୪୦୪ ସ୍କୁଲରେ ନାହିଁ ରୋଷେଇ ଘର

ଫୁଲବାଣୀ ଅଫିସ, ୧୭ା୧- ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦେବାପାଇଁ ବିଦ୍ୟାଳୟ ପରିସରରେ ରୋଷେଇ ଗୃହ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଚାଲିଛି ମନମୁଖୀ କାର୍ଯ୍ୟ। କେତେକ ବିଦ୍ୟାଳୟରେ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି। ବିଭାଗୀୟ ଅଧିକାରୀଙ୍କ ଉଦାସୀନତା, ସମନ୍ବୟ ଅଭାବ ଯୋଗୁ ଏହା ଫଳପ୍ରଦ ହୋଇପାରୁନାହିଁ। ପର୍ଯ୍ୟାପ୍ତ ଅର୍ଥ ଥିଲେ ମଧ୍ୟ କାହିଁକି ରୋଷେଇ ଘର ନିର୍ମାଣ ହୋଇପାରୁନାହିଁ ତାହା ପ୍ରଶ୍ନବାଚୀ ସୃ୍‌ଷ୍ଟି କରିଛି। ଅନ୍ୟପକ୍ଷରେ ଏବେ ବିଦ୍ୟାଳୟର ବିଲ୍ଡିଂ ହେଉ ଅବା ଅନ୍ୟ କୌଣସି କାମ ସବୁ ପଞ୍ଚାୟତ କରିବ ବୋଲି ନିୟମ ହୋଇଛି। ପଞ୍ଚାୟତକୁ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ବିଦ୍ୟାଳୟରେ ରୋଷେଇ ଗୃହ ନିର୍ମାଣ ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଜିଲାରେ ୧୮୭୧ଟି ସରକାରୀ ବିଦ୍ୟାଳୟ ମଧ୍ୟରୁ ୧୪୬୭ଟିରେ ରୋଷେଇ ଘର ନିର୍ମାଣ କରାଯାଇଛି। ଅନ୍ୟ ୪୦୪ଟି ବିଦ୍ୟାଳୟରେ ରୋଷେଇ ଘର ନ ଥିବାରୁ କେଉଁଠି ଗଛମୂଳେ ତ ଆଉ କେଉଁଠି ଖୋଲା ପରିତ୍ୟକ୍ତ ସ୍ଥାନରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରାଯାଉଛି। ବର୍ଷାଦିନ ଆସିଲେ ଏସବୁ ବିଦ୍ୟାଳୟରେ ବହୁ ସମସ୍ୟା ଉପୁଜିଥାଏ। ରୋଷେଇ ଘର ପାଇଁ କମ୍‌ ଅର୍ଥ ଅନୁଦାନ ଦିଆ ଯାଉଥିବାରୁ ଠିକାଦାରମାନେ ଏହି କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରୁଥିବା ଜାଣିବାକୁ ମିଳିଛି।ମିଳିଥିବା ସୂଚନା ଅନୁସାରେ, କେବଳ ଦାରିଙ୍ଗବାଡି ବ୍ଲକର ସମସ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ କାର୍ଯ୍ୟ ସରିଛି। ବାଲିଗୁଡା ବ୍ଲକରେ ୧୯୯ ବିଦ୍ୟାଳୟ ମଧ୍ୟରୁ ୧୭୧ଟିରେ ରୋଷେଇ ଗୃହ କାମ ସରିଛି। ୨୮ଟିରେ ନିର୍ମାଣ ହୋଇନାହିଁ। ସେହିପରି ଜି.ଉଦୟଗିରି ବ୍ଲକରେ ୯୮ ବିଦ୍ୟାଳୟ ମଧ୍ୟରୁ ୪୨ଟି, କ.ନୂଆଗାଁ ବ୍ଲକରେ ୧୩୮ ମଧ୍ୟରୁ ୬୦ଟି, ଖଜୁରିପଡା ବ୍ଲକରେ ୧୪୦ ବିଦ୍ୟାଳୟ ମଧ୍ୟରୁ ୫୫ ବିଦ୍ୟାଳୟରେ ରୋଷେଇ ଘରନାହିଁ। କୋଟଗଡ ବ୍ଲକରେ ୧୬୨ ବିଦ୍ୟାଳୟ ମଧ୍ୟରୁ ୫୨ଟରେ ରୋଷେଇ ଘର ନ ଥିବା ବେଳେ ଫିରିଙ୍ଗିଆରେ ୨୧୫ ବିଦ୍ୟାଳୟରୁ ୮, ଫୁଲବାଣୀରେ ୧୩୯ ବିସ୍ୟାଳୟରୁ ୭ଟି, ଟିକାବାଲିରେ ୧୦୨ ବିଦ୍ୟାଳୟରୁ ୯ଟି, ତୁମୁଡିବନ୍ଧରେ ୧୫୩ ବିଦ୍ୟାଳୟରୁ ୧୯ଟି, ରାଇକିଆ ବ୍ଲକରେ ୧୨୯ ବିଦ୍ୟାଳୟ ମଧ୍ୟରୁ ୯୪ଟି ଏବଂ ଚକାପାଦ ବ୍ଲକରେ ୧୨୩ ବିଦ୍ୟାଳୟ ମଧ୍ୟରୁ ୩୦ ବିଦ୍ୟାଳୟରେ ରୋଷେଇ ଘର ନାହିଁ। ଏ ସମ୍ପର୍କରେ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, ସରକାର ଗତବର୍ଷ ସ୍କୁଲ ନିର୍ମାଣ, ମରାମତି ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର କରିଛନ୍ତି। ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ପଞ୍ଚାୟତ ଦ୍ୱାରା କରାଯିବ। ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ଆର୍‌ଡି ବିଭାଗ କରିବ। କାର୍ଯ୍ୟ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ଫଣ୍ଡ(ଅର୍ଥ) ଦିଆଯାଇନାହିଁ। ରାଜ୍ୟ ସରକାରଙ୍କ ଚତୁର୍ଦ୍ଦଶ ଅର୍ଥ କମିଶନରୁ କିଛି ଟଙ୍କା ଏ ବାବଦରେ ରଖାଯାଇଛି। ବିଭାଗ ପକ୍ଷରୁ ଅର୍ଥ ବ୍ୟୟବରାଦ ହେଲେ କାମ ଆରମ୍ଭ ହେବ। ଅନ୍ୟପକ୍ଷରେ ଜିଲା ଗ୍ରାମ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକଙ୍କୁ ପଚାରିବାରୁ ବିଡିଓମାନଙ୍କୁ ପଚାରି ବୁଝିବା ପରେ କହିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଗତ ଦିନରେ ଖୋଲାରେ ଓ ଅସ୍ବାସ୍ଥ୍ୟକର ପରିବେଶରେ ମଧ୍ୟାହ୍ନଭୋଜନ ରନ୍ଧାଯିବା ଫଳରେ ସେଥବରେ ପୋକ, ଝିଟିପିଟି ଆଦି ପଡିବା ଓ ତାହାକୁ ଖାଇ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିବା ନଜିର ରହିଛି। ତେଣୁ ପିଲାମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟମାନେ ତୁରନ୍ତ ଯେଭଳି ରୋଷେଇ ଘର ନିର୍ମାଣ କରାଯିବ ସେ ନେଇ କାର୍ଯ୍ୟ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri