୨ ଗୋଡ ହରାଇ ହାରିନାହାନ୍ତି ଗଦାଧର, ସରକାରୀ ସହାୟତା ପାଇଲେ ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା

ଶେରଗଡ,୨ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଶେରଗଡ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଦିବ୍ୟାଙ୍ଗ ଯୁବକ ଗଦାଧର ସାହୁ (୨୬)। ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ଚଳିତ ବର୍ଷ ଗଞ୍ଜାମ ଜିଲାସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (ଦିବ୍ୟାଙ୍ଗ)ରେ ଭାଗନେଇ ପୁରସ୍କୃତ ହୋଇଛନ୍ତି। ଗତ ୧୪ ତାରିଖରେ ବିଜୁ ପଟ୍ଟନାୟକ ସାଂସ୍କୃତିକ ମଣ୍ଡପରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଠାରେ ସଫଳ କ୍ରୀଡାବିତ୍‌ ତଥା ଭାରୋତ୍ତୋଳକ କେ. ରବି କୁମାରଙ୍କ ଠାରୁ ଗଦାଧର ପୁରସ୍କାର ଗ୍ରହଣ କରିଥିଲେ। ଦୁଇଗୋଡ ନ ଥିଲେ ମଧ୍ୟ ଦୃଢ ଇଚ୍ଛାଶକ୍ତି ତାଙ୍କୁ ସଫଳତା ଆଣି ଦେଇଛି। ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳିଲେ ସେ ଜାତୀୟସ୍ତରରେ ଖେଳିବାକୁ ଆଶା ରଖିଥିବା କହିଛନ୍ତି।
ପ୍ରକାଶ ଯେ, ଗଦାଧର ଗ୍ରାମ ବିଦ୍ୟାଳୟରୁ ସପ୍ତମ ପାସ୍‌ ପରେ ସୁରଟରେ ରହୁଥିବା ଭାଇଙ୍କ ପାଖକୁ ବୁଲିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ଟ୍ରେନ୍‌ରୁ ଖସିପଡି ତାଙ୍କର ୨ ଗୋଡ କଟିଯାଇଥିଲା। ଗୁରୁତର ଅବସ୍ଥାରେ ସୁରଟ ରେଲବାଇ ପୋଲିସ ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ଗଦାଧର ଗୋଡ ଦୁଇଟି ହରାଇଥିଲେ ମଧ୍ୟ ଜୀବନ ବଞ୍ଚତ୍ ଯାଇଥିଲା। ପରିବାର ଲୋକେ ତାଙ୍କୁ ବ୍ରହ୍ମପୁର ବଡମେଡିକେଲକୁ ଆଣି ଚିକିତ୍ସା କରିଥିଲେ। ପରେ ସେ ପିତ୍ତଳ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ ଓ ହିଞ୍ଜିଳି ମହାବିଦ୍ୟାଳୟରୁ ଯୁକ୍ତ ୩ ମଧ୍ୟ ପାସ୍‌ କରିଥିଲେ। ଗୋଡ ଦୁଇଟି ହରାଇଥିଲେ ମଧ୍ୟ ସେ ସର୍ବଦା ଶାରୀରିକ ବ୍ୟାୟାମ ଜାରି ରଖିଥିଲେ। ଏହାପରେ ତାଙ୍କ ବାପା, ମା’ଙ୍କ ମୃତ୍ୟୁ ଘଟିଥିଲା। ଭାଇମାନଙ୍କ ପ୍ରଚେଷ୍ଟାରେ ୨୦୧୫ରେ ନିଜକୁ ପ୍ରସ୍ତୁତ କରିବାକୁ ଲାଗିଲେ ଏବଂ ୨୦୧୬ରେ ଏକ ପ୍ରତିଯୋଗିତାରେ ଭାଗ ନେଇ ଦିବ୍ୟାଙ୍ଗ ବିଭାଗରେ ମିଷ୍ଟର ଓଡିଶା ଟାଇଟଲ ହାତେଇଥିଲେ। ଆର୍ଥିକ ଅନଟନ ଯୋଗୁ ପିତ୍ତଳ ଛକରେ ଭାଇଙ୍କ ଫାଷ୍ଟଫୁଡ୍‌ ଦୋକାନରେ କାମ କରିବାକୁ ଲାଗିଲେ। ସେଠାରେ ଦିନେ ହିଞ୍ଜିଳିକାଟୁ ସ୍ଥିତ ଏକ ଜିମ୍‌ର ମାଲିକ ଦିଲୀପ କୁମାର ମିଶ୍ରଙ୍କ ସହ ତାଙ୍କର ଦେଖା ହୋଇଥିଲା। ସେ ତାଙ୍କୁ ଜିମ୍‌କୁ ଆସିବାକୁ କହିଥିଲେ। ସେବେଠାରୁ ପ୍ରତିଦିନ ସକାଳେ ଗଦାଧର ଜିମ୍‌କୁ ଯାଇ ଅଭ୍ୟାସ କରନ୍ତି। ସାକ୍ଷାତବେଳେ ଗଦାଧର କହିଥିଲେ ମୋର ଜାତୀୟସ୍ତରରେ ଖେଳିବାକୁ ଇଚ୍ଛା ଅଛି। ମାତ୍ର ଅର୍ଥ ବାଧକ ସାଜିଛି। ଯଦି ସରକାରୀ ସହାୟତା ମିଳିପାରନ୍ତା ତେବେ ମୋର ସ୍ବପ୍ନ ସାକାର ହୋଇପାରନ୍ତା। ସରକାରଙ୍କ ତରଫରୁ ଗଦାଧରଙ୍କୁ କେବଳ ଭିନ୍ନକ୍ଷମ ଭତ୍ତା ଓ ମାସକୁ ୫ କେଜି ଚାଉଳ ମିଳୁଛି। ସରକାରୀ ସହାୟତା ମିଳିଲେ ସେ ଜାତୀୟସ୍ତରରେ ଖେଳିବାର ସୁଯୋଗ ପାଆନ୍ତେ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ବିନୋଦ ବେହେରା।


Enter your email to get our daily news in your inbox.

All Right Reserved By Dharitri.Com

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri