୭ ଘଣ୍ଟା ସ୍ଥାନରେ ୩ ଘଣ୍ଟା କାମ କରୁଛନ୍ତି ସଫେଇ କର୍ମଚାରୀ: ପାର୍ବଣରେ ଅଳିଆ ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୬ା୧୦-ଅନୁଗୋଳ ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। ଏ ନେଇ ଠିକା ସଂସ୍ଥା ପକ୍ଷରୁ ତଦାରଖ କରାଯାଉ ନାହିଁ କି ତାଗିଦ ମଧ୍ୟ ହେଉନାହିଁ। ତେଣୁ ମନମାନି କରୁଥିବା କର୍ମଚାରୀମାନେ ଦୈନିକ ୭ ଘଣ୍ଟା ପରିବର୍ତ୍ତେ ମାତ୍ର ୩ ଘଣ୍ଟା କାମ କରୁଥିବାରୁ ସହରରେ ଅଳିଆ ଆବର୍ଜନା ପଡ଼ିରହୁଛି। ମଙ୍ଗଳବାର ଏପରି କାର୍ଯ୍ୟ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୌର ନିର୍ବାହୀ ଅଧିକାରୀ ଚିଠି ନଂ ୪୩୪୧୧/୧୫.୧୦.୧୯ରେ ରିପୋର୍ଟ ତଲବ କରିଛନ୍ତି।
ଅନୁଗୋଳ ସହର ସଫେଇ କରିବା ପାଇଁ ୧୩୧ ଜଣ କର୍ମଚାରୀ ନିଯୁକ୍ତି ଦେଇଛି ଠିକା ସଂସ୍ଥା। ସହରକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ତଦାରଖ ପାଇଁ ଜଣେ ଲେଖାଏ ସୁପରଭାଇଜର ନିଯୁକ୍ତି ଦିଆଯାଇଛି। କିନ୍ତୁ କୌଣସି ଜୋନରେ ଜଣେ ହେଲେ ବି ସୁପରଭାଇଜରଙ୍କୁ କାର୍ଯ୍ୟ ସମୟରେ ଦେଖିବାକୁ ମିଳୁନାହିଁ। ଏହା ଜାଣିବା ପରେ ପୌର କର୍ତ୍ତୃପକ୍ଷ ମଙ୍ଗଳବାର ଉକ୍ତ ଠିକା ସଂସ୍ଥାକୁ ରିପୋର୍ଟ ତଲବ କରିବା ସହ ତୁରନ୍ତ ଅଳିଆ ହଟାଇବା ନିମନ୍ତେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି। ଏହା ନ ହେଲେ ଚୁକ୍ତିନାମା ରଦ୍ଦ କରିଦିଆଯିବ ବୋଲି ଉକ୍ତ ଚିଠିରେ ନିର୍ବାହୀ ଅଧିକାରୀ ଉଲ୍ଲେଖ କରିଛନ୍ତି। ଏଥିସହ ପୌରପାଳିକା ସଫେଇ ବାବଦକୁ ଟଙ୍କାଟିଏ ବି ଦେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ସହର ସଫେଇ ପାଇଁ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଗୋଟିଏ ଘଣ୍ଟା ଖାଇବା ଛୁଟି ମଧ୍ୟ ରହିଛି। କିନ୍ତୁ ସଫେଇ କର୍ମଚାରୀମାନେ ସକାଳ ୬ଟାରୁ ଆସୁଥିଲେ ମଧ୍ୟ ପୂର୍ବାହ୍ନ ୯ଟାରେ କାମ ସାରି ଚାଲିଯାଉଛନ୍ତି। ଏହାପରେ ସେମାନଙ୍କୁ ଖୋଜିବା ବେଳକୁ କାହାରି ଦେଖା ମିଳୁନାହିଁ। ସହରରୁ ପ୍ରତ୍ୟେକ ଦିନ ୩ ଟ୍ରିପ୍‌ ଅଳିଆ ଉଠାଇବାକୁ ପୌରପାଳିକା ଯୋଜନା କରୁଥିଲେ ବି ସଫେଇ କର୍ମଚାରୀ ଗୋଟିଏ ଟ୍ରିପ୍‌ ଲୋଡ ଦେଉଛନ୍ତି। ଫଳରେ ସହରରେ ଅଳିଆ ସଫା କରିବାରେ ସମସ୍ୟା ହେଉଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ କହିଛନ୍ତି, ସହରର ଅଳିଆ ସଫା କରିବା ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ସଫେଇ କର୍ମଚାରୀମାନେ ମଧ୍ୟ ଖିଲାପ କରୁଛନ୍ତି। ଏଣିକି ଏଥିରେ ଢିଲା ମାରିଲେ ସଫେଇ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ। ଯଦି ଲୋକପ୍ରତିନିଧିମାନେ ଦୁଇଟି ସଫେଇ ମେଶିନ ଦାନ କରନ୍ତେ ତାହେଲେ ଅଳିଆ ସମସ୍ୟା ରୁହନ୍ତା ନାହିଁ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ କଲା ପୋଲିସ

ମାଲକାନଗିରି,୨୪।୪(ଦୁର୍ଯ୍ୟୋଧନ ପାତ୍ର): ନିର୍ବାଚନ ନେଇ ସୀମାରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚକୁ କଡାକଡି କରାଯାଉଛି। ଛତିଶଗଡ଼ ପଟୁ ଆସୁଥିବା ଏକ କାରକୁ ପୋଲିସ ଯାଞ୍ଚ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri