୬ ବର୍ଷ ବିତିଲା, ଗଡ଼ିଲାନି ସିଟିବସ୍‌

ଭଦ୍ରକ ଅଫିସ,୬।୩ – ଦିନକୁ ଦିନ ଜନାକୀର୍ଣ୍ଣ ହେଉଛି ଭଦ୍ରକ ସହର। ସଡ଼କ ଓ ରେଳ ଯୋଗାଯୋଗ କ୍ଷେତ୍ରରେ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଭଦ୍ରକ ପୌରପାଳିକାରେ ସିଟିବସ୍‌ ସେବା ଏଯାଏ ଆରମ୍ଭ ହୋଇପାରି ନାହିଁ। ଫଳରେ ଦିନକୁ ଶତାଧିକ ଯାତ୍ରୀ ହଇରାଣ ହେଉଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ସିଟିବସ୍‌ ସେବା ଯୋଗାଇବା ସକାଶେ ୨୦୧୪ରେ ଉଦ୍ୟମ ହୋଇଥିଲା। ହେଲେ ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ ଏହି ସେବା ଆରମ୍ଭ ହୋଇପାରୁ ନାହିଁ। ଏହାମଧ୍ୟରେ ୬ ବର୍ଷ ବିତିଗଲାଣି। ବୈଠକ ପରେ ବୈଠକ ବସିଛି। କିନ୍ତୁ ଏହା କାର୍ଯ୍ୟକାରୀ ହେଉନି। ବାଲେଶ୍ୱର-ଭଦ୍ରକ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ନାମରେ କମିଟି ଗଠନ କରାଯାଇ ଏହି ଦୁଇ ଜିଲାର ଏନ୍‌ଏସି ଓ ସହର ମୁଖ୍ୟାଳୟକୁ ସିଟିବସ୍‌ ସେବା ଯୋଗାଇବା ଯୋଜନା କେବଳ ପରିକଳ୍ପନାରେ ଅଟକି ରହିଛି।
୧୯୫୦ମେ ୮ରେ ମାତ୍ର ୧୨ଟି ୱାର୍ଡକୁ ନେଇ ଭଦ୍ରକ ଏନ୍‌ଏସି ଘୋଷଣା ହୋଇଥିଲା। ଦୀର୍ଘ ୨୮ବର୍ଷ ପରେ ୧୯୮୮ ମେ ୨୩ରେ ଏହାକୁ ପୌରାଞ୍ଚଳ ଘୋଷଣା କରାଗଲା। ଏନ୍‌ଏସି ବେଳେ ଥିବା ୧୨ଟି ୱାର୍ଡ କ୍ରମେ ବୃଦ୍ଧି ପାଇ ୩୦ଟି ୱାର୍ଡ ହୋଇଥିଲା। ଭଦ୍ରକ ପୌରାଞ୍ଚଳ ହେବାର ଏହାମଧ୍ୟରେ ୩୨ ବର୍ଷ ବିତିଗଲାଣି। ଭଦ୍ରକ ମଧ୍ୟ ସବ୍‌ଡିଭିଜନରୁ ଜିଲାର ମାନ୍ୟତା ପାଇଛି। ଜିଲା ସଦରମହକୁମାରେ ଥିବା ଏହି ପୌରାଞ୍ଚଳରେ ଯେଭଳି ବିକାଶ ହେବା କଥା ତାହା ହୋଇପାରି ନାହିଁ। ସହରର ଜନସଂଖ୍ୟା ବଢ଼ିବା ସାଙ୍ଗକୁ ଆୟତନ ବଢ଼ିଛି। ଲୋକଙ୍କ ଗମନାଗମନର ସୁବିଧା ସକାଶେ ପୌରପାଳିକା ପକ୍ଷରୁ କିଛି ବ୍ୟବସ୍ଥା କରାଯାଇ ନାହିଁ। ରାନ୍ଦିଆସ୍ଥିତ ଫେକର ପାୱାର ପ୍ଲାଣ୍ଟ ଅଞ୍ଚଳରୁ ସହର ଆରମ୍ଭ ହୋଇ ଇଚ୍ଛାପୁର ପର୍ଯ୍ୟନ୍ତ ଲମ୍ବିଛି। ମା’ ଭଦ୍ରକାଳୀ ପୀଠଠାରୁ ଏହାର ପରିସୀମା ବୃଦ୍ଧି ପାଇ କୋରକୋରା, ଅର୍ଣ୍ଣପାଳ, ଗେଲଟୁଆ ଓ ନଳାଙ୍ଗ ପର୍ଯ୍ୟନ୍ତ ସହର ବଢ଼ି ଚାଲିଛି। ଚରମ୍ପାରୁ ରାଜପଥ କଡ଼ରେ ରାଣୀତାଲ ଯାଏ ସହର ବୃଦ୍ଧି ପାଇଛି। ପୌରପାଳିକାର ୱାର୍ଡ ପୁନର୍ଗଠନ ହେଲେ ୧୦ ସିଟିବସ୍‌ ଚାଲିବ ବୋଲି ନିଷ୍ପତ୍ତି ହୋଇଥିଲା। ତଦନୁଯାୟୀ ଭଦ୍ରକ ପୌରପାଳିକା ବସ୍‌ଷ୍ଟାଣ୍ଡ ଲାଗି ୪ ଏକର ଜାଗା ଏବଂ ନଗର ଉନ୍ନୟନ ବିଭାଗ ସିଟିବସ୍‌ ଯୋଗାଇ ଦେବା ବ୍ୟବସ୍ଥା ହୋଇଥିଲା। ପୌରପାଳିକା ଏହାର ପରିଚାଳନା କରିବ ବୋଲି ସ୍ଥିର ହୋଇଥିଲା। ଭଦ୍ରକ ସହର ମଧ୍ୟଭାଗରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡ, ଚରମ୍ପା ଓଏସ୍‌ଆର୍‌ଟିସି ବସ୍‌ଷ୍ଟାଣ୍ଡକୁ ଆଖି ଆଗରେ ରଖି ପୌରପାଳିକା ପ୍ରସ୍ତାବ ଦେଇଥିଲା। ମାତ୍ର ଏହା ପ୍ରସ୍ତାବରେ ଅଟକି ରହିଛି। ଏହି ଟ୍ରଷ୍ଟ କମିଟିରେ ଦୁଇ ଜିଲାର ଜିଲାପାଳ, ଏସ୍‌ପି, ଆର୍‌ଟିଓ ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ସଦସ୍ୟ ଅଛନ୍ତି। ବାଲେଶ୍ୱର ଜିଲାପାଳ ଟ୍ରଷ୍ଟର ଅଧ୍ୟକ୍ଷ ଅଛନ୍ତି। ଏହି ସମୟରେ ଯୋଜନା ହୋଇ ବାଲେଶ୍ୱର ସହରରେ ସିଟିବସ୍‌ ସେବା ଆରମ୍ଭ କରାଯାଇଥିବାବେଳେ ଭଦ୍ରକରେ ଆରମ୍ଭ ହୋଇନି। ଯୋଜନା ପ୍ରାରମ୍ଭରୁ ଭଦ୍ରକରୁ ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସିଟିବସ୍‌ ଚଳାଚଳ କରିବ ବୋଲି ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା, ଯାହା କି ଏଯାଏ କାର୍ଯ୍ୟକାରୀ ହୋଇପାରିଲାନି। ଏ ସମ୍ପର୍କରେ ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କୁ ପଚାରିବାରୁ କହିଛନ୍ତି, ସରକାରୀ ଯୋଜନା ଥିଲା ଏବଂ ବାଲେଶ୍ୱରରେ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ସେଠାରେ ଏହି ସେବା ଏବେ ବନ୍ଦ। ଏଣୁ ବିଭାଗ ପକ୍ଷରୁ ଭଦ୍ରକରେ ସିଟିବସ୍‌ ଚଲାଇବା ଯୋଜନା ସାମୟିକ ଭାବେ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri