୩୦ ମିନିଟରେ ସରିଲା ରଥଯାତ୍ରା ସମୀକ୍ଷା ବୈଠକ: ରଥଯାତ୍ରା ପାଇଁ ୩ଦିନ ନିଃଶୁଳ୍କ ରହିବ ଟୋଲ୍‌ ଗେଟ୍‌

ପୁରୀ ଅଫିସ, ୨୯ା୬: ରଥଯାତ୍ରା ଦେଖିବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ରହଣି ଓ ଯାତାୟାତ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ରଥଯାତ୍ରା ସମୟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲିଠାରେ ଥିବା ଟୋଲ ଗେଟ୍‌ରେ ଯାତ୍ରୀଙ୍କଠାରୁ ଶୁଳ୍କ ଆଦାୟ କରାଯିବ ନାହିଁ। ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଏହି ତିନି ଦିନ ଟୋଲଗେଟ୍‌ ନିଶୁଳ୍କ ରହିବ ବୋଲି ଶୁକ୍ରବାର ଅନୁଷ୍ଠିତ ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରାକୁ ଭଲ ଭାବେ ପାଳନ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଏ ଦିଗରେ ସେବାୟତ ବନ୍ଧୁମାନେ ସବୁବେଳେ ସହଯୋଗ କରିଆସିଛନ୍ତି। ରଥଯାତ୍ରା ପାଇଁ ପୁରୀକୁ ଆସୁଥିବା ସବୁ ଭକ୍ତ ହେଉଛନ୍ତି ଆମର ଅତିଥି। ସେମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ଆମେ ବିଶେଷ ଧ୍ୟାନ ଦେବା ଦରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଶୁକ୍ରବାର ରଥଯାତ୍ରା ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି। ମହାପ୍ରଭୁଙ୍କ ଏହି ପବିତ୍ର ଘୋଷଯାତ୍ରା ପାଇଁ ସମସ୍ତଙ୍କୁ ବିଶେଷକରି ପୁରୀର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ। ସମୀକ୍ଷା ବୈଠକ ୧୧ଟା ୫ରେ ଆରମ୍ଭ ହୋଇ ୧୧ଟା ୩୫ ମିନିଟରେ ସରିଥିଲା। ଗତବର୍ଷ ଭଳି ଏଥର ମଧ୍ୟ ଅଧଘଣ୍ଟାଏରେ ଶେଷ ହୋଇଛି ଏହି ସ୍ବତନ୍ତ୍ର ସମୀକ୍ଷା ବୈଠକ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମତି ନେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ପ୍ରଶାସକ ଗୋଟିଏ ପରେ ଗୋଟିଏ ବିଷୟରେ ଆଲୋଚନା ପାଇଁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ଡାକି ବୈଠକକୁ ଆଗକୁ ନେଇଥିଲେ। ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନବାଣରୁ ଏକପ୍ରକାର ନିସ୍ତାର ମିଳିଥିଲା। କଁା ଭଁା ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ମଞ୍ଚାସୀନ ବରିଷ୍ଠ ଅଧିକାରୀ ସତର୍କତାର ସହ ପ୍ରଶ୍ନକର୍ତ୍ତାଙ୍କୁ ବସାଇ ଦେଉଥିଲେ। ତେବେ ବୈଠକରେ ଜଣେ ପରେ ଜଣେ ଅଧିକାରୀ ରଥଯାତ୍ରା ପାଇଁ ତାଙ୍କ ବିଭାଗୀୟ ପ୍ରସ୍ତୁତି ସମ୍ପର୍କରେ ଖୁବ କମ୍‌ ସମୟ ଅର୍ଥାତ୍‌ ୧ରୁ ୨ମିନିଟ ମଧ୍ୟରେ କହିଥିଲେ। ଏପରିକି ରଥଯାତ୍ରା ପ୍ରସ୍ତୁତି ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ କହିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ସୁଯୋଗ ଦିଆଯାଇ ନ ଥିଲା। ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତି ସଂକ୍ରାନ୍ତରେ ବୈଠକରେ ଚୁମ୍ବକରେ ସୂଚନା ଦେଇଥିଲେ ।
ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ କହିଥିଲେ। ରଥ ନିର୍ମାଣଠୁ ଆରମ୍ଭ କରି ମହାପ୍ରଭୁଙ୍କ ରୀତିନୀତି ସବୁ ଶୃଙ୍ଖଳିତ ଭାବେ ଚାଲିଛି। ରଥ ପାଇଁ ଆବଶ୍ୟକ କାଠ ଆସିଯାଇଥିବା ବେଳେ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି କହିଥିଲେ। ଏହାପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ, ରଥଯାତ୍ରା ପାଇଁ ୨୯ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ବଡ଼ଦାଣ୍ଡରେ ୧୮ ଏବଂ ଜାତୀୟ ରାଜପଥ ପାର୍ଶ୍ୱରେ ୧୧ଟି ଆଶୁ ଚିକିତ୍ସା କେନ୍ଦ୍ର ରହିବ। ମୋଟ ୩୦ ଆମ୍ବୁଲାନ୍ସ ମଧ୍ୟରୁ ବଡ଼ଦାଣ୍ଡରେ ୧୩, ସମୁଦ୍ର କୂଳରେ ୪, ଅନ୍ୟ ଚିକିତ୍ସାଳୟରେ ୮ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଆମ୍ବୁଲାନ୍ସ କାର୍ଯ୍ୟ କରିବ। ୧୭୦ଟି ଅଧିକ ଶଯ୍ୟା ବ୍ୟବସ୍ଥା ହେବ। ସେହିପରି ଜାତୀୟ ରାଜପଥରେ ୫ଟି ଆମ୍ବୁଲାନ୍ସ ରହିବ। ବାହାରୁ ୧୮୭ ଜଣ ଡାକ୍ତର ଏବଂ ୩୯୯ ଜଣ ପାରାମେଡିକାଲ ଷ୍ଟାଫ ନିୟୋଜିତ ହେବେ। ରକ୍ତଭଣ୍ଡାରରେ ୨୦୦ ବୋତଲ ରକ୍ତ ମହଜୁଦ୍‌ ରହିବ। ୨୫୦ ଜଣ ସ୍ବେଚ୍ଛାସେବୀ ସ୍ବାସ୍ଥ୍ୟସେବାରେ ସହଯୋଗ କରିବେ। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲିଠାରେ ଥିବା ଟୋଲ ଗେଟ୍‌କୁ ୩ଦିନ ପାଇଁ ଛାଡ଼ କରାଯିବା କଥା ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ବୈଠକରେ ଘୋଷଣା କରିଥିଲେ। ୬ଜଣ ଫୁଡ୍‌ ସେଫ୍‌ଟି ଅଫିସର ମଧ୍ୟ କାର୍ଯ୍ୟ କରିବେ। ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀଯନ୍ତ୍ରୀ ଶରତ କୁମାର ମିଶ୍ର କହିଥିଲେ, ରଥଯାତ୍ରା ସମୟରେ ନିରବଚ୍ଛିନ୍ନ ଭାବେ ଜଳ ଯୋଗାଣ କରାଯିବ। ଏଥିନେଇ ସମସ୍ତ ପ୍ରସ୍ତୁତି ସରିଛି। ସେହିପରି ପୂର୍ତ୍ତ, ସେସୁ, ପରିବହନ, ରେଳ ବିଭାଗ, ଜାତୀୟ ରାଜପଥ, ପୌରସଂସ୍ଥା ପକ୍ଷରୁ ସେମାନଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦିଆଯାଇଥିଲା। ଯାତ୍ରୀ ତଥା ଭକ୍ତଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ସବୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ। ରଥଯାତ୍ରା ସୁରକ୍ଷା ଓ ଟ୍ରାଫିକ ପରିଚାଳନା ଉପରେ ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏସ୍‌ପି ଉମାଶଙ୍କର ଦାଶ କହିଥିଲେ ଯେ, ଚଳିତ ବର୍ଷ ୧୫୫ ପ୍ଲାଟୁନ ଫୋର୍ସ ଏବଂ ୧ ହଜାରରୁ ଅଧିକ ଅଫିସିଆଲ ନିୟୋଜିତ ହେବେ। ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଭାବେ ବିଭିନ୍ନ ସ୍ଥାନରେ ରହି ସୁରକ୍ଷା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବେ। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ପୁରୀ ସହର। ସହରର ପ୍ରମୁଖ ପ୍ରବେଶ ପଥରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯିବ ।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡ ଦେଇ ସଭାସ୍ଥଳକୁ ଯାଉଥିବା ବେଳେ ବଗଲା ଧର୍ମଶାଳା ନିକଟରୁ ଛାତ୍ର କଂଗ୍ରେସ କର୍ମୀମାନେ ବାଇକ୍‌ରେ କଳା ପତାକା ଦେଖାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର ପଛରେ ଯାଇଥିଲେ। ଟାଉନ ଥାନା ସମ୍ମୁଖରୁ ପୋଲିସ ଯୁବ କଂଗ୍ରେସର ଆଲୋକ ଦାଶ, ଆଶୁତୋଷ ମିଶ୍ର, ଦେବାଶିଷ ଦାସମହାପାତ୍ର, ସୂର୍ଯ୍ୟକାନ୍ତ ପଣ୍ଡା, ବିଭୁ ରଥ, ଅନୀଲ ପ୍ରଧାନ, ରୁଦ୍ର ଦାଶ ଓ ସମ୍ବିତ ବାରିକଙ୍କୁ ଧରି ନେଇ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।
ବୈଠକରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଏମ୍‌ପି ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲାପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଆଇନ ବିଭାଗ ସଚିବ ଶଶିକାନ୍ତ ମିଶ୍ର, କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲାପାଳ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ ବିଭିନ୍ନ ବିଭାଗୀୟ ସଚିବ, ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନୁହେଁ ବ୍ୟବସାୟରେ ରାଜ୍‌ କରନ୍ତି ଏହି ୬ ରାଶି, ନିଜ ଦମ୍‌ରେ ପାଆନ୍ତି ବଡ଼ ସଫଳତା

ବ୍ୟବସାୟ ଦୁନିଆରେ କିଛି ଲୋକ ଖୁବ କମ ସମୟରେ ସଫଳତାର ଶୀର୍ଷରେ ପହଞ୍ଚିଯାଆନ୍ତି, ଆଉ କିଛି ଲୋକ ବର୍ଷ ବର୍ଷ ଧରି ପରିଶ୍ରମ କରିବା ପରେ ମଧ୍ୟ…

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଭୟରେ ଝାରମୁଣ୍ଡାବାସୀ; ବିପଦପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ସୁରକ୍ଷା ବାଡ଼…

ରିଷିଡା,୭।୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଝାରମୁଣ୍ଡା ଗ୍ରାମରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି…

୨୦ ବର୍ଷ ପରେ ଏକାଠି ହେବେ ରାଣୀ-ଅଭିଷେକ: ଆସିଲା ବଡ଼ ଅପଡେଟ୍‌

ବଲିଉଡ୍‌ ବାଦଶାହ ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବାକୁ ଦୀର୍ଘଦିନ ହେଲାଣି ଅପେକ୍ଷା କରିଛନ୍ତି ପ୍ରଶଂସକ। ୨୦୨୩ ଡିସେମ୍ବର ପରଠାରୁ ଶାହରୁଖଙ୍କ କୌଣସି ନୂଆ ଫିଲ୍ମ ରିଲିଜ…

ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ମାସେ, ଆଜି ବି ଶ୍ରେଣୀ ଗୃହରେ ଚାଲିଛି ଛାତ୍ରାବାସ

ଝରିଗାଁ,୭।୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀଙ୍କ ହଷ୍ଟେଲ ଛାଡିବା ଘଟଣାକୁ ଏହାରି ମଧ୍ୟରେ ମାସେ…

ଉପନିର୍ବାଚନନ ଘୋଷଣା: ଏହି ସିଟ୍‌ରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ! ରାଜନୀତିରେ ଚହଳ

କୋଲକାତା,୭।୯: ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଏହି ଆସନଗୁଡ଼ିକରେ ଅକ୍ଟୋବର ୬ ତାରିଖରେ ଭୋଟଗ୍ରହଣ ହେବ ଏବଂ ଅକ୍ଟୋବର…

ଶିକ୍ଷାଦାନକୁ ବ୍ରତ କରିଥିବା ନିଆରା ମଣିଷ ମହେଶ୍ୱର

ଖଡ଼ିଆଳ,୭ା୯(ସୁଜିତ କୁମାର ପ୍ରଧାନ): ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଜଣେ ନିଆରା ମଣିଷ ହେଉଛନ୍ତି ମହେଶ୍ୱର ରାଉତରାଏ। ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମର ମହେଶ୍ୱର…

elections

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…

ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri