କରୋନା ପାଇଁ ହାଇକୋର୍ଟଙ୍କ ସତର୍କତା: ୬୫ବର୍ଷ ବୟସ୍କ ଓକିଲଙ୍କୁ ଘରୁ ଭିଡିଓ କନ୍‌ଫରେନ୍ସ ସୁବିଧା

କଟକ ଅଫିସ୍‌,୮।୫: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ହାଇକୋର୍ଟ ଭିଡିିଓ କନଫରେନ୍ସ ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ହାଇକୋର୍ଟ ରେଜିଷ୍ଟ୍ରାର, ଆଡଭୋକେଟ୍‌ ଜେନେରାଲ୍‌ ଏବଂ ହାଇକୋର୍ଟ ଓକିଲ ସଂଘର କର୍ମକତ୍ତର୍ର୍ାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ଓକିଲମାନଙ୍କ ସୁରକ୍ଷା ନେଇ ଆଲୋଚନା କରାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କୁ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଏଣୁ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଓକିଲମାନଙ୍କୁ ଭିଡିଓ କନ୍‌ଫରେନ୍ସ ସୁବିଧା ପ୍ରଦାନ କରାଯିବ। ସେମାନେ ଚାହିଁଲେ ନିଜ ଘରୁ ଭିଡିିଓ କନ୍‌ଫରେନ୍ସ ଶୁଣାଣିରେ ଭାଗ ନେଇପାରିବେ। ତେବେ ଏଥିପାଇଁ ତାଙ୍କୁ ଆଗୁଆ ହାଇକୋର୍ଟଙ୍କୁ ଇ-ମେଲ୍‌ ଜରିଆରେ ଅବଗତ କରିବାକୁ ପଡ଼ିବ। ଆବେଦନ ବେଳେ ସେମାନଙ୍କ କେସ୍‌ ନମ୍ବର, ଆଇଟମ୍‌ ନମ୍ବର ଏବଂ ବେଞ୍ଚ ସମ୍ପର୍କରେ ଉଲ୍ଲେଖ କରିବାକୁ ହେବ। ଏଥିସହ ସେମାନଙ୍କ ଫୋନ୍‌ ନମ୍ବର ଏବଂ ଇ-ମେଲ୍‌ ଦେବାକୁ ପଡ଼ିବ। ସେମାନଙ୍କୁ ହାଇକୋର୍ଟ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ଲିଙ୍କ୍‌ ପଠାଯିବ, ଯାହାକୁ ବ୍ୟବହାର କରି ସେମାନେ ଶୁଣାଣିରେ ଭାଗନେଇପାରିବେ।
ସେହିଭଳି ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି। କାର୍ଯ୍ୟ ସରିବା ପରେ କୋର୍ଟ ପରିସରରେ ଉପସ୍ଥିତ ନ ରହିବା ପାଇଁ ଓକିଲମାନଙ୍କୁ ପରାମର୍ଶ ଦିଆଯାଇଛି। ହାଇକୋର୍ଟ କୋର୍ଟ ପରିସରରୁ ଭିଡିଓ କନ୍‌ଫରେନ୍ସରେ ଶୁଣାଣିରେ ଭାଗନେବା ବେଳେ ସାମାଜିକ ଦୂରତା ପାଳନ କରିବାକୁ ହେବ। ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଏନେଇ ଓକିଲଙ୍କୁ ଅବଗତ କରିବାକୁ କୁହାଯାଇଛି। ୪ କିମ୍ବା ୫ ଜଣ ଓକିଲ ହିଁ ଭିଡିିଓ କନ୍‌ଫରେନ୍ସ ରୁମ୍‌ରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ଯେଉଁଠାରେ ୫ରୁ ଅଧିକ କୋର୍ଟ କର୍ମଚାରୀ, ଆଇନ୍‌ଜୀବୀ, ଆବେଦନକାରୀଙ୍କ ଉପସ୍ଥିତ ଜରୁରୀ, ତୁରନ୍ତ ସେହି ସ୍ଥାନକୁ ବିଶୋଧନ କରିବା ପାଇଁ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର୍‌ଙ୍କୁ କୁହାଯାଇଛି। କୋର୍ଟ ଆଦେଶଗୁଡ଼ିକ ବିଶୋଧନ ହେବା ପରେ ହିଁ ବିଚାରପତିଙ୍କ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍‌ ବ୍ୟତୀତ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା ପାଇଁ ଡେପୁଟି ରେଜିଷ୍ଟ୍ରାର୍‌(ପ୍ରୋଟୋକଲ୍‌)ଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri