୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍‌ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଥିଲା। ସୋମବାର ସନ୍ଧ୍ୟାରେ ତାଙ୍କୁ ସୋରସ୍ଥିତ ପୁରୁବାଇ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।
ଚମାରଗାଁ ପଞ୍ଚାୟତର ଚାଫଲା ଗ୍ରାମର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡ଼ିଥିଲେ। ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ନିଜର ୫ବର୍ଷର ଝିଅକୁ ଧରି ଜଳେଶ୍ୱରର ବିଭିନ୍ନ ସ୍ଥାନ ବୁଲିଥିଲେ। ଶେଷରେ ଗତ ନଭେମ୍ବରରେ ୬୦ନଂ. ଜାତୀୟ ରାଜପଥରେ ନିଜ ଝିଅକୁ ନନ୍ଦିକା ନିକଟରେ ଛାଡ଼ି ଅନ୍ୟଜଣେ ବ୍ୟକ୍ତିଙ୍କ ସହିତ ଫେରାର ହୋଇଯାଇଥିଲେ। ସେଠାରେ ଦୀର୍ଘ ସମୟ ଧରି ଝିଅଟି କାନ୍ଦୁଥିବା ବେଳେ ଗୋପୀମୋହନପୁର ପଞ୍ଚାୟତର ମହିଷାମୁଁଣ୍ଡା ଗାଁର ଜଣେ ବ୍ୟକ୍ତି ତାଙ୍କୁ ନେଇଯାଇ ଘରେ ରଖିଥିଲେ। ସେ ତାଙ୍କ ଘରେ ବିଭିନ୍ନ କାମରେ ନିୟୋଜିତ କରୁଥିବା ଜାଣି ନିକଟସ୍ଥ ସରସିଦା ଗ୍ରାମରେ ଥିବା ଆନନ୍ଦାୟନ କନ୍ୟାଶ୍ରମର ସମ୍ପାଦିକା କାଞ୍ଚନବାଳା ପରିଡ଼ା ତାଙ୍କୁ ନେବା ପାଇଁ ନିବେଦନ କରିଥିଲେ ା ମାତ୍ର ସେଥିରେ ସେ ଅମଙ୍ଗ ହେବାରୁ ଜଳେଶ୍ୱର ପୋଲିସର ଆଶ୍ରୟ ନିଆଯାଇଥିଲା। ମାତ୍ର ସେଥିରେ ବିଫଳ ହେବାରୁ କନ୍ୟାଶ୍ରମର ସମ୍ପାଦିକା ଚାଇଲ୍ଡଲାଇନ୍‌କୁ ଜଣାଇବା ପରେ ରବିବାର ସନ୍ଧ୍ୟାରେ ବାଲେଶ୍ୱର ଚାଇଲ୍ଡଲାଇନ ନିର୍ଦ୍ଦେଶରେ ବାଲିଆପାଳ ଚାଇଲ୍ଡଲାଇନର କ୍ରିଷ୍ଣା ଅଣ୍ଡିଆ ଜଳେଶ୍ୱର ପୋଲିସ ସହାୟତାରେ ଝିଅକୁ ଉଦ୍ଧାର କରିଥିଲେ। ସୋମବାର ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଭାଗିରଥି ବାରିକ, ସଭ୍ୟ ଗଣେଶ୍ୱର ରାଉତ, ଆଶିଷ ଘୋଷ, ପଦ୍ମଲୋଚନ ଦତ୍ତ ଓ ଗୌରରାଣୀ ଉପାଧ୍ୟାୟ ପ୍ରମୁଖଙ୍କ ନିକଟରେ ହାଜର କରାଯାଇଥିଲା। ପରେ ଶିଶୁକୁ ସୋର ପୁରୁବାଈସ୍ଥିତ କନ୍ୟାଶ୍ରମକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri