୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ ମାଡ଼ିମକଚି କାମ କରୁଥିବାବେଳେ ଉଡୁଥିବା ବିଷାକ୍ତ ପାଉଁଶରେ ଅଣନିଃଶ୍ୱାସୀ ହୋଇଗଲେଣି ଜନସାଧାରଣ। ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାଯାଉ ନ ଥିବାରୁ ପ୍ରଭାବିତ ଅଞ୍ଚଳବାସୀ ଏବଂ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି।
କୁନାଲ ଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍‌ ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରୁଛି। ପାଉଁଶ ପରିବହନ ଲାଗି ମୁଖ୍ୟତଃ ହାଇଓ୍ବା ବ୍ୟବହାର କରାଯାଉଛି। ପାଉଁଶ ଗୁଣ୍ଡ ପରିବହନ ବେଳେ ଅଧିକାଂଶ ଗାଡ଼ିରେ ପାଲ ବନ୍ଧାଯାଉନାହିଁ। ସାମାନ୍ୟ ପବନରେ ପାଉଁଶ ଗୁଣ୍ଡ ଉଡ଼ି ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏଥିରେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ଯାତ୍ରୀ ଏବଂ ବାଇକ୍‌ ଆରୋହୀ। ସେହିପରି ବଜାର ମଧ୍ୟରେ ପାଉଁଶ ପଡୁଥିବାରୁ ବ୍ୟବସାୟୀମାନେ ବେପାର କରିପାରୁନାହାନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବଜାର ରାସ୍ତାରେ ପାଣି ସିଞ୍ଚନ କରାଯାଉନାହିଁ।
ରାସ୍ତା କାର୍ଯ୍ୟରେ ନିୟୋଜିତ ଅସାଧୁ କର୍ମଚାରୀଙ୍କୁ ହାତକରି କେତେଜଣ ହାଇୱା ଚାଳକ ଡିଜେଲ ବଞ୍ଚାଇବା ଉଦ୍ଦେଶ୍ୟରେ ଠିକଣା ସ୍ଥାନରେ ପାଉଁଶ ନ ପକାଇ ଅନ୍ୟ ସ୍ଥାନରେ ଅନ୍‌ଲୋଡ୍‌ କରୁଛନ୍ତି। ଡିହଡୋଳ-ମହାବିରୋଡ଼ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ପାଉଁଶ ଗଦା କରାଯାଉଛି। କନ୍ତୋର ଗ୍ରାମ ନିକଟ ରେଙ୍ଗାଲି ବାମ କେନାଲ ହୁଡ଼ାରେ ବ୍ୟାପକ ପରିମାଣରେ ପାଉଁଶ ଜମା ହୋଇରହିଛି। ବର୍ଷା ହେଲେ ଉକ୍ତ ପାଉଁଶ କେନାଲରେ ପଶି ପାଣିକୁ ବିଷାକ୍ତ କରୁଛି। ଏଥିସହ କେନାଲ ପୋତି ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି। ଉଡ଼ନ୍ତା ପାଉଁଶ ଜନଜୀବନକୁ ଅତିଷ୍ଠ କରି ରଖିଥିବାବେଳେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବ୍ୟବସାୟୀ ସଂଘ। ପାଉଁଶ ପରିବହନ ବେଳେ ପାଣି ସିଞ୍ଚନ ନ କଲେ କିମ୍ବା ହାଇଓ୍ବାରେ ପାଲ ନ ବାନ୍ଧିଲେ ଗାଡ଼ି ଛଡ଼ାଯିବନାହିଁ ବୋଲି ବ୍ୟବସାୟୀମାନେ ଚେତାବନୀ ଦେଇଛନ୍ତି।
ଏ ନେଇ ଜଣେ ହାଇଓ୍ବା ଚାଳକ ନାମ ଗୋପନ ରଖି କୁହନ୍ତି, ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତେ ନିକଟତମ ସ୍ଥାନରେ ପାଉଁଶ ପକାଇଲେ ତେଲ ଖର୍ଚ୍ଚ ବଞ୍ଚତ୍ୟାଉଛି। ଏଥିପାଇଁ ସୁପରଭାଇଜରଙ୍କୁ ଅର୍ଥ ଦେବାକୁ ପଡୁଛି। ବିଳମ୍ବ ହେବା ଆଶଙ୍କା ଥିବାରୁ ପାଲ ବାନ୍ଧୁ ନ ଥିବା ସେ କହିଛନ୍ତି। ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ତ୍ରିଲୋଚନ ମଲ୍ଲିକ କୁହନ୍ତି, କେନାଲ ପାର୍ଶ୍ୱରେ ପାଉଁଶ ଢଳାଯାଉଥିବା ସମ୍ପର୍କରେ କୌଣସି ସୂଚନା ନାହିଁ। କ୍ଷେତ୍ର ପରିଦର୍ଶନ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri