୪୮୦ ବସ୍ତା ୟୁରିଆ ସାର ବାଟରୁ ଉଭାନ ଧରାପଡିଲା

ବଡ଼ଗାଁ, ୨୫।୯ (ଡି.ଏନ.ଏ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମସ୍ଥିତ ସମବାୟ ସମିତି (ଲ୍ୟାମ୍ପ୍ସ)ର କର୍ମଚାରୀମାନେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଘଟଣା ଗୋଟିଏ ପରେ ଗୋଟିଏ ଲୋକ ଲୋଚନକୁ ଆସୁଛି। ଭୂତ କର୍ମଚାରୀ ଦର୍ଶାଇ, ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ସମବାୟ ସମିତିର ଅର୍ଥ ଜମା କରି ଓ ଋଣ କରି ଉଠାଣ ହୋଇଥିବା ଜଣାପଡିଥିଲା ବେଳେ ଚାଷୀମାନଙ୍କୁ ସୁଲଭମୂଲ୍ୟରେ ଦେବା ପାଇଁ ଆସିଥିବା ୟୁରିଆ ସାର ଲ୍ୟାମ୍ପ୍ସର ଗୋଦାମରେ ନ ପହଞ୍ଚତ୍ ବାଟରୁ ଉଭାନ ହେବା ଭଳି ଆଉ ଏକ ଦୁର୍ନୀତି ଧରାପଡିଛି। ଦିଅଁ ସହିତ ଖଟୁଲି ଖାଇବା ଭଳି ଏକାଧିକ ଘଟଣା ଜଣାପଡିଲା ପରେ ଚାଷୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣା ହେଲା ୨୦୧୩ ଅଗଷ୍ଟ ୩୦ ତାରିଖ ପାନପୋଷ ମାର୍କଫେଡରୁ ୪୦୦ କୁଇଣ୍ଟାଲ ୟୁରିଆ ସାର ବସ୍ତା (ବିଲ ନଂ. ୨୭୪୭୬) ସାହାଜବାହାଲ ଲ୍ୟାମ୍ପ୍ସକୁ ଯୋଗାଣ ହୋଇଥିଲା । ୨ଲକ୍ଷ ୫୯ ହଜାର ୨୭୯ ଟଙ୍କା ମୂଲ୍ୟର ସାର ବସ୍ତା ନେଇ ଆସୁଥିବା ଯାନ ଲ୍ୟାମ୍ପ୍ସର ଗୋଦାମକୁ ପହଞ୍ଚତ୍ ନ ଥିଲା। ଅସାଧୁ କର୍ମଚାରୀମାନେ ବାଟରୁ ସମସ୍ତ ସାର ଉଭାନ କରିଦେଇଥିଲେ। ସେହିପରି ୨୦୧୩ ନଭେମ୍ବର ୭ ତାରିଖ ରାଉରକେଲା ମାର୍କଫେଡରୁ ୧୪୦ ବସ୍ତା ୟୁରିଆ ସାର (ବିଲ ନଂ. ୨୪୦୩୨) ଲ୍ୟାମ୍ପ୍ସକୁ ଯୋଗାଣ ହୋଇଥିଲା। କିନ୍ତୁ ଗୋଦାମରେ ଶହେ ବସ୍ତା ରଖି ବାକି ୪୦ ବସ୍ତା ହଡପ କରାଯାଇଥିଲା । ଏହି ସବୁ ଦୁର୍ନୀତି ଉପରେ ଅଭିଯୋଗକ୍ରମେ ତଦନ୍ତ ଆରମ୍ଭ ହୋଇଛି। ସେ ସମୟର ଲ୍ୟାମ୍ପ୍ସ ଏମ୍‌ଡି ଚୁଡାମଣୀ ବେହେରାଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହି ଲ୍ୟାମ୍ପ୍ସରେ ୨୦୧୦ ରୁ ୨୦୧୮ ମସିହା ମଧ୍ୟରେ ପ୍ରାୟ ଦେଢ଼ କୋଟି ଟଙ୍କା ଚଞ୍ଚକତା, ଅନିୟମିତତା, ଦୁର୍ନୀତି କରି କର୍ମଚାରୀମାନେ ନେଇଯାଇଥିବା ଆଶଙ୍କା କରାଯାଉଛି। ଲ୍ୟାମ୍ପ୍ସରେ ପରିଚାଳନା ଦ୍ୱାରା ଏମଡି ନିଯୁକ୍ତି କରାଯାଇଥିଲେ ମଧ୍ୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ଲ୍ୟାମ୍ପ୍ସ ଏମଡି ଦାୟୀତ୍ୱ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ସଂସ୍ଥାକୁ ଖୋଳ କରାଯାଇଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ସଂସ୍ଥାକୁ ସଜାଡି ଠିକ ପରିଚାଳନା କରିବା ଦିଗରେ ଉଚ୍ଚ ଅଧିକାରୀମାନେ ଦୃଷ୍ଟି ଦେବା ଓ ଅସାଧୁ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?