୧୪ ହାତୀ, ୬ କଲରାପତରିଆ ଗାଏବ

ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଶିକାରୀଙ୍କ ଦୌରାତ୍ମ୍ୟ ରାୟଗଡ଼ା ଜିଲାକୁ ଏକପ୍ରକାର ବନ୍ୟପ୍ରାଣୀଶୂନ୍ୟ କରିଦେଇଛି। ଏହି ଜଙ୍ଗଲରେ ପୂର୍ବରୁ ଥିବା ୧୪ ହାତୀ ଓ ୬ କଲରାପତରିଆ ବାଘଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ହାତୀ ଓ ବାଘଙ୍କ ସମ୍ପର୍କରେ ବନ ବିଭାଗ ନିକଟରେ କୌଣସି ତଥ୍ୟ ନାହିଁ, ଯାହାକି ବନ୍ୟପ୍ରାଣୀ ପ୍ରେମୀଙ୍କୁ ବ୍ୟଥିତ କରିଛି।

ରାୟଗଡ଼ା,୨।୧୧(ଆଶିଷ ରଞ୍ଜନ ପଣ୍ଡା) ରାୟଗଡ଼ା ଜିଲାରେ ଥିବା ଜଙ୍ଗଲରୁ ୧୪ ହାତୀ ଏବଂ ୬ କଲରାପତରିଆ ବାଘ ନିଖୋଜ ଥିବା ଜଣାପଡ଼ିଛି। ଜଙ୍ଗଲରେ ଥିବା ହାତୀ ଓ ବାଘ କେଉଁଆଡ଼େ ଚାଲିଯାଇଛନ୍ତି ନା, ଶିକାର ହୋଇଛନ୍ତି ସେ ନେଇ ଜିଲା ବନ ବିଭାଗ ନିକଟରେ ତଥ୍ୟ ନାହିଁ। ୨୦୧୭ରେ ବନ ବିଭାଗ ପକ୍ଷରୁ ହାତୀ ଓ ବ୍ୟାଘ୍ର ଗଣନା ଅନୁସାରେ, ଜିଲାର ୩ଟି ରେଞ୍ଜ ଗୁଡ଼ାରି, ମୁନିଗୁଡ଼ା ଓ କଲ୍ୟାଣସିଂପୁର ବନାଞ୍ଚଳ ଅଧୀନରେ ଥିବା ଜଙ୍ଗଲରେ ମୋଟ ୧୬ ହାତୀ ଓ ୬ଟି କଲରାପତରିଆ ବାଘ ଥିଲେ। ଚଳିତ ବର୍ଷ ଅକ୍ଟୋବରରେ ବନ ବିଭାଗର ଗଣନା ଅନୁସାରେ ଜଙ୍ଗଲରେ ୨ଟି ହାତୀ ଥିବା ତଥ୍ୟ ରହିଥିବା ବେଳେ ୧୪ ହାତୀ ନିଖୋଜ ଅଛନ୍ତି। ସେହିପରି ରାୟଗଡ଼ା ଜିଲା ଜଙ୍ଗଲରେ ଗୋଟିଏ ହେଲେ କଲରାପତରିଆ ବାଘଙ୍କ ପତ୍ତା ମିଳୁନାହିଁ। ମାତ୍ର ୬ ବର୍ଷ ଭିତରେ ୧୪ ହାତୀ ଏବଂ ୬ଟି ବାଘ କେଉଁଆଡ଼େ ଉଭାନ ହୋଇଗଲେ ସେ ନେଇ ବନ ବିଭାଗ ନିକଟରେ କୌଣସି ତଥ୍ୟ ନ ଥିବା ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟ ୧୪ ହାତୀ, ୬ କଲରାପତରିଆ ସୂଚନାରୁ ଜଣାପଡ଼ିଛି। ୨୦୧୭ ହାତୀ ଗଣନା ଅନୁସାରେ ଗୁଡ଼ାରି ଜଙ୍ଗଲରେ ୮, ମୁନିଗୁଡ଼ା ବନାଞ୍ଚଳରେ ୬ ଏବଂ କଲ୍ୟାଣସିଂହପୁର ବନାଞ୍ଚଳରେ ୨ଟି ହାତୀ ଥିଲେ। ସେହିଭଳି ୨୦୧୬ ବ୍ୟାଘ୍ର ଗଣନା ଅନୁସାରେ ରାୟଗଡ଼ା ରେଞ୍ଜ ଅଧୀନ ଗୁମ୍ମା ସେକ୍ସନର ନାଥମା ଅଞ୍ଚଳରେ ୨, ମୁନିଗୁଡ଼ା ରେଞ୍ଜ ଅଧୀନ ପୋଖରୀରେ ୧, ଅମ୍ବାଦଳାରେ ୧ ଏବଂ ଚନ୍ଦ୍ରପୁର ଜଙ୍ଗଲରେ ୨ ବାଘ ରହିଥିବା ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟରୁ ଜଣାପଡ଼ିଛି। ୨୦୨୩ ଅକ୍ଟୋବରରେ ଶେଷ ହୋଇଥିବା ବାଘ ଗଣନା ଅନୁସାରେ ଜିଲାର କୌଣସି ଜଙ୍ଗଲରେ ଗୋଟିଏ ହେଲେ କଲରାପତରିଆ ବାଘ ନ ଥିବା ସୂଚନା ମିଳିଛି। ବିଭାଗୀୟ କର୍ମଚାରୀଙ୍କ ଦାୟିତ୍ୱରେ ଅବହେଳା କାରଣରୁ ବାଘ ଓ ହାତୀବଂଶ ଲୋପ ପାଇବାକୁ ବସିଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ ସେଭଳି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହେଉଛି । କେବଳ ହାତୀ ଓ ବାଘ ନୁହେଁ, ଜଙ୍ଗଲ ଅବକ୍ଷୟ ଓ ଶିକାରୀଙ୍କ ଦୌରାତ୍ମ୍ୟ କାରଣରୁ ଜିଲାରୁ ଅନ୍ୟ ବନ୍ୟଜନ୍ତୁଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ କମିବାରେ ଲାଗିଛି। ଗତ ଏପ୍ରିଲ ୧୦ ତାରିଖରେ ଗୋଟିଏ କୁଟୁରା ବାଟବଣା ହୋଇ ସହର ଭିତରକୁ ଆସିଥିବାବେଳେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ କୌଣସ ସୂଚନା ନ ଥିଲା। ସ୍ଥାନୀୟ ଲୋକେ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ ା କୁକୁରଙ୍କ ଆକ୍ରମଣରେ କ୍ଷତାକ୍ତ ହୋଇଥିବାରୁ କୁଟୁରାର ମୃତ୍ୟୁ ଘଟିଥିଲା ା ଏକଦା ହାତୀ ଓ ବାଘର ସୁରକ୍ଷିତ ଜଙ୍ଗଲ ଭାବେ ପରିଚିତ ରାୟଗଡ଼ା ଜିଲାରେ ଏବେ ହାତୀ ଓ ବାଘ ବଂଶ ଲୋପ ପାଇବାକୁ ବସିଥିଲେ ମଧ୍ୟ ଏ ନେଇ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କ ସୁରକ୍ଷା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜିଲାରେ ବନ୍ୟଜନ୍ତୁଙ୍କ ଅବସ୍ଥିତି ଓ ସୁରକ୍ଷାକୁ ନେଇ ରାୟଗଡ଼ା ବନଖଣ୍ଡ ଭାରପ୍ରାପ୍ତ ଡିଏଫ୍‌ଓ ଏସ୍‌.ଆନନ୍ଦଙ୍କୁ ପଚାରିବାରୁ ବନ୍ୟଜନ୍ତୁଙ୍କ ନିୟମିତ ଟ୍ରାକିଂ କରିବା ସହ ଜନ ସଚେତନତା କରାଯାଉଛି। ଜନବସତି ଅଞ୍ଚଳଙ୍କୁ ହାତୀ ଓ ବାଘ ପଶି ଆସିଲେ ସେମାନଙ୍କୁ ଆକ୍ରମଣ ନ କରି ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ ସଚେତନ କରାଯାଉଛି। ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସୂଚନା ପାଇଁ ରେଲଓ୍ବେ ଓ ବିଦ୍ୟୁତ୍‌ ବିଭାଗ ସହ ସମ୍ପର୍କ ସ୍ଥାପନ କରାଯାଉଥିବା ଡିଏଫ୍‌ଓ ଆନନ୍ଦ କହିଛନ୍ତି। ତେବେ ଗଣନା ବେଳେ ହାତୀ ଓ କଲରାପତରିଆ ବାଘ ନିଖୋଜ ହେବା ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ମାଲିକାଣୀ ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର,୪।୫: କଟକ-ବାରବାଟୀ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୋଫିଆ ଫିର୍ଦ୍ଦୋସ। ସେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ଅଟନ୍ତି। ତେବେ ସେ...

୩୭ ଏମ୍‌ପି ପ୍ରାର୍ଥୀରୁ ୧୭ କୋଟିପତି, କଳାହାଣ୍ଡି ଲୋକ ସଭା ପ୍ରାର୍ଥୀ ମାଳବିକା ସବୁଠୁ ଧନୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା...

ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଆସିଲା ଏଡିଆର ରିପୋର୍ଟ: ଦଶମ ପାସ୍‌ କରି ନାହାନ୍ତି ୩ ପ୍ରାର୍ଥୀ

ଭୁବନେଶ୍ୱର,୪।୫: ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚର ରିପୋର୍ଟ ପ୍ରକାଶ ପାଇଛି। ୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀ, ୭...

ସରପଞ୍ଚଙ୍କ ପରିବାରରେ ୩ ଶ୍ରମିକ

ନାଉଗାଁ,୪ା୫(ସୁଧା ବେହୁରା) ଶ୍ରମିକମାନଙ୍କୁ ଦାଦନ ଖଟିବାରେ ରୋକ ଲଗାଇବା ସହ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇ ଦେବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌...

କୋରାପୁଟରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ: ବିରୋଧୀଙ୍କୁ ଟାର୍ଗେଟ୍‌

କୋରାପୁଟ,୪।୫(ଅମିତାଭ ବେହେରା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କୋରାପୁଟରେ ପହଞ୍ଚି ନିର୍ବାଚନ ପ୍ରଚାର କରିଛନ୍ତି। କୋରାପୁଟ ଓଏମ୍‌ପି ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଓଡ଼ିଶାର...

ପୁଣି ଦଳ ଡେଇଁଲେ ଦେବାଶିଷ, ଭାଜପା ଛାଡ଼ି କଂଗ୍ରେସରେ ହେଲେ ସାମିଲ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା!, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୪।୫: ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା। ଉପକୂଳ ସମେତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri