୧୪ ଦଫା ଦାବିରେ ଆଶାକର୍ମୀଙ୍କ ବିକ୍ଷୋଭ

ନୟାଗଡ଼ ଅଫିସ,୫ା୯- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାରଣନୀତିର ପ୍ରତିବାଦ ଏବଂ ଆଶାକର୍ମୀମାନଙ୍କ ବିଭିନ୍ନ ଦାବି ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ବୁଧବାର ଆଶାକର୍ମୀମାନେ ବିକ୍ଷୋଭ କରିଥିଲେ। ଓଡ଼ିଶା ଆଶାକର୍ମୀ ଆସୋସିଏଶନ ସିଟୁ ନୟାଗଡ଼ ଜିଲା କମିଟି ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଆଶାକର୍ମୀମାନେ ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଉପଲକ୍ଷେ ଜିଲା ସଭାପତି ନଳିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ କେନ୍ଦ୍ରରେ ମୋଦି ସରକାରଙ୍କ ଶ୍ରମିକ ଓ କର୍ମଚାରୀ ମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଥିଲା। ସ୍ବାସ୍ଥ୍ୟକ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ଜାତୀୟ ସ୍ବାସ୍ଥ୍ୟ ମିଶନରେ ଅନୁଦାନ ରାଶି ହ୍ରାସ କରି ସମ୍ପୂର୍ଣ୍ଣ ଉଠାଇ ଦେବାର ବ୍ୟବସ୍ଥା କେନ୍ଦ୍ର ସରକାର ଗତ ବଜେଟରେ କରିଥିବାରୁ ଏହାକୁ ନେଇ ସମାବେଶରେ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ଆଶାମାନଙ୍କ ନିଯୁକ୍ତି ଫଳରେ ଦେଶରେ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ଅନେକାଂଶରେ ନିୟନ୍ତ୍ରଣ ହେବା ସହ ସାଧାରଣ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ ପାରିଛି। ହେଲେ ଆଶାମାନଙ୍କୁ ସ୍ବଳ୍ପ ପାରିଶ୍ରମିକ ପ୍ରଦାନ କରାଯାଉଥିବାରୁ ସେମାନେ ଅଭାବ ଅନଟନରେ ଦିନ କାଟୁଥିବା ପ୍ରକାଶ କରିଛନ୍ତି। ଆଶାକର୍ମୀଙ୍କୁ ମାସିକ ୨୦ ହଜାର ଟଙ୍କା, ନିଯୁକ୍ତିକୁ ସ୍ଥାୟୀ କରିବା, ୬୦ ବର୍ଷ ପରେ ସମସ୍ତ କର୍ମୀଙ୍କୁ ପେନ୍‌ସନ୍‌ ଦେବା, ୫ ଲକ୍ଷ ଟଙ୍କା ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା ଭଳି ୧୪ ଦଫା ଦାବିରେ କର୍ମୀମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୧୪ ଦଫା ସମ୍ବଳିତ ଦାବିପତ୍ରକୁ କର୍ମୀମାନେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କୁ ପ୍ରଦାନ କରିଥିଲେ। ଦାବି ପୂରଣ କରିବାରେ କେନ୍ଦ୍ର ସରକାର ଅବହେଳା କଲେ ଭବିଷ୍ୟତରେ ସଙ୍ଗଠନ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ବିକ୍ଷୋଭ ସମାବେଶରେ ସଙ୍ଗଠନର ଜିଲା ସମ୍ପାଦକ ସୁରେଶ ସ୍ବାଇଁ, ସିଆଇଟିୟୁ ନେତା ବିଶ୍ୱନାଥ ମହାପାତ୍ର, ଏସ୍‌. ଏ. କରିମ, ସଂଯୁକ୍ତା ସେଠୀ, ଅହଲ୍ୟା ସେଠୀ, ରେଣୁବାଳା ସାହୁ, ଶୈଳବାଳା ସାମଲ, ଯାମିନୀରାଣୀ ବେହେରା, ପ୍ରଭାତି ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗୀ,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଆସନକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। ଏହିପରି...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

ସମସ୍ୟା ଘେରରେ ପଟ୍ଟାମୁଣ୍ଡାଇ ବ୍ଲକ, ମ୍ୟୁନିସିପାଲିଟି

ପଟ୍ଟାମୁଣ୍ଡାଇ, ୧୬ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲାର ରାଜନଗର ଏକ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ-ରାଜନଗର ଅଞ୍ଚଳକୁ ନେଇହୋଇଛି। ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମ୍ୟୁନିସିପାଲିଟି ଅବହେଳିତ ଅବସ୍ଥାରେ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri