୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା

( ପରିକ୍ଷିତ ସାହୁ )
ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୪ଦିନ ଧରି ଚାଲିବ। ସେହିପରି ୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସ୍ଥିର ହୋଇଛି। ଚଳିତ ବର୍ଷ ଏହି ଯାତ୍ରା ୪୨ ବର୍ଷରେ ପଦାର୍ପଣ କରିଛି l ପୂର୍ବରୁ ଖୁବ୍‌କମ ବଜେଟରେ ଯାତ୍ରା କରାଯାଉଥିବାବେଳେ ଚଳିତ ବର୍ଷ ୪ ଲକ୍ଷ ଟଙ୍କା ବ୍ୟୟ କରିବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଯାତ୍ରାକୁ ଧୁମ୍‌ଧାମରେ ପାଳନ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି।
ବଇଣ୍ଡା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ଦେବଗଡ଼ ଜିଲା ଆଉଁଳୀ ନଈ କୂଳର ଅଖ୍ୟାତ ଗ୍ରାମରୁ ବୈଷ୍ଣବ ଧର୍ମର ସାଧକ ପିଚୁଣ୍ଡୁବାବା ନୁନୁକାପଶି ପଞ୍ଚାୟତର ଆନନ୍ଦମୁଣ୍ଡା ଗ୍ରାମରେ ମଠ କରି ରହୁଥିଲେ। ପରେ ବାବା ବଇଣ୍ଡା, ଆନନ୍ଦମୁଣ୍ଡା, କଦଳୀମୁଣ୍ଡା ଗ୍ରାମବାସୀଙ୍କୁ ଏକାଠି କରି ଚନ୍ଦନ ଯାତ୍ରା ଆରମ୍ଭ କରିଥିଲେ। ମାତ୍ର ପରେ ଆନନ୍ଦମୁଣ୍ଡା ଓ କଦଳୀମୁଣ୍ଡା ଗ୍ରାମବାସୀ ଏହି ଯାତ୍ରାରୁ ଓହରି ଯାଇଥିଲେ। କେବଳ ବଇଣ୍ଡା ଗ୍ରାମବାସୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଛନ୍ତି। ବାବାଙ୍କ ପରାମର୍ଶକ୍ରମେ ଗ୍ରାମବାସୀ ଏକତ୍ରିତ ହୋଇ ପାପସରା ଗ୍ରାମରୁ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମାକୁ ଆଣିବାପରେ ବାବା ରଖିଥିବା ପ୍ରଭୁ ରାଧାକୃଷ୍ଣଙ୍କ ପ୍ରତିମାକୁ ନେଇ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ପାପସରା ଗ୍ରାମରୁ ପ୍ରଭୁ ରାଧାକୃଷ୍ଣଙ୍କୁ ଆଣି ଯାତ୍ରା କରାଯାଉଥିବା ଯୋଗୁ ସମସ୍ୟା ସୃଷ୍ଟି ହେବାରୁ ଗ୍ରାମବାସୀ ୧୯୮୯ରେ ପୁରୀରୁ ଚଳନ୍ତି ପ୍ରତିମା ଆଣି ବଇଣ୍ଡାଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା କରିଥିଲେ। ସେବେଠାରୁ ପୂଜାର୍ଚ୍ଚନା କରାଯାଇ ପ୍ରଭୁଙ୍କ ଯାତ୍ରା କରାଯାଉଛି। ତେବେ ୪୨ ବର୍ଷ ତଳେ ଉକ୍ତ ଯାତ୍ରାରେ ଯେତିକି ଜନସାଧାରଣଙ୍କ ସମାଗମ ହେଉଥିଲା ଏବେ ତାହା ବୃଦ୍ଧି ପାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଯାତ୍ରାର ବିଶେଷ ଆକର୍ଷଣ ହୋଇଥିବାବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରା ଦେଖିବା ପାଇଁ ଭିଡ଼ ଜମାଇଥାନ୍ତି। ଏଥିସହିତ ଛୋଟଛୋଟ ପିଲାଙ୍କୁ ନେଇ ଚଳିତ ବର୍ଷ ଏକ ନୂତନ ଭାବରେ ଶିଶୁ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଯାତ୍ରାରେ ବଇଣ୍ଡାର ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି।
ଏ ନେଇ ବଇଣ୍ଡା ଗ୍ରାମର ସଭାପତି ଚିନ୍ତାମଣି ପ୍ରଧାନ, ବରିଷ୍ଠ ନାଗରିକ ଭଗବାନ ଘିଓ୍ବାଲା, ଯାତ୍ରା କମିଟିର ସଦସ୍ୟ ପ୍ରତାପ ପ୍ରଧାନ, ରମାକାନ୍ତ ବେହେରା କହିଛନ୍ତି, ଚନ୍ଦନ ଯାତ୍ରା ପାଇଁ ବଇଣ୍ଡା ଜିଲାର ବିଭିନ୍ନ ଅଞ୍ଚଳରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। କିଭଳି ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପାଳନ ହେବ ସେଥିପାଇଁ ଗ୍ରାମବାସୀ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି। ୪ ଦିନ ଧରି ଏହି ଯାତ୍ରା ପାଳିତ ହେବ। ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ୪ ଲକ୍ଷ ଟଙ୍କାର ଅଟକଳ କରାଯାଇଛି। ଅନ୍ୟପକ୍ଷରେ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ମଙ୍ଗଳବାର ବଇଣ୍ଡା ଫାଣ୍ଡି ପରିସରରେ ବଇଣ୍ଡା ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫାଣ୍ଡି ଅଧିକାରୀ ଆର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଠମଲ୍ଲିକ ଏସ୍‌ଡିପିଓ ଏସକେ. କରିମ, ହଣ୍ଡପା ଥାନା ଅଧିକାରୀ ଲବ ବୋଡ଼ା, ଏଏସ୍‌ଆଇ ପିକେ ଆଇଚ, ବଇଣ୍ଡା ଗ୍ରାମ ସଭାପତି ଚିନ୍ତାମଣି ପ୍ରଧାନ, ସମ୍ପାଦକ ଜିତେନ୍ଦ୍ର ପ୍ରଧାନ, ଆଇନଜୀବୀ ପ୍ରତାପ ପ୍ରଧାନ, ପରିକ୍ଷିତ ସାହୁ, ଲଚ୍ଛମନ ଦାସ ପ୍ରମୁଖ ଯୋଗ ଦେଇ ଶାନ୍ତିଶୃଙ୍ଖଳାରେ ଯାତ୍ରା ପାଳନ ଉପରେ ଗୁରୁତ୍ୱ ଦେଇଥିଲେ। ରାତି ୧୦ଟା ପରେ ୫୫ ନଂ. ଜାତୀୟ ରାଜପଥ ବାଇପାସରେ ଗାଡ଼ି ଛଡ଼ାଯିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଜନସାଧାରଣଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯିବାକୁ ବ୍ୟବସ୍ଥା ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

୩ ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ, ଗ୍ରାମବାସୀ କହିଲେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୭ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଜଳଭଣ୍ଡାର ଭିତରେ ଥିବା କୁମିଆପାଲି ଗାଁର ଲୋକଙ୍କୁ ଗାଁ ଛାଡ଼ିବାକୁ ଲୋୟର ସୁକ୍‌ତେଲ ଥଇଥାନ, ପୁନର୍ବାସ, ଶିବିର ଓ…

ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା…

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଦ୍ୱିତୀୟ ଦିନରେ ଶ୍ରୀଜୀଉଙ୍କ ରଥ ଟଣା, ଶରଧାବାଲିରେ ତାଳଧ୍ବଜ ରଥ

ପୁରୀ,୬।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି। ରଥଯାତ୍ରାର ଦ୍ୱିତୀୟ ଦିନରେ ଭକ୍ତ ଶ୍ରଦ୍ଧାର ସହିତ ରଥ ଟାଣିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri