Posted inରାଜ୍ୟ

୫୬୮ ଏକର ଜଙ୍ଗଲ ଜମି ଗାଏବ

କଟକ ଅଫିସ, ୮।୬: ରାଜଧାନୀ ଭୁବନେଶ୍ୱରର ୫୬୮ ଏକର ଜଙ୍ଗଲ ଜମି ଗାଏବ ହୋଇଯାଇଛି। ଏହାକୁ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି)ରେ ମାମଲା ରୁଜୁ ହୋଇଛି। ମାମଲାର ଶୁଣାଣି କରି ଏନ୍‌ଜିଟି ଖୋର୍ଦ୍ଧା ଜିଲାପାଳ ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କୁ ଘଟଣାର ସରଜମିନ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ବିଭାଗ ସଚିବ, ରାଜସ୍ବ ସଚିବ, ବିଡିଏ କର୍ତ୍ତୃପକ୍ଷ, ଖୋର୍ଦ୍ଧା ଜିଲାପାଳ, ଖୋର୍ଦ୍ଧା ଡିଏଫ୍‌ଓଙ୍କ ସହିତ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି, ଭୁବନେଶ୍ୱର ତହସିଲ ଅଧୀନ ଜୟଦେବ ବିହାର ମୌଜାର ଖାତା ନମ୍ବର ୧୪୨୭ରେ ଥିବା ୫୬୮ ଏକର ୩୯ ଡେସିମିଲ ଜଙ୍ଗଲ-୨ କିସମର ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରାଯାଇଛି। ଏହି ଜମିରେ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ ଓ କୋଠା ଆଦି ନିର୍ମାଣ କରାଯାଇଛି। ଜଙ୍ଗଲ ଜମିକୁ ଅଣଜଙ୍ଗଲ କାର୍ଯ୍ୟରେ ବ୍ୟବହାର କରିବା ନେଇ ଉଦ୍ଦିଷ୍ଟ ଜଙ୍ଗଲ ସଂରକ୍ଷଣ ଆଇନ-୧୯୮୦ ଅନୁଯାୟୀ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟଠାରୁ କୌଣସି ଅନୁମତି ଅଣାଯାଇନାହିଁ। ଏହାଦ୍ୱାରା କେବଳ ଜଙ୍ଗଲ ଆଇନର ଉଲ୍ଲଂଘନ ନୁହେଁ, ସୁପ୍ରିମକୋର୍ଟ ଆଦେଶର ଉଲ୍ଲଂଘନ ମଧ୍ୟ ହୋଇଥିବା ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ୧୯୯୬ ଡିସେମ୍ବର ୧୨ ତାରିଖରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ, ଜଙ୍ଗଲ କିସମର ଜମି ଯେକୌଣସି ଖାତାରେ ଥାଉ ନା କାହିଁକି ତାହା କେବଳ ଜଙ୍ଗଲ ଜମି ଭାବେ ମାନ୍ୟତା ପାଇବ। କିନ୍ତୁ ଏଠାରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ୨୦୧୭ ମେ ୧୫ରେ ଆବେଦନକାରୀ ନିଜେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବଙ୍କୁ ଦରଖାସ୍ତ ଲେଖି ଜଙ୍ଗଲ ଜମିର ଅପବ୍ୟବହାର ଉପରେ କଡ଼ା ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ମାତ୍ର ତାହା ଫଳପ୍ରଦ ହୋଇ ନ ଥିଲା। ଏପରି କି ୨୦୧୨ ମାର୍ଚ୍ଚରେ ସିଏଜି ତାଙ୍କ ରିପୋର୍ଟରେ ଉକ୍ତ ମୌଜାରେ ୭ ଏକର ଜଙ୍ଗଲ ଜମିକୁ କେତେକ ଘରୋଇ ବ୍ୟକ୍ତିବିଶେଷଙ୍କୁ ଅଯାଚିତ ଭାବେ ଦିଆଯାଇଥିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ଅନୁଯାୟୀ ଦେଖିଲେ ଭୁବନେଶ୍ୱରର ଦୁଇଟି ହୋଟେଲ ଓ ଅନ୍ୟ ଏକ ଘରୋଇ ସଂସ୍ଥାକୁ ୭ ଏକର ଜଙ୍ଗଲ ଜମି ଦିଆଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ।
ସେହିପରି ୨୦୧୭ ରାଜ୍ୟ ଜଙ୍ଗଲ ସର୍ଭେ ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲାରେ ମାତ୍ର ୧୬.୨୫ ପ୍ରତିଶତ ଜଙ୍ଗଲ ଥିବା କୁହାଯାଇଥିଲା। ଜାତୀୟ ବନ ନୀତି ଅନୁଯାୟୀ ଅତିକମ୍‌ରେ ୩୩ ପ୍ରତିଶତ ଜଙ୍ଗଲ ରହିବା କଥା। ଅନ୍ୟପକ୍ଷରେ ବିଡିଏ ଉକ୍ତ ଜମିର ପୂର୍ବପର ସ୍ଥିତି ଅନୁଧ୍ୟାନ ନ କରି ଜମି ଉପରେ ନିର୍ମାଣ ପାଇଁ ଅନୁମୋଦନ ଦେଇଥିବା ଆବେଦନକାରୀ ପିଟିଶନରେ ଉଲ୍ଲେଖ କରିଛନ୍ତି। ସରକାରୀ ଅଧିକାରୀମାନଙ୍କ ଦାୟିତ୍ୱହୀନତା ପାଇଁ ଜଙ୍ଗଲ ସମ୍ପଦ ଧ୍ୱଂସ ହେଉଥିବା ଆବେଦନକାରୀଙ୍କ ଓକିଲ ଶଙ୍କର ପ୍ରସାଦ ପାଣି କହିଛନ୍ତି। ଅଗଷ୍ଟ ୨୭ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଉକ୍ତ ଦିନ ସରକାର ସରଜମିନ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଏନ୍‌ଜିଟି ଆଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri