୫-ଟି ସଚିବଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ମେଡିକାଲରେ ଛନକା: ସୌନ୍ଦର୍ଯ୍ୟ ବଢ଼ାଇବାକୁ ରଖାଗଲା ଫୁଲଗଛ

ଅନୁଗୋଳ ଅଫିସ, ୧୬ା୧୦- ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମର ତଦାରଖ ପାଇଁ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟ, ଥାନା, ମେଡିକାଲ ପରିଦର୍ଶନରେ ଯାଉଛନ୍ତି। କର୍ତ୍ତବ୍ୟରେ ଅବହେଳା ଥିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବାରୁ ଏବେ ଏହାକୁ ନେଇ ସବୁଠି ଛନକା ପଶିଯାଇଛି। ଏଥିରୁ ବାଦ୍‌ ପଡ଼ିନି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ମଙ୍ଗଳବାର ଅନୁଗୋଳ ମେଡିକାଲ ପରିଦର୍ଶନରେ ୫-ଟି ସଚିବ ଆସିବେ ବୋଲି ଚର୍ଚ୍ଚା ହେବା ପରେ ଚଳଚଞ୍ଚଳ ହୋଇପଡ଼ିଥିଲେ କର୍ତ୍ତୃପକ୍ଷ ଓ କର୍ମଚାରୀ। ମେଡିକାଲର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସମସ୍ତ ୱାର୍ଡ ଓ ଆଉଟଡୋର ସମ୍ମୁଖରେ ଫୁଲକୁଣ୍ଡମାନ ରଖାଯାଇଥିବା ବେଳେ ଘଣ୍ଟାକୁ ଘଣ୍ଟା ସଫେଇ ଓ ବ୍ଲିଚିଙ୍ଗ ପକାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏପରି କି ମେଡିକାଲ ପରିସରରେ ପାର୍କିଂ ବ୍ୟବସ୍ଥାରେ ମଧ୍ୟ ସୁଧାର ଅଣାଯାଇଥିଲା। ଧାଡ଼ିରେ ଲୋକଙ୍କୁ ଛିଡ଼ା କରାଇ ବହିର୍ବିଭାଗକୁ ଗୋଟିଏ ପରେ ଗୋଟିଏ ରୋଗୀଙ୍କୁ ଛଡ଼ାଯାଉଥିଲା। ଏଥିସହ ଗୁରୁତର ରୋଗୀଙ୍କୁ ପ୍ରାଥମିକତା ଦେଇ ଚିକିତ୍ସା କରାଯାଉଥିଲା। ମେଡିକାଲର ଟିକେଟ୍‌ କାଉଣ୍ଟର ପାଖରୁ ଆରମ୍ଭ କରି ନିରାମୟ ଔଷଧ ବିତରଣ କେନ୍ଦ୍ର ପର୍ଯ୍ୟନ୍ତ ସବୁଆଡ଼େ ନମ୍ର ବ୍ୟବହାର ଦେଖିବାକୁ ମିଳିଥିଲା। କିନ୍ତୁ ଅପରାହ୍ନରେ ଅନୁଗୋଳ ଏସ୍‌ପି ଜଗମୋହନ ମୀନା ମେଡିକାଲରେ ପହଞ୍ଚତ୍ବା ପରେ କର୍ତ୍ତୃପକ୍ଷ ଆଶ୍ୱସ୍ତ ହେବା ସହ ନିଜ ନିଜ ସ୍ଥାନରେ କାର୍ଯ୍ୟ କରିବାକୁ ଚାଲିଯାଇଥିଲେ।
ଏସ୍‌ପି ମୀନା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରିବା ପରେ ମେଡିକାଲ ଫାଣ୍ଡି ବୁଲି ଦେଖିଥିଲେ। ଫାଣ୍ଡିର ଉନ୍ନୟନ ପାଇଁ ଏସ୍‌ଡିପିଓ ଅଶ୍ୱନୀ ସାହୁ ଓ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କ ସହ ଏସ୍‌ପି ଆଲୋଚନା କରିଥିଲେ। ଏପରି କି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ରନାଥ ମହାନ୍ତିଙ୍କ ସହ ମଧ୍ୟ କଥା ହୋଇଥିଲେ। ଫାଣ୍ଡିରେ ୨୪ ଘଣ୍ଟିଆ ଡ୍ୟୁଟି କରିବାକୁ ଏସ୍‌ପି ନିର୍ଦ୍ଦେଶ ଦେବା ସହ ଉନ୍ନତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ହିସାବ ମାଗିଥିଲେ। ଫାଣ୍ଡିରେ ଶୌଚାଳୟ, ପୋଲିସ କର୍ମଚାରୀଙ୍କ ବିଶ୍ରାମ ଗୃହ ନିର୍ମାଣ କରାଯିବ। ଫାଣ୍ଡି ସମ୍ମୁଖରେ ବଡ଼ ଅକ୍ଷରେ ଏକ ବୋର୍ଡ ଲଗାଇବାକୁ ମଧ୍ୟ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri