Posted inବୌଦ୍ଧ

୫ ଜଣଙ୍କୁ ନେଇ ହେବ ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା  

ମନମୁଣ୍ଡା,୨୯।୫ (ଡି.ଏନ.ଏ.)- ଚଳିତବର୍ଷ କରୋନା କଟକଣା ଯୋଗୁ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ମନମୁଣ୍ଡାଠାରେ ଥିବା ଶ୍ରୀଦଧିବାମନଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ପୂଜକଙ୍କ ସମେତ ୫ ଜଣଙ୍କୁ ନେଇ କରାଯିବ ା ମନମୁଣ୍ଡା ରଥ କମିଟି ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ା ୧୫୦ ବର୍ଷ ତଳର ଶ୍ରୀଦଧିବାମନଜୀଉ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଛି ା ପ୍ରତିବର୍ଷ ଏଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ ା ଆସନ୍ତା ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ପଡୁଥିବାରୁ ରଥ କମିଟି ତରଫରୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ରାଧେଶ୍ୟାମ ସାହୁଙ୍କ ଆବାହକତ୍ୱରେ ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ବୈଠକରେ ରଥ କମିଟି ସଭାପତି ବିପ୍ରଚରଣ ବେହେରା ସଭାପତିତ୍ୱ କରିଥିଲେ । ଏଥିରେ କମିଟିର ସମ୍ପାଦକ ଗଣେଶ ଲୋଇ, କୋଷାଧ୍ୟକ୍ଷ ନରେନ୍ଦ୍ର ମେହେର, ସଭ୍ୟ ରାଜା ଅଗ୍ରୱାଲ, ଚନ୍ଦ୍ରଶେଖର ମେହେର, ଦଶରଥ ମେହେର, ନିରଞ୍ଜନ ହୋତା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବର୍ତ୍ତମାନ କରୋନା କଟକଣା ନେଇ ଧାର୍ମିକ ଉତ୍ସବକୁ ସରକାର ବନ୍ଦ କରିଥିବାରୁ କମିଟି ତରଫରୁ ବୌଦ୍ଧ ଉପଜିଲାପାଳଙ୍କ ସହ ଆଲୋଚନା ହୋଇଥିଲା ା ଏହି ଆଲୋଚନା ପରେ ମନ୍ଦିର ପୂଜକ ଗୋପୀନାଥ ହୋତା ଓ ୨ଜଣ ବ୍ରାହ୍ମଣ ସମେତ ମୋଟ ୫ଜଣଙ୍କ ଉପସ୍ଥିତିରେ ମାକ୍ସ ଲଗାଇ ସାମାଜିକ ଦୂରତା ଅବଳମ୍ବନ ପୂର୍ବକ କେବଳ ପୂଜା ଓ ରୀତିନୀତି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବାଦ୍ୟ, ଘଣ୍ଟ, ମାଇକ ବଜାକୁ ବନ୍ଦ କରାଯିବା ସହ ଭକ୍ତମାନେ ଗହଳି ନ କରିବା ପାଇଁ ସ୍ଥିର ହୋଇଛି । ସେହିପରି ରଥଯାତ୍ରା ଉପଲକ୍ଷେ ଠାକୁରଙ୍କ ସବୁ ରୀତିନୀତି ଚାଲୁ ରହିଥିବ ା
ସରକାର ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଲେ ତଥା ଏପଟେ ବୌଦ୍ଧ ଜିଲାପାଳ ବୌଦ୍ଧରେ ଅନୁମତି ଦେଲେ ରଥ ଟଣାଯିବ । ନଚେତ୍‌ ରଥଯାତ୍ରା ହେବ ନାହିଁ ବୋଲି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଖରାରେ ବି ଫୁଟିବ ପଦ୍ମ

ଘଣ୍ଟାପଡ଼ା/କଣ୍ଟାମାଳ,୨୧ା୪(ପ୍ରଭାତ କୁମାର ସାହୁ/ଆଦିତେଶ୍ୱର ମିଶ୍ର)ବୌଦ୍ଧ ଜିଲା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ମକର ପଡିଆରେ ଭାଜପାର ବିଶାଳ ଜନସମାବେଶ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ନାମଯଜ୍ଞବେଳେ ଫୁଟିଲା ଗୁଳି: ଜଣେ ଗୁରୁତର

କଣ୍ଟାମାଳ,୧୮।୪: କଣ୍ଟାମାଳ ଥାନା ଲମ୍ବେସ୍ବରୀ ଗ୍ରାମପଞ୍ଚାୟତର ପିପଲପାଳି ଗ୍ରାମରେ ରାମନବମୀ ପାଇଁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ।...

ପୁଣି କର୍ମଚାରୀ ଛଟେଇ କଲା ଗୁଗ୍‌ଲ

କାଲିଫର୍ନିଆ, ୧୮।୪: ବଡ ଆଇଟି କମ୍ପାନୀଗୁଡିକ ଆଜିକାଲି ଏକ ସମ୍ଭାବ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛନ୍ତି। ଖର୍ଚ୍ଚ ହ୍ରାସ କରିବାକୁ ଏହି କମ୍ପାନୀଗୁଡିକ କର୍ମଚାରୀଙ୍କ ଉପରେ ଛଟେଇ...

ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ

ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ...

ଟ୍ରକ୍‌ ସହ ମୁହାଁମୁହିଁ ପିଟିହେଲା ଯାତ୍ରୀବାହୀ ବସ୍‌, ୨୦ ଆହତ

ବୌଦ୍ଧ,୧୫ା୪(ଅଜିତ ବାରିକ) : ବୌଦ୍ଧ ଜିଲା ରାଣୀପଦର ଘାଟିରେ ସୋମବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri