Posted inରାଜ୍ୟ

୨୦ ତାରିଖରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ପନ’: ୧୮ରୁ ଓଡ଼ିଶାରେ ବର୍ଷା, ପବନ

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇସାରିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡ଼ର ରୂପ ନେବ। ତେବେ ସାମୁଦ୍ରିକ ଝଡ଼ର ରୂପ ନେବା ପରେ ଏହା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ। ୨୦ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ। ଶନିବାର ଏନେଇ ସୂଚନା ଦେଇଛନ୍ତି ଏସ୍‌ଆରସି ପ୍ରଦୀପ ଜେନା।
ଏସଆରସିଙ୍କ କହିବା ଅନୁଯାୟୀ, ଏବେ ସମୁଦ୍ର ମଧ୍ୟରେ ବାତ୍ୟା ଅମ୍ଫନ ଘଣ୍ଟାପ୍ରତି ୨୦ କିମି ବେଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାର ରୂପ ନେବ। ତେବେ ଓଡ଼ିଶା ପ୍ରତି ଏହାର କେତେ ପ୍ରଭାବ ରହିବ ସେନେଇ ଖୁବଶୀଘ୍ର ଖବର ମିଳିବ ବୋଲି ଏସଆରସି କହିଛନ୍ତି। ବାତ୍ୟା ଅମ୍ଫନ କାରଣରୁ ଉପକୂଳ ଓ ଉତ୍ତର ଓଡ଼ିଶାର ୧୨ଟି ଜିଲାକୁ ସତର୍କ କରାଯାଇଛି। ଏନଡିଆରଏଫ ଓ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରହିବାକୁ ଏସ୍‌ଆରସି ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ୧୮ ଓ ୧୯ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ଦୁଇ ତାରିଖ ମଧ୍ୟରେ ବାତ୍ୟାଟି ଓଡ଼ିଶା ଉପକୂଳ ଦେଇ ଗତି କରିବ। ଏହାର ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା, ପବନ ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

ଚାର୍ଜ ବସାଇ ଶୁଣୁଥିଲେ ଗୀତ: ହଠାତ୍‌ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

ନନ୍ଦପୁର,୧୩।୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ରାତ୍ରଠାରୁ ପ୍ରବଳ ବର୍ଷା ଓ ବଜ୍ରପାତର ପ୍ରକୋପ ଦେଖିବାକୁ ମିଳିଛି। ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ…

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ଗ୍ରହଙ୍କ ଖାସ୍‌ ଖେଳରେ ୫ ରାଶିଙ୍କ ଚମକିବ ଭାଗ୍ୟ, ଖୋଲିଯିବ ଟଙ୍କା ଆସିବାର ରାସ୍ତା; ବଢିବ…

୧୩ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର ଶୁକ୍ଳ ପକ୍ଷର ପ୍ରତିପଦା ତିଥି ଏବଂ ଦିନ ଗୁରୁବାର ଅଟେ। ଏହା ଚାତୁର୍ମାସର ୨୦ ତମ ଦିନ ଅଟେ।…

ଆସୁଛି ବଡ଼ ବର୍ଷା: ଅବପାତର ପରିଣତ ହେବ ଲଘୁଚାପ, ରେଡ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୧୩/୮:ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳର ଉତ୍ତର ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ସୃଷ୍ଟ ଲଘୁଚାପ ଅଧିକ…

ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ

ବେଜିଂ, ୧୩।୮: ଚାଇନାକୁ ଆଧୁନିକ ଅର୍ଥନୈତିକ ମହାଶକ୍ତି ଭାବରେ ଗଢ଼ିବାରେ ପ୍ରମୁଖ ଭୂମିକା ନେଇଥିବା ଏବଂ ଦେଶକୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ସାମିଲ କରାଇଥିବା ଚାଇନାର ପୂର୍ବତନ…

୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିପାରିବେ ବଳାତ୍କାର ପୀଡ଼ିତା: କୋର୍ଟ ଦେଲେ ବଡ଼ ରାୟ

ଇନ୍ଦୋର,୧୨ା୮(ପି.ଟି.):ବଳାତ୍କାର ପୀଡ଼ିତା ଗର୍ଭବତୀ ହୋଇଥିଲେ, ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିବାକୁ ଚାହିଁଲେ ଏଥିପାଇଁ ଅଦାଲତଙ୍କ ଅନୁମତି ନେବାକୁ ପଡ଼ିବ ନାହଁି। ମଧ୍ୟପ୍ରଦେଶ ହାଇକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri