୧୮ ମାସରେ ବଦଳିବ ସରକାରୀ କୋଠାର ରୂପରେଖ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଉଚ୍ଛେଦ ଓ ନିର୍ମାଣ

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ରାଜଧାନୀରେ ଥିବା ସରକାରୀ କୋଠା ଏବଂ କ୍ୱାର୍ଟର୍ସଗୁଡିକ ନବୀକରଣ କରାଯିବ। ଏନେଇ ସାଧାରଣ ପ୍ରଶାସନ(ଜିଏ) ପକ୍ଷରୁ ସ୍ଥାନ ଚିହ୍ନଟ ହୋଇସାରିଛି। ପୂର୍ତ୍ତ ବିଭାଗ ମଧ୍ୟ ଏଥିପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିସାରିଛି। ଚଳିତ ନଭେମ୍ବରରେ ପୁରାତନ କୋଠା ଭାଙ୍ଗିବା ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ସେହିପରି ନୂତନ ନିର୍ମାଣ କାର୍ଯ୍ୟ ଆସନ୍ତା ୧୮ ମାସ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାରୀ ଆବାସ ଉନ୍ନୟନ କାର୍ଯ୍ୟକ୍ରମ(ଜିଏଡିପି) ଅନ୍ତର୍ଗତ ଏହି ସମସ୍ତ କାର୍ଯ୍ୟ କରାଯିବ। ପୁରୀସ୍ଥିତ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନୟନ ଭଳି ରାଜଧାନୀରେ ନୂଆ ସରକାରୀ କୋଠାର ନିର୍ମାଣକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟର ନିୟମିତ ବ୍ୟବଧାନରେ ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସାରିଛି। କମିଟି ଦ୍ୱାରା ପୂର୍ବରୁ କରାଯାଇଥିବା ୩ଟି ବୈଠକରେ ପୁରୁଣା କୋଠା ଭଙ୍ଗାଯିବା ସହ ନୂତନ ନିର୍ମାଣ ନେଇ ଆଲୋଚନା ହୋଇଛି।
କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ , ଅର୍ଥ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ସଦସ୍ୟ ଏବଂ ପୂର୍ତ୍ତ ବିଭାଗର କମିଶନର ତଥା ସଚିବ ଆବାହକ ସଦସ୍ୟଭାବେ କାର୍ଯ୍ୟ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ବିଧାନ ସୌଧ ସମ୍ମୁଖ ଭାଗ ଭଙ୍ଗାଯିବା ସହ ସେଠାରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରାଯିବ। ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସେହି ସ୍ଥାନରେ ଟାଇପ-୭ ଆବାସ ଯୋଗାଇ ଦିଆଯିବ। ଏହା ବ୍ୟତୀତ ଜନ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ରଭାବେ ବ୍ୟାୟାମଶାଳା(ଜିମ୍‌), ଫୁଡ୍‌ କୋର୍ଟ, ଚାଲିବା ପାଇଁ ସ୍ଥାନ ଏବଂ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ରହିବ। ବିଧାୟକମାନଙ୍କ ପାଇଁ ନିର୍ମାଣ ପରେ କେତେ ମାତ୍ରାର ସ୍ଥାନ ବଳକା ରହୁଛି, ତାହାକୁ ଦୃଷ୍ଟିରେ ରଖି ବିଧାନସଭା କର୍ମଚାରୀଙ୍କ ପାଇଁ ଆବାସସ୍ଥଳୀ ନିର୍ମାଣ କରାଯିବ ବୋଲି ଜଣାପଡିଛି। ସେହିପରି ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ମଧ୍ୟରେ ଥିବା ସିଙ୍ଗଲ୍‌ ଷ୍ଟୋରେଜ୍‌ କ୍ୱାର୍ଟର୍ସକୁ ଭଙ୍ଗାଯାଇ ବହୁମୁଖୀ ପ୍ରାସାଦ କେବଳ ବରିଷ୍ଠ ଅଧିକାରୀଙ୍କ ପାଇଁ ନିର୍ମାଣ କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ୟୁନିଟ୍‌ ୧, ୨, ୩ରେ ଥିବା ସିଙ୍ଗଲ୍‌ ଷ୍ଟୋରେଜ୍‌ କ୍ୱାର୍ଟର୍ସକୁ ଭଙ୍ଗାଯିବ ବୋଲି ଜଣାପଡିଛି। ଏହି ସ୍ଥାନରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ପାଇଁ ଫ୍ଲାଟ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି।
ସରକାର ଏପରି ନିଷ୍ପତ୍ତି ନେଇ ଥିବାରୁ କର୍ମଚାରୀଙ୍କ ମହଲରେ ସ୍ବାଗତ କରାଯାଇଛି। ହେଲେ ‘ଲୋକସେବା ଭବନ’ ତଥା ସଚିବାଳୟ କର୍ମଚାରୀମାନେ ସ୍ବତନ୍ତ୍ର ଭାବେ ଆବାସିକ କଲୋନୀ ପାଇଁ ପ୍ରସ୍ତାବ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ଏଜି, ଓଡ଼ିଶା ଖଣି ନିଗମ, ଇଡ୍‌କଲ୍‌ , ଡିପିଆଇ, ଓସିସି, ଆରବିଆଇ ଏବଂ ଏସ୍‌ବିଆଇର ସ୍ବତନ୍ତ୍ର କର୍ମଚାରୀ କଲୋନୀ ରହିଛି। ଏହି ଢାଞ୍ଚାରେ ସଚିବାଳୟ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କଲୋନୀ କରିବା ପାଇଁ ଦାବି କରାଯାଇଛି। ବର୍ତ୍ତମାନ କର୍ମଚାରୀମାନେ ରାଜଧାନୀର ବିଭିନ୍ନ ସ୍ଥାନ ଯଥା-ରେଣ୍ଟାଲ କଲୋନୀ, ସୈନିକ ସ୍କୁଲ, କଳ୍ପକା ଛକ ଅଞ୍ଚଳ ଏବଂ ବିଜେବି ନଗର ପ୍ରଭୃତିରେ ରହୁଛନ୍ତି। ତେଣୁ ଲୋକସେବା ଭବନ ନିକଟବର୍ତ୍ତୀ ୟୁନିଟ୍‌-୨ କିମ୍ବା ୩ରେ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର କଲୋନୀ ପାଇଁ ଦାବି କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖସଡ଼ା ଅନୁଯାୟୀ ୨୨୦ ରୁ ୨୪୦ କୋଟି ମଧ୍ୟରେ ପ୍ରସ୍ତାବିତ କାର୍ଯ୍ୟକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨୦୨୧ ଅଗଷ୍ଟ ମାସ ପୂର୍ବରୁ ପ୍ରସ୍ତାବିତ ନିର୍ମାଣ ଯେପରି ବ୍ୟବହୃତ ହୋଇପାରୁଥିବା ସେଥିପ୍ରତି ଦୃଷ୍ଟି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?