୬୪ ଗ୍ରାମସଭାରେ ଏନ୍‌ପିଆର ବିରୋଧରେ ରିଜୋଲ୍ୟୁଶନ୍‌ ପାସ

ବ୍ରହ୍ମପୁର ଅଫିସ,୬ା୩- ନାଗରିକତ୍ୱ ସଂଶୋଧନ ଆଇନ-୨୦୧୯(ସିଏଏ), ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି), ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର)କୁ ନେଇ ଏବେ ସାରାଦେଶରେ ହିଂସା ଦେଖାଦେଇଛି। ଓଡ଼ିଶାରେ ଏନ୍‌ପିଆର, ଏନ୍‌ଆରସି, ସିଏଏକୁ କାର୍ଯ୍ୟକାରୀ ନ କରିବାକୁ ଦାବି ହୋଇଛି। ଏନେଇ ବିଧାନସଭାରେ ପ୍ରସ୍ତାବ ଆଗତ କରିବାକୁ ଗୁରୁବାର ଗୋଷାଣୀନୂଆଗଁା ସନ୍ତୋଷୀମା’ ମନ୍ଦିର କଲ୍ୟାଣମଣ୍ଡପରେ ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ ଓ ଜନ ଜାଗରଣ ଅଭିଯାନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାବି କରାଯାଇଛି।
୧ରୁ କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନ୍‌ପିଆର) ସର୍ଭେ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ନାଗରିକତ୍ୱ ପ୍ରମାଣ ପାଇଁ ସରକାର ୨୧ ପ୍ରମାଣପତ୍ର ଦେଖାଇବାକୁ ବାଧ୍ୟତା ମୂଳକ କରିଛନ୍ତି। ଓଡିଶାରେ ଏହା ଲାଗୁ ହେଲେ ଆଦିବାସୀ, ଦଳିତମାନେ ନିଜର ନାଗରିକତ୍ୱ ପ୍ରମାଣ ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବା ସହ ନାଗରିକତ୍ୱ ହରାଇବେ ବୋଲି ଅଭିଯାନ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୧୯ ରୁ ଅଭିଯାନ ପକ୍ଷରୁ ଗଞ୍ଜାମ ଜିଲାର ୬ ବ୍ଲକରେ ଆୟୋଜିତ ହୋଇଥିବା ୬୪ ଗ୍ରାମସଭାରେ ଏନ୍‌ପିଆର, ଏନ୍‌ଆର୍‌ସି ସିଏଏକୁ ବିରୋଧ କରାଯାଇଛି। ଏହା ଓଡିଶାରେ ଲାଗୁ ନ କରିବାକୁ ରିଜୋଲ୍ୟୁଶନ ଆଗତ କରାଯାଇଛି। ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ହେବାକୁ ଥିବା ଜାତୀୟ ଜନସଂଖ୍ୟା ପଞ୍ଜିକା ସର୍ଭେ ଲାଗୁ କରା ନ ଯିବା ଦାବିରେ ମାର୍ଚ୍ଚ ୧୨ରେ ୬ ବ୍ଲକ ଘେରାଉ କରାଯିବ। ମାର୍ଚ୍ଚ ୧୮ରେ ବିଧାନସଭା ଘେରାଉ କରାଯିବା ସହ ଭବତ ସିଂଙ୍କ ଶହୀଦ ଦିବସରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିବା ନେଇ ଅଭିଯାନ ପକ୍ଷରୁ ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଖବରଦାତା ସମ୍ମିଳନୀରେ ମଧୁସୂଦନ ସେଠୀ, ବିଜୟ ସ୍ବାଇଁ, ଶ୍ରୀନିବାସ ରାଓ, ପ୍ରଫୁଲ୍ଲ ଶବର, ଗୋପାଳ କୃଷ୍ଣ ମଲ୍ଲିକ ଓ ହାଡୁଆ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri