୧୫୦ତମ ଜନ୍ମବାର୍ଷିକୀର କାର୍ଯ୍ୟକ୍ରମ ଚୂଡ଼ାନ୍ତ: ରାଜ୍ୟରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ବିଶାଳ ପ୍ରତିମୂର୍ତ୍ତି

ଭୁବନେଶ୍ୱର,୨୨।୯ (ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ ପାଳନ ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୨ରେ ରାଜ୍ୟବ୍ୟାପୀ ଜୟନ୍ତୀ ଉତ୍ସବ ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଏନେଇ ଶନିବାର ଲୋକସେବା ଭବନରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ରୂପାୟନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ପାଣିଗ୍ରାହୀ କହିଲେ, ରାଜ୍ୟରେ ଗାନ୍ଧିଜୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଉକ୍ତ ସ୍ଥାନକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ସମୃଦ୍ଧ କରାଯିବ। ରାଜ୍ୟ ଓ ଜିଲା ସ୍ତରରେ ୧୫୦ ସ୍ଥାନରେ ବୃକ୍ଷରୋପଣ କରାଯିବ। ବିଭିନ୍ନ ଜିଲାରେ ରହିଥିବା କେତେକ ମାର୍ଗ ବା ରାସ୍ତାକୁ ଗାନ୍ଧିଜୀଙ୍କ ସ୍ମୃତିରେ ଉତ୍ସର୍ଗ କରାଯିବା ସହ ତାଙ୍କ ନାମରେ ନାମିତ କରାଯିବ ବୋଲି ସୂଚନା ଦିଆଯାଇଛି।

ଜିଲା ସ୍ତରରେ ଜିଲାପାଳଙ୍କ ଦ୍ୱାରା କାର୍ଯ୍ୟକ୍ରମମାନ ପରିଚାଳନା କରାଯିବ। ଉକ୍ତଦିନ ସକାଳେ ଭୁବନେଶ୍ୱରରେ ଛାତ୍ରୀଛାତ୍ର ତଥା ସଚେତନ ନାଗରିକଙ୍କୁ ନେଇ ମାନବଶୃଙ୍ଖଳ ଓ ରାଲି, ବିଧାନସଭା ପରିସର ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୀତଗୋବିନ୍ଦ ସଦନରେ ଶିଳ୍ପୀ ଶିବିର, ସୂଚନା ଭବନରେ ‘ଗାନ୍ଧୀକଥା’, ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କିତ ପୁସ୍ତକ ଲୋକାର୍ପିଣ, ସାହିତ୍ୟ ଏକାଡେମୀ ଓ ଊର୍ଦ୍ଦୁ ଏକାଡେମୀର ମିଳିତ ଆନୁକୂଲ୍ୟରେ ଗୀତଗୋବିନ୍ଦ ଭବନରେ ଗାନ୍ଧୀ ଏବଂ ସ୍ବାଧୀନତା ସଂଗ୍ରାମ ସମ୍ପର୍କିତ କବିତା ପାଠୋତ୍ସବ, ସନ୍ଧ୍ୟାରେ ସୂଚନା ଭବନରେ ଗାନ୍ଧୀଭଜନ ପରିବେଷଣ କରାଯିବ। ରବୀନ୍ଦ୍ର ମଣ୍ଡପ, ସୂଚନା ଭବନ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ଅଭିଲେଖାଗାର, ସଂସ୍କୃତି ଭବନ, ଭଞ୍ଜକଳା ମଣ୍ଡପ ସମେତ କଟକର ସ୍ବରାଜ୍ୟ ଆଶ୍ରମ ଓ ନୌବାଣିଜ୍ୟ ସଂଗ୍ରହାଳୟରେ ଗାନ୍ଧିଜୀଙ୍କ ତୈଳଚିତ୍ର ସ୍ଥାପନ କରାଯିବ।

ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର ପଣ୍ଡା, ଗାନ୍ଧୀଦର୍ଶନ ପ୍ରବକ୍ତା ପ୍ରହଲ୍ଲାଦ ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ, ଯୁଗ୍ମ ନିର୍ଦ୍ଦେଶକ ଲିପ୍‌ସା ଦାସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ଶାସନ ସଚିବ ଶୁଭଶ୍ରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଗାନ୍ଧିଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ନିମନ୍ତେ ଗଠିତ ପ୍ରକାଶନ ଉପସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହାର ଅଧ୍ୟକ୍ଷ ତଥା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏଥିରେ ସଭାପତିତ୍ୱ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ଉପରେ ଲିଖିତ ୩ ପୁସ୍ତକର ଓଡ଼ିଆ ଅନୁବାଦ ପ୍ରକାଶ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ ବାମପନ୍ଥୀ

ବିଦ୍ୟାଧର ସାହୁ, ୧୧।୧୦: ଗଞ୍ଜାମ, ୧୦/୧୦: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ, ଓଡ଼ିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଗଞ୍ଜାମ ତହସିଲ ଅନ୍ତର୍ଗତ ରାମଗଡ଼…

ସମଲେଶ୍ବରୀଙ୍କ ଶୈଳପୁତ୍ରୀ ବେଶ

ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ): ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ନବରାତ୍ର ପୂଜା। ଏହି ଅବସରରେ ନବରାତ୍ର ପୂଜାର ପ୍ରଥମ ଦିବସରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ ଶୈଳପୁତ୍ରୀ…

ମଦନପୁର କଲେଜ ଛାତ୍ର ସଂସଦ ନିର୍ବାଚନ ବାତିଲ

ରାଜନଗର, ୧୧।୧୦ (ଭାସ୍କର ରାଉତରାୟ): ସ୍ଥାନୀୟ ୟୁ. କେ. ମହାବୀର ମହାବିଦ୍ୟାଳୟରେ ଶନିବାର ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ ଘଟିଥିବା ଅଭିଯୋଗ…

Odisha SIR Voter List Row: ୩ ଦିନରେ ୩୩,୫୧୫ ଫର୍ମ-୬ ଆବେଦନପତ୍ର ଗ୍ରହଣ

ଭୁବନେଶ୍ୱର,୧୧ା୧୦(ସୁନିତ୍‌ ମିଶ୍ର): ଭାରତର ନିର୍ୱାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ଭୋଟର ତାଲିକାରେ ନାମ ସାମିଲକରିବା ଉଦ୍ଦେଶ୍ୟରେ ଗତ ୭ରୁ ୯ ତାରିଖ ଯାଏ ରାଜ୍ୟବ୍ୟାପୀ ଏକ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ରେଭେନ୍‌ଶାରେ ଉତ୍ତେଜନା

କଟକ,୧୧ା୧୦(କାର୍ତ୍ତିକ ସାହୁ): ଛାତ୍ର ସଂସଦ ନିର୍ୱାଚନ ପାଇଁ ଏଆଇଡିଏସ୍‌ଓ ସଭାପତି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଖାରଜ ଘଟଣାକୁ ନେଇ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ପ୍ରାର୍ଥିପତ୍ର ଖାରଜକୁ…

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?