୍କରେ ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରେ ଚଳିତବର୍ଷ ବର୍ଷା ଓ ବନ୍ୟା ଯୋଗୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାର୍ଯ୍ୟକାରୀରେ ମନ୍ଥରତା ଆସିଥିଲା। ଏବେ ଏହାକୁ ତ୍ୱରାନ୍ବିତ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri