୨୪ ଘଣ୍ଟାରେ ଶହେ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ,୧୫।୫: ଦେଶରେ ଅଣାୟତ ହେଲାଣି କରୋନା ସ୍ଥିତି। ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଛି ୮୧,୯୭୦ରେ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩,୯୬୭ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ। ଏବେସୁଦ୍ଧା ୫୧,୪୦୧ ରୋଗୀଙ୍କ ଚିକିତ୍ସା ଚାଲିଥିବା ବେଳେ ୨୭,୯୧୯ ଜଣ ସୁସ୍ଥ ହୋଇ ସାରିଲେଣି। ସେହିପରି ଦେଶରେ କରୋନା ମୋଟ ମୃତ୍ୟୁ ସଂଖ୍ୟା ୨,୬୪୯ରେ ପହଞ୍ଚିଛି। ମହାରାଷ୍ଟ୍ର ସବୁଠାରୁ ଖରାପ ସ୍ଥିତିରେ ଥିବା ବେଳେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୨୭,୫୨୪। ଏମାନଙ୍କ ମଧ୍ୟରୁ ୬,୦୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୦୧୯ ଜଣଙ୍କ ମୃତ୍ୟୁ ହେଲାଣି। ତାମିଲନାଡୁରେ ଏବେସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୬୭୪ ଥିବା ବେଳେ ୨,୨୪୦ ସୁସ୍ଥ ହୋଇ ସାରିଲେଣି ଓ ୬୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାପଛକୁ ରହିଛି ଗୁଜରାଟ। ଏଠାରେ ୯,୫୯୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩,୭୫୩ ସୁସ୍ଥ ହୋଇଛନ୍ତି ଓ ୫୮୬ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ଏଠାରେ ୮,୪୭୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩,୦୪୫ ସୁସ୍ଥ ହୋଇଛନ୍ତି ଓ ୧୧୫ ଜଣଙ୍କ ମୃତ୍ୟୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୌଡୁଛି ଭାରତୀୟ ଅର୍ଥନୀତି: ପ୍ରଥମ ତ୍ରୈମାସିକରେ GDP ଅଭିବୃଦ୍ଧି ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ,୩୧।୮: ଆମେରିକା-ଇରାନ ବିବାଦରୁ ସୃଷ୍ଟି ହୋଇଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ ଭାରତୀୟ ଅର୍ଥନୀତି ପ୍ରଭାବଶାଳୀ ପ୍ରଦର୍ଶନ କରିଛି। ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP…

ବ୍ରେକଅପ୍‌ ପରେ ଭାଙ୍ଗିପଡ଼ିଥିଲେ ବିଜୟ, ସମ୍ଭାଳିଥିଲେ ରଶ୍ମିକା! ଚମକାଇଲା ଅଭିନେତାଙ୍କ ବଡ଼ ଖୁଲାସା

ମୁମ୍ବାଇ: ତେଲୁଗୁ ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଏକ ଇଭେଣ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନେକ…

ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍‌ଏସି ପୁରସ୍କୃତ ହୋଇଛି।…

ସରକାରଙ୍କ ବଡ଼ ନିଷ୍ପତ୍ତି: ଲିଟର ପିଛା ୩ ଟଙ୍କା ବଢ଼ିଲା କ୍ଷୀର ଦାମ୍‌

ନୂଆଦିଲ୍ଲୀ,୩୧।୮: ତାମିଲନାଡୁ ସରକାର ରାଜ୍ୟର ଦୁଗ୍ଧ ଚାଷୀଙ୍କୁ ଆଶ୍ୱସ୍ତି ଦେଇ ଆଭିନ ପାଇଁ କ୍ଷୀର କ୍ରୟ ମୂଲ୍ୟ ପୁଣିଥରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଦିବ୍ୟାଙ୍ଗ ନାବାଳିକା ଅପହରଣ: ଯୁବକ ଗିରଫ, ବଳାତ୍କାର ମାମଲାରେ…

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷୀୟା ଦିବ୍ୟାଙ୍ଗ ନାବାଳିକାଙ୍କୁ ଅପହରଣ ଘଟଣାରେ ଛତ୍ରପୁର ପୋଲିସ ଜଣେ ଯୁବକଙ୍କୁ…

୪୦ ବର୍ଷ ବୟସରେ ମା’ ହେବେ ଏହି ଅଭିନେତ୍ରୀ: ପ୍ରଶଂସକଙ୍କୁ ଦେଲେ ଗୁଡ୍‌ନ୍ୟୁଜ୍‌

ଟିଭି ତଥା ଚଳଚ୍ଚିତ୍ର ଅଭିନେତ୍ରୀ କାଶ୍ମୀରା ଇରାନୀ ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ୪୦ ବର୍ଷ ବୟସରେ ପ୍ରଶଂସକଙ୍କ ଏହି ଖୁସି ଖବର ଶେୟାର କରିଛନ୍ତି କାଶ୍ମୀରା।…

Read more

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ଉଦ୍ଧାର ହେଲେ ୭ ବର୍ଷୀୟା ନାବାଳିକା । ଗତ ଦୁଇ ଦିନ ପୂର୍ବରୁ କଟକ ଶିଖରପୁର ନିକଟସ୍ଥ ରେଳ ଷ୍ଟେଶନ ନିକଟରୁ ଅପହରଣ ହୋଇଥିଲେ…

ସେପ୍ଟେମ୍ବର ଆରମ୍ଭରୁ ଏହି ୩ ରାଶିଙ୍କ ଉପରେ ବିପଦ! ଶନି-ଶୁକ୍ରଙ୍କ ଷଡ଼ାଷ୍ଟକ ଯୋଗ କରିବ ସର୍ବନାଶ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୨ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିବେ। ଶୁକ୍ର କନ୍ୟା ରାଶିରୁ ବାହାରି ତୁଳା ରାଶିରେ ଗୋଚର କରିବେ। ଅନ୍ୟପଟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri