୧୭ ଜୀବନ ନେଲାଣି କରୋନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆୟତ୍ତ କରିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ପଦକ୍ଷେପ ଆପଣେଇ ଥିଲେ। ଯଦିଓ ଇତିମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଟପିଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା କୁହାଯାଉଛି। ଅନ୍ୟପକ୍ଷରେ ଏବେ ସୁଦ୍ଧା କରୋନାରେ ୫ ଜିଲାର ୧୭ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ମଙ୍ଗଳବାର କଟକରେ ୨ଜଣଙ୍କ ମୃତ୍ୟୁ ହେବା ପରେ ଏହି ସଂଖ୍ୟା ୧୭ ଛୁଇଁଛି। ତେବେ ଗଞ୍ଜାମ ଜିଲାରେ ସର୍ବାଧିକ ୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧାରେ ୪, କଟକରେ ୩, ପୁରୀ ଓ ବରଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଜିଲାରେ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ୨ ଆକ୍ରାନ୍ତଙ୍କ କରୋନା ସହ ଅନ୍ୟ ରୋଗ ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ କରୋନା ଯୋଗୁ ହୋଇ ନ ଥିବା ବିଭାଗ କହିଛି। ଜଣେ ୭୧ ବର୍ଷୀୟ ବୃଦ୍ଧ ମଧୁମେହ ଓ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ୟ ଜଣେ ୫୫ ବର୍ଷୀୟ ପୁରୁଷ ମଧ୍ୟ ମଧୁମେହ କବଳରେ ଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବିଭାଗ କହିଛି। କିନ୍ତୁ ତୃତୀୟ ଆକ୍ରାନ୍ତ ୮୦ ବର୍ଷୀୟ ବ୍ୟକ୍ତି ଜଣକ କରୋନା ଯୋଗୁ ନୁହଁ, ବରଂ ଏକାଧିକ ରୋଗରେ ପୀଡ଼ିତ ଥିବା ଯୋଗୁ ମୃତ୍ୟୁ ହୋଇଥିବା କୁହାଯାଇଛି। ରାଜ୍ୟରେ ଏବେ ୭ଜଣ କରୋନା ରୋଗୀଙ୍କ ମୃତ୍ୟୁ ଅନ୍ୟ କାରଣ ଯୋଗୁ ହୋଇସାରିଲାଣି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ୨ଜଣ ଥିବାବେଳେ କଟକ, ବାଲେଶ୍ୱର, ପୁରୀ, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ଜଣେ ଲେଖାଏ ରହିଛନ୍ତି।
ମଙ୍ଗଳବାର ୧୬୭ ନୂଆ ପଜିଟିଭ୍‌ ଚିହ୍ନଟ ହେହାଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୦ ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରୁ ଠାବ କରାଯାଇଥିବାବେଳେ ୧୭ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ନୂୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଜପତିରୁ ସର୍ବାଧିକ ୪୧, ଗଞ୍ଜାମରୁ ୩୦, ଜଗତସିଂହପୁରରୁ ୧୯, ମୟୂରଭଞ୍ଜରୁ ୧୪, ବାଲେଶ୍ୱରରୁ ୧୩, ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, କେନ୍ଦ୍ରାପଡ଼ାରୁ ୭, ରାୟଗଡ଼ା ଓ ଯାଜପୁରରୁ ୫ଜଣ ଲେଖାଏ, ସୁନ୍ଦରଗଡ଼ରୁ ୪ଜଣ ରହିଛନ୍ତି। ସେହିପରି କଟକ, ଝାରସୁଗୁଡ଼ାରୁ ୩ଜଣ ଲେଖାଏ ଥିବାବେଳେ ନୟାଗଡ଼ରୁ ୨, ବରଗଡ଼, ପୁରୀ, ବଲାଙ୍ଗୀର, କୋରାପୁଟରୁ ଜଣେ ଲେଖାଏ ରହିଛନ୍ତି। ଫଳରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି। ମଙ୍ଗଳବାର ଆଉ ୧୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୯୮୮ରେ ପହଞ୍ଚିଛି। ବର୍ତ୍ତମାନ ୧୪୫୮ ଜଣ ସକ୍ରିୟ ରୋଗୀ ରହିଛନ୍ତି।

ସେବାୟତ କରୋନା ପଜିଟିଭ ଚିହ୍ନଟ:

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ରହିବ। ପୁରୀ ରଥଯାତ୍ରାକୁ ଏମିତି କିଛି ସର୍ତ୍ତ ରଖି ଅନୁମତି ଦେଇଥିଲେ ସୁପ୍ରିମ୍‌କୋର୍ଟ। ଏହାକୁ ଗୁରୁତ୍ୱର ସହ ନେଇ ପ୍ରଶାସନ ସମସ୍ତ ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରିଥିଲା। ପୂର୍ବରୁ ୭୦୦ରୁ ଊର୍ଦ୍ଧ୍ୱ ସେବାୟତଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ସୋମବାର ୧୧୪୩ ସେବାୟତଙ୍କ କୋଭିଡ୍‌ ଟେଷ୍ଟ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ସକାଳେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଚାଲୁଥିବାବେଳେ ଏହା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ପ୍ରଶାସନ ସମ୍ପୃକ୍ତ ସେବକଙ୍କୁ ବାହାରକୁ ନେଇଆସି ତାଙ୍କୁ ଆମ୍ବୁଲାନ୍ସରେ କୋଭିଡ୍‌ ହସ୍ପିଟାଲକୁ ପଠାଇଥିଲା। ଏଥିପାଇଁ ସୁଆରସାହି ଛକରୁ ନାରାୟଣୀ ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ମଙ୍ଗଳବାର ସକାଳୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶାନାମା ଜାରି ହୋଇଛି। ମହାମାରୀ କରୋନା ପାଇଁ ଏଥର ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହାକୁ ବିରୋଧ କରି କେବଳ ପୁରୀ ରଥଯାତ୍ରାକୁ ଅନୁମତି ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିଶନ ପରେ ପିଟିଶନ ଦାଏର ହେଲା। ଶେଷରେ ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ମିଳିଲା। କୋଭିଡ୍‌ ଗାଇଡ୍‌ଲାଇନକୁ କଡ଼ାକଡ଼ି ପାଳନ ସହ ଭକ୍ତଶୂନ୍ୟ ରଥଯାତ୍ରା କରିବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ାଏହାପରେ ସୋମବାର ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ୧୧୪୩ ସେବାୟତଙ୍କ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ସେବାୟତଙ୍କ ପଜିଟିଭ ବାହାରିଥିବା ବେଳେ ଅନ୍ୟ ସମସ୍ତଙ୍କର ନେଗେଟିଭ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଏଣିକି ଟ୍ରାଫିକ୍‌ ପୋଲିସ ପିନ୍ଧିବେ AC ହେଲ୍‌ମେଟ୍‌

ଭୁବନେଶ୍ୱର,୨୦ା୪: ପ୍ରଚଣ୍ଡ ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ସମସ୍ତ ଟ୍ରାଫିକ୍‌ କର୍ମଚାରୀ ଏଣିକି ଏସି ବା ଏୟାର କଣ୍ଡିଶନ ହେଲ୍‌ମେଟ୍‌ ପିନ୍ଧିବେ।...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

ବିଜେଡି ପ୍ରାର୍ଥୀ ଘୋଷଣା ପରେ ବଡ଼ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ଦଳ ଚିଲିକାରୁ ରଘୁନାଥ ସାହୁଙ୍କୁ ପ୍ରାର୍ଥୀ କରିଛି। ତେବେ ଚିଲିକା...

ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ...

ଏହି ୨ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଧାନସଭା ନିର୍ବାଚନ ପାଇଁ ବଜେଡି ଷଷ୍ଠ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କରିଛି। ପ୍ରାର୍ଥୀ ଘୋଷଣାରେ ଚମ୍ପୁଆ ବିଧାୟକ ମିନାକ୍ଷୀ ମହାନ୍ତ ଏବଂ ଆନନ୍ଦପୁର...

ବିଜେଡି ଷଷ୍ଠ ପ୍ରାର୍ଥୀ ତାଲିକା: ୫ ବିଧାୟକଙ୍କ କଟିଲା ଟିକେଟ୍‌

ଭୁବନେଶ୍ୱର,୨୦।୪: ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଟିକେଟ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଲିକାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri