Posted inଫୁରସତ

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ ୧୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ପ୍ରତିଦିନ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଆହତମାନଙ୍କୁ ସେବା ଯୋଗାଇଥାନ୍ତି। ଟ୍ରାଫିକ ନିୟମ ଭଙ୍ଗ କରି ସେ ଲୋକଙ୍କୁ ତୁରନ୍ତ ନେଇ ମେଡିକାଲରେ ପହଞ୍ଚାଇଥାନ୍ତି। ଅଟୋରେ ସେ ପାଷ୍ଟଏଡ୍‌ ବକ୍ସ ମଧ୍ୟ ରଖିଛନ୍ତି। ଏଥିରେ ବିଭିନ୍ନ ପ୍ରକାର ଔଷଧ ବି ରଖିଛନ୍ତି। ସାମାନ୍ୟ ଆହତ ହୋଇଥିବା ଲୋକ ଏଥିରୁ ଆରୋଗ୍ୟ ହୋଇଥାନ୍ତି। ଗୁରୁତର ରୋଗୀଙ୍କୁ ମାଗଣାରେ ସେ ନେଇ ମେଡିକାଲରେ ପହଞ୍ଚାଇ ଦିଅନ୍ତି। ରାସ୍ତାରେ ଦୁର୍ଘଟଣା ଘଟିବା ସମୟରେ ଲୋକେ ଭିଡିଓ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବାବେଳେ କାଳବିଳମ୍ବ ନ କରି ହରଜିନ୍ଦର ଆହତଙ୍କୁ ନେଇ ମେଡିକାଲରେ ପହଞ୍ଚାଇ ଦିଅନ୍ତି। ହରଜିନ୍ଦର ଦିଲ୍ଲୀର ଭଜନାପୁରରେ ସପରିବାର ରହୁଛନ୍ତି। ସକାଳ ୮ଟାରୁ ସେ ନିତ୍ୟକର୍ମ ସାରି ଅଟୋ ଧରି ବାହାରି ପଡ଼ନ୍ତି। ଏପରିକି ଔଷଧ ଏବଂ ମେଡିକାଲ ଖର୍ଚ୍ଚ ସେ ନିଜେ ବହନ କରିଥାନ୍ତି। ଏଥିପାଇଁ ସେ ଅଟୋରେ ଏକ ଦାନବାକ୍ସ ରଖିଛନ୍ତି। ଏଥିରୁ ମିଳୁଥିବା ଅର୍ଥକୁ ସେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଚିକିତ୍ସାରେ ଖର୍ଚ୍ଚ କରିଥାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri