୨୧ରେ ବଳୟ ସୂର୍ଯ୍ୟୋପରାଗ: ରାଜ୍ୟର ସବୁ ସ୍ଥାନରେ ଦୃଶ୍ୟମାନ ହେବ

ଭୁବନେଶ୍ୱର, ୧୮ା୬ (ବ୍ୟୁରୋ)- ଆସନ୍ତା ୨୧ ତାରିଖରେ ସଂଘଠିତ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ। ଏହା ଭାରତର ସବୁ ସ୍ଥାନ, ପାକିସ୍ତାନର ଦକ୍ଷିଣ ଭାଗ, ଚାଇନା ଓ ଆଫ୍ରିକୀୟ ଦେଶଗୁଡ଼ିକରେ ଦୃଶ୍ୟମାନ ହେବ। ଭାରତରେ କେବଳ ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡରେ ପ୍ରାୟ ୧ ମିନିଟ ଧରି ବଳୟ ସୂର୍ଯ୍ୟୋପରାଗ ଓ ବାକି ସବୁ ରାଜ୍ୟରେ ଆଂଶିକ ଉପରାଗ ଦେଖାଯିବ। ଓଡ଼ିଶାର କୋଣଅନୁକୋଣରେ ଥିବା ଲୋକେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ପାଇବେ। ରବିବାର ପୂର୍ବାହ୍ଣ ୧୦ଟା ୨୦ରେ ପରାଗ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଛାଡ଼ିବ। ମଧ୍ୟାହ୍ନ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ। ତେବେ ଭୁବନେଶ୍ୱରରେ ଏହା ପୂର୍ବାହ୍ନ ୧୦ଟା ୩୮ରୁ ଆରମ୍ଭ ହୋଇ ୨ଟା ୯ ମିନିଟରେ ଶେଷ ହେବ। ୧୨ଟା ୨୬ରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫% ଘୋଡ଼େଇ ରଖିବ ବୋଲି ପଠାଣି ସାମନ୍ତ ପ୍ଲାନେହ୍‌ଟାରିୟମ୍‌ର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଘୋଡ଼ାଇ ଦେବ। ଏହି ସମୟରେ ସୂର୍ଯ୍ୟର ଧାରର କିଛି ଅଂଶ ଦେଖାଯିବ, ଯାହାକୁ ‘ରିଙ୍ଗ ଅଫ୍‌ ଫାୟାର’ କୁହାଯାଏ। ଏହି ଦୃଶ୍ୟ ଦେଶର କେତେକ ସ୍ଥାନରେ ମାତ୍ର କିଛି ସେକେଣ୍ଡ ପାଇଁ ଦେଖାଦେବ। ଅନ୍ୟ କିଛି ସ୍ଥାନରେ ୧୨ ମିନିଟ ଯାଏ ଲୋକେ ଦେଖି ପାରିବେ। ଜ୍ୟୋତିର୍ବିଜ୍ଞାନୀଙ୍କ କହିବାନୁଯାୟୀ, ଉପରାଗର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ। ପାକ ତ୍ୟାଗ ସମୟ ୨୦ ତାରିଖ ରାତି ୧୦ଟା ୩୮ରୁ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ଉପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ୩ ପ୍ରକାରର ସୂର୍ଯ୍ୟୋପରାଗ (ଆଂଶିକ, ପୂର୍ଣ୍ଣ ଓ ବଳୟ) ଘଟିଥାଏ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟୋପରାଗ ପୂର୍ବରୁ ଓ ପରେ ଆଂଶିକ ଦେଖାଯାଇଥାଏ। କଦବାକ୍ୱଚିତ୍‌ ସମ୍ପୂର୍ଣ୍ଣ ଓ ବଳୟ ଉପରାଗ ମିଶିକରି ଦେଖାଯାଏ। ଏହି ପ୍ରକାରର ସୂର୍ଯ୍ୟୋପରାଗ ପୂର୍ବରୁ ୨୦୧୬ ସେପ୍ଟେମ୍ବର ୧ ଓ ୨୦୧୯ ସେପ୍ଟେମ୍ବର ୨୬ରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri