୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା ପ୍ରକାଶ ମେହରାଙ୍କ ନିର୍ଦ୍ଦେଶିତ ଏହି ସିନେମାକୁ ଦର୍ଶକ ଉକ୍ତ ସମୟରେ ବହୁତ ପସନ୍ଦ କରିଥିଲେ। ଏହି ଅବସରରେ ଅମିତାଭ ଫିଲ୍ମର କିଛି ଫଟୋ ଟ୍ବିଟରରେ ସେୟାର କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ରାକ୍ଷୀଙ୍କୁ ପ୍ରଥମ ଥର ପାଇଁ ଅମିତାଭଙ୍କ ମା’ ଚରିତ୍ରରେ ଦେଖିବାକୁ ମିଳିଥିଲା। ପୂର୍ବରୁ ସେ ଅମିତାଭଙ୍କ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଥିଲେ। ଫିଲ୍ମର ଏକ ଗୀତ ‘ମେରେ ଅଙ୍ଗନେ ମେଁ ତୁମ୍‌ହାରା କ୍ୟା କାମ୍‌ ହୈ..’ ଖୁବ୍‌ ଲୋକପ୍ରିୟ ହୋଇଥିଲା। ମାତ୍ର ଏହି ଗୀତକୁ ନେଇ ଜୟା ବଚ୍ଚନ ଅମିତାଭ୍‌ଙ୍କ ଉପରେ ସେହି ସମୟରେ ଖୁବ୍‌ ରାଗି ଯାଇଥିଲେ। ନିଜେ ଅମିତାଭ ‘କେବିସି’ ଶୋ’ରେ ଏହା କହିଥିଲେ। ସେ କହିଥିଲେ, ଏହି ଗୀତର ସୁଟିଂ ପାଇଁ ତାଙ୍କୁ ମହିଳା ପୋଷାକ ପିନ୍ଧିବାକୁ ପଡ଼ିଥିଲା। ମାତ୍ର ଏହା ଦେଖି ଜୟା ଖୁବ୍‌ ରାଗିଯାଇଥିଲେ। ମହିଳା ପୋଷାକ ପିନ୍ଧି ଗୀତ ଗାଇବା ଆପଣଙ୍କୁ ଶୋଭା ପାଉନି। ଏପରି କରିବାର ନ ଥିଲା ବୋଲି ଜୟା କହିଥିବା ଅମିତାଭ ଶୋ’ରେ ଜଣାଇଥିଲେ। ଫିଲ୍ମର ପ୍ରମୁଖ ଚରିତ୍ରରେ ଅମଜଦ୍‌ ଖାନ୍‌, ସୁରେଶ ଓବରୟ, ବିନ୍ଦୁ, ଓମ୍‌ ପ୍ରକାଶ ଏବଂ ରଞ୍ଜିତ ପ୍ରମୁଖ ଅଭିନୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

ପରୀକ୍ଷା ଦେବାକୁ ଯିବା ବେଳେ ସଡ଼କ ଦୁର୍ଘଟଣା, ବାଇକରୁ ପଡ଼ି ଦୁଇ ଛାତ୍ର….

ଗଜପତି,୧୯ା୨(ଗିରିଧାରୀ ପରିଛା): ମାଳିୟାରା ଓ ପୁଡ଼ଇଡା ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣା । ପରୀକ୍ଷା ଦେବାକୁ ଯିବା ବେଳେ ବାଇକ୍ ଦୁର୍ଘଟଣାରେ ଛାତ୍ର ଆହତ ହୋଇଛନ୍ତି ।…

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଶନିଙ୍କ ପଡ଼ିବ ଶୁଭ-ଅଶୁଭ ପ୍ରଭାବ; ଅଚାନକ ଧନୀ ହେବେ ୩ ରାଶି!

ଜ୍ୟୋତିଷ ଶାସ୍ତ୍ରରେ, ଶନି ସବୁଠାରୁ ଧୀର ଗତିଶୀଳ ଗ୍ରହ । ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ଏକ ରାଶିରେ ରହିଥାଏ। ଏହା ପ୍ରାୟ ଗୋଟିଏ ବର୍ଷ ପାଇଁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଦୋକାନ ବନ୍ଦ କରି ଫେରୁଥିଲେ ଗହଣା ଦୋକାନୀ, ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ଦୁର୍ବୃତ୍ତ

ନୀଳଗିରି,୧୯ା୨(ପ୍ରଶାନ୍ତ କୁମାର ବିଶ୍ବାଳ): ନୀଳଗିରି ଥାନା ଅଧୀନ ସନ୍ତରାଗଡ଼ିଆ ବଜାରର ଜଣେ ଗହଣା ଦୋକାନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri