୭ ଘଣ୍ଟା ସ୍ଥାନରେ ୩ ଘଣ୍ଟା କାମ କରୁଛନ୍ତି ସଫେଇ କର୍ମଚାରୀ: ପାର୍ବଣରେ ଅଳିଆ ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୬ା୧୦-ଅନୁଗୋଳ ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। ଏ ନେଇ ଠିକା ସଂସ୍ଥା ପକ୍ଷରୁ ତଦାରଖ କରାଯାଉ ନାହିଁ କି ତାଗିଦ ମଧ୍ୟ ହେଉନାହିଁ। ତେଣୁ ମନମାନି କରୁଥିବା କର୍ମଚାରୀମାନେ ଦୈନିକ ୭ ଘଣ୍ଟା ପରିବର୍ତ୍ତେ ମାତ୍ର ୩ ଘଣ୍ଟା କାମ କରୁଥିବାରୁ ସହରରେ ଅଳିଆ ଆବର୍ଜନା ପଡ଼ିରହୁଛି। ମଙ୍ଗଳବାର ଏପରି କାର୍ଯ୍ୟ ସମ୍ପର୍କରେ ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ପୌର ନିର୍ବାହୀ ଅଧିକାରୀ ଚିଠି ନଂ ୪୩୪୧୧/୧୫.୧୦.୧୯ରେ ରିପୋର୍ଟ ତଲବ କରିଛନ୍ତି।
ଅନୁଗୋଳ ସହର ସଫେଇ କରିବା ପାଇଁ ୧୩୧ ଜଣ କର୍ମଚାରୀ ନିଯୁକ୍ତି ଦେଇଛି ଠିକା ସଂସ୍ଥା। ସହରକୁ ତିନୋଟି ଜୋନ୍‌ରେ ବିଭକ୍ତ କରି ତଦାରଖ ପାଇଁ ଜଣେ ଲେଖାଏ ସୁପରଭାଇଜର ନିଯୁକ୍ତି ଦିଆଯାଇଛି। କିନ୍ତୁ କୌଣସି ଜୋନରେ ଜଣେ ହେଲେ ବି ସୁପରଭାଇଜରଙ୍କୁ କାର୍ଯ୍ୟ ସମୟରେ ଦେଖିବାକୁ ମିଳୁନାହିଁ। ଏହା ଜାଣିବା ପରେ ପୌର କର୍ତ୍ତୃପକ୍ଷ ମଙ୍ଗଳବାର ଉକ୍ତ ଠିକା ସଂସ୍ଥାକୁ ରିପୋର୍ଟ ତଲବ କରିବା ସହ ତୁରନ୍ତ ଅଳିଆ ହଟାଇବା ନିମନ୍ତେ ପଦକ୍ଷେପ ନେବାକୁ ତାଗିଦ କରିଛନ୍ତି। ଏହା ନ ହେଲେ ଚୁକ୍ତିନାମା ରଦ୍ଦ କରିଦିଆଯିବ ବୋଲି ଉକ୍ତ ଚିଠିରେ ନିର୍ବାହୀ ଅଧିକାରୀ ଉଲ୍ଲେଖ କରିଛନ୍ତି। ଏଥିସହ ପୌରପାଳିକା ସଫେଇ ବାବଦକୁ ଟଙ୍କାଟିଏ ବି ଦେବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଛନ୍ତି। ସହର ସଫେଇ ପାଇଁ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ସେଥିରୁ ଗୋଟିଏ ଘଣ୍ଟା ଖାଇବା ଛୁଟି ମଧ୍ୟ ରହିଛି। କିନ୍ତୁ ସଫେଇ କର୍ମଚାରୀମାନେ ସକାଳ ୬ଟାରୁ ଆସୁଥିଲେ ମଧ୍ୟ ପୂର୍ବାହ୍ନ ୯ଟାରେ କାମ ସାରି ଚାଲିଯାଉଛନ୍ତି। ଏହାପରେ ସେମାନଙ୍କୁ ଖୋଜିବା ବେଳକୁ କାହାରି ଦେଖା ମିଳୁନାହିଁ। ସହରରୁ ପ୍ରତ୍ୟେକ ଦିନ ୩ ଟ୍ରିପ୍‌ ଅଳିଆ ଉଠାଇବାକୁ ପୌରପାଳିକା ଯୋଜନା କରୁଥିଲେ ବି ସଫେଇ କର୍ମଚାରୀ ଗୋଟିଏ ଟ୍ରିପ୍‌ ଲୋଡ ଦେଉଛନ୍ତି। ଫଳରେ ସହରରେ ଅଳିଆ ସଫା କରିବାରେ ସମସ୍ୟା ହେଉଛି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ଏ ନେଇ ପୌରନିର୍ବାହୀ ଅଧିକାରୀ କହିଛନ୍ତି, ସହରର ଅଳିଆ ସଫା କରିବା ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ସଫେଇ କର୍ମଚାରୀମାନେ ମଧ୍ୟ ଖିଲାପ କରୁଛନ୍ତି। ଏଣିକି ଏଥିରେ ଢିଲା ମାରିଲେ ସଫେଇ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରାଯିବ। ଯଦି ଲୋକପ୍ରତିନିଧିମାନେ ଦୁଇଟି ସଫେଇ ମେଶିନ ଦାନ କରନ୍ତେ ତାହେଲେ ଅଳିଆ ସମସ୍ୟା ରୁହନ୍ତା ନାହିଁ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ: ଆତ୍ମନିର୍ଭର, ସଶକ୍ତ ଓ ବିକଶିତ ଭାରତ ଗଢ଼ିବା ଆହ୍ବାନ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଶନିବାର ଜିଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ପତାକା…

OAS ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

କଳାହାଣ୍ଡିରେ ବିଦେଶୀ ଖବରଦାତା ଲୁଇସ୍ ଲାଫ୍ରାନ୍ସ

ଭବାନୀପାଟଣା, ୧୫।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ସ୍ପେନର ବରିଷ୍ଠ ଖବରଦାତା, ଗବେଷକ ତଥା ବ୍ଲଗର ଲୁଇସ୍ ଲାଫ୍ରାନ୍ସ ପରିଦର୍ଶନରେ ଆସିଛନ୍ତି। ଏହି ଗସ୍ତ ସମୟରେ…

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କଲେ ପତାକା ଉତ୍ତୋଳନ

ଭବାନୀପାଟଣା, ୧୫/୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଗରିମାର ସହ ପାଳିତ…

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri