୩ ଦିନ ରିମାଣ୍ଡରେ ଗଲେ ଅନୁପ

ଝାରସୁଗୁଡ଼ା ଅଫିସ,୨୦ା୨: ବହୁଚର୍ଚ୍ଚିତ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟା ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଛତିଶଗଡ଼ ଚକ୍ରଧରନଗର ପୋଲିସ ତନାଘନା ଚଳାଇଛି। ଗିରଫ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମଙ୍ଗଳବାର ଆବେଦନ କରିଥିଲା। କୋର୍ଟ ଆବେଦନକୁ ବିଚାର କରି ଦିନକ ପାଇଁ ରାୟ ସ୍ଥଗିତ ରଖିଥିଲେ। ତେବେ ବୁଧବାର ଅପରାହ୍ନ ପ୍ରାୟ ୫ଟା ୧୫ ମିନିଟ୍‌ରେ ଚକ୍ରଧରନଗର ପୋଲିସ ଉଭୟଙ୍କୁ କୋର୍ଟରେ ହାଜର କରିବା ସହ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା। ପୋଲିସର ଆବେଦନ ଓ ମାମଲାକୁ ଅନୁଧ୍ୟାନ କରି କୋର୍ଟ ଅନୁପଙ୍କୁ ତିନି ଦିନ ଏବଂ ବର୍ଦ୍ଧନଙ୍କୁ ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ସେହିପରି ଅନୁପଙ୍କ ନାର୍କୋ ଓ ଡିଏନ୍‌ଏ ଟେଷ୍ଟ କରିବା ନେଇ ପୋଲିସ ପକ୍ଷରୁ ଗୁରୁବାର କୋର୍ଟରେ ଆବେଦନ କରାଯିବ। କୋର୍ଟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନ ଥିବା ଅନୁପ ଦର୍ଶାଇଛନ୍ତି ବୋଲି ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି। ଅନ୍ୟପକ୍ଷେ ଏହି ହତ୍ୟା ଘଟଣାରେ ଅନୁପଙ୍କ ଇନୋଭା ଗାଡ଼ି ବ୍ୟବହାରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବୁଧବାର ଉକ୍ତ ଗାଡ଼ିକୁ ଚକ୍ରଧରନଗର ଥାନାରେ ହାଜର କରାଯାଇଥିବା ଜଣାପଡ଼ିଛି।
ଉଲ୍ଲେଖନୀୟ, ପୋଲିସ ଅନୁପ ଓ ବର୍ଦ୍ଧନଙ୍କୁ ଗିରଫ କରି ପଚରାଉଚୁରା ବେଳେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ। ତେବେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଓ ଗାଡ଼ି ଏଯାଏ ଜବତ ହୋଇପାରିନାହିଁ। ପୂର୍ବରୁ ଉଭୟଙ୍କୁ ପଚରାଉଚୁରା ବେଳେ ଭିନ୍ନ ଭିନ୍ନ ତଥ୍ୟ ସାମ୍‌ନାକୁ ଆସିଥିଲା। ଅଧିକାଂଶ ସମୟରେ ଦୁଇ ଅଭିଯୁକ୍ତ ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ସେଥିପାଇଁ ଦୁଇ ଜଣଙ୍କୁ ରିମାଣ୍ଡରେ ଆଣି ସାମ୍ନାସାମ୍ନି ବସାଇ ଜେରା କରିବାକୁ ପୋଲିସ ଯୋଜନା ରଖିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ସାମଗ୍ରୀକୁ କୋର୍ଟ ଜିମା ଦେଇ ପ୍ରମାଣ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅଧିକ ପଚରାଉଚୁରା ପାଇଁ ରିମାଣ୍ଡ ଆବେଦନ କରିଥିବା କୁହାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ ମସିହା ମେ ୬ ତାରିଖରେ ହୋଇଥିବା ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦର୍ଶାଇ ରାୟଗଡ଼ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗତ ୧୨ ତାରିଖରେ ବ୍ରଜରାଜନଗରରୁ ଉଠାଇ ନେଇଥିଲା। ସେଠାରେ ପଚରାଉଚୁରା ବେଳେ ସେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଏବଂ ତାଙ୍କୁ ଏଥିରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ସହଯୋଗ କରିଥିବା ପୋଲିସ ନିକଟରେ ସ୍ବୀକାର କରିଥିଲେ। ପୋଲିସ ଗତ ୧୪ ତାରିଖ ରାତିରେ ବର୍ଦ୍ଧନଙ୍କୁ ତାଙ୍କ ଘରୁ ନେଇଯାଇଥିଲା । ଏହାପରେ ବର୍ଦ୍ଧନ ପୋଲିସ ଆଗରେ ଦୋଷ ସ୍ବୀକାର କରି ଡେମୋ ଦେଖାଇବାକୁ ରାଜି ହୋଇଥିଲେ। ୧୬ ତାରିଖରେ ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ପକ୍ଷରୁ ମଣିଷ ସଦୃଶ ଦୁଇଟି ପୁତୁଳା ପକାଯାଇଥିଲା। ସେଠାରେ ଡ୍ରାଇଭର ବର୍ଦ୍ଧନ ପୋଲିସକୁ ସୂଚନା ଦେଇ କହିଥିଲେ, କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା କରିବା ପରେ ଗୋଟିଏ ନୁହେଁ ଦୁଇଟି ଗାଡ଼ି ସେମାନଙ୍କ ଉପରେ ଚଢ଼ାଯାଇଥିଲା। ପ୍ରଥମେ ଏକ ବୋଲେରୋ ଓ ପରେ ଏକ ଇନୋଭା ଗାଡ଼ି ଚଢ଼ାଯାଇଥିଲା ବୋଲି କହିବା ସହିତ ଏହାର ଡେମୋ ମଧ୍ୟ କରି ସେ ଦେଖାଇଥିଲେ। ଏହାପରେ ଅନୁପ ଓ ବର୍ଦ୍ଧନଙ୍କ ବ୍ୟତୀତ ଏକାଧିକ ଲୋକ ଏହି ଘଟଣାରେ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା ପୋଲିସ। ପରେ ପୋଲିସ ଏହାକୁ ଗୁରୁତ୍ୱ ଦେଇ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବା ପାଇଁ ପଦକ୍ଷେପ ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡ ସିରିଜ ମଝିରେ ବଡ଼ ହଲଚଲ: ଗିଲ-ରାହୁଲ ଆଉଟ୍‌, କୋହଲି-ରୋହିତ ଖେଳିବେ କି ନାହିଁ, ଆସିଲା ଅପଡେଟ୍‌

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ…

ବିନା ବ୍ୟାଙ୍କ ଖାତାରେ ବି ପେମେଣ୍ଟ କରିପାରିବେ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା; ଜାଣନ୍ତୁ କେମିତି?

ନୂଆଦିଲ୍ଲୀ,୧୨।୧୧: ଯଦି ଆପଣଙ୍କର ବ୍ୟାଙ୍କ ଖାତା ନାହିଁ, ତେବେ ମଧ୍ୟ ଆପଣଙ୍କୁ ଟଙ୍କା ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଅର୍ଥାତ RBI…

କ୍ରିକେଟ୍ ମଇଦାନରେ ଅଜବ ଦୃଶ୍ୟ! କ୍ରୀଜ୍ ଭିତରେ ବ୍ୟାଟ୍ ରଖିବା ପରେ ମଧ୍ୟ ରନ୍ ଆଉଟ୍ ହେଲେ ଖେଳାଳି-VIDEO

ହୋବାର୍ଟ,୧୨।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ବିଗ୍ ବ୍ୟାସ୍ ଲିଗ୍ (WBBL)ର ଏକ ମ୍ୟାଚ୍‌ରେ ଏଭଳି ଏକ ଅଜବ ରନ୍‌ ଆଉଟ୍ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଯେ…

୧୪ ବର୍ଷ ପରେ ସ୍ପେନ୍‌ରେ ଧର୍ମଘଟ

ବାର୍ସିଲୋନା, ୧୨ା୧୧:ଜାତୀୟ ନିର୍ୱାଚନର ମାତ୍ର ୩ ସପ୍ତାହ ପୂର୍ୱରୁ ଦେଶରେ ବଢ଼ିଚାଲିଥିବା ଗୃହ ସଙ୍କଟ ଏବଂ ଅତ୍ୟଧିକ ଘରଭଡ଼ା ବିରୋଧରେ ବୁଧବାର ସ୍ପେନର ଲକ୍ଷ ଲକ୍ଷ ଶ୍ରମିକ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର; ମିଳିବ ୧.୮ ଲକ୍ଷର ଲାପଟପ୍‌, ୪ ବର୍ଷ ପରେ…

ନୂଆଦିଲ୍ଲୀ,୧୨।୧୧: ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଏବଂ ଖୁସିର ଖବର ଆସିଛି। କେନ୍ଦ୍ର ସରକାର ନିଜର ଅଧିକାରୀମାନଙ୍କୁ ଦିଆଯାଉଥିବା ଅଫିସ ଲାପଟପ ଏବଂ ଟାବଲେଟ…

କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ: ୩୭ଟି ପ୍ରକଳ୍ପ ମାଧ୍ୟମରେ ପ୍ରତିଭା ଦେଖାଇଲେ ଛାତ୍ରୀ

କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ଆବିଷ୍କାର ଅଭିଯାନ ଅନ୍ତର୍ଗତ ଏକ ବାଲ୍…

କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ: ଗୋଦାମ ଘରେ ଶୋଇଥିବା ବେଳେ ମାଡ଼ ମାରି ମାଲିକଙ୍କ ନୂଆ ଟ୍ରାକ୍ଟର ନେଇ ଫେରାର, ଅଭିଯୁକ୍ତ…

ଅମରପାଲି,୧୨।୧୧ (ପୀତାମ୍ବର ସାହୁ): ଗୋଦାମ ଘରେ ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ମାଲିକଙ୍କ ନୂଆ ଟ୍ରାକ୍ଟର ନେଇ…

ଡେବ୍ରିଗଡ଼ରେ ବଡ଼ଧରଣର ବାଘ ଶିକାର ଯୋଜନା ପଣ୍ଡ: ପୋଲିସ-ବନ ବିଭାଗର ମିଳିତ ଚଢ଼ାଉରେ ୨ ଶିକାରୀ ଗିରଫ

ସମ୍ବଲପୁର,୧୨।୧୧(ପ୍ରମୋଦ ବହିଦାର): ବନ୍ୟପ୍ରାଣୀ ଶିକାର ଓ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ବରଗଡ଼ ଜିଲା ପୋଲିସ ପକ୍ଷରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?