୧୪ରୁ ଖୋଲିବ ମାଛଧରା ବନ୍ଦର, ସଜେଇ ହେଲେଣି ମତ୍ସ୍ୟଜୀବୀ

ପାରାଦୀପ,୧୨ା୬(ସ୍ବ.ପ୍ର.): ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ କରୁଥିବା ପାରାଦୀପର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଚଳଚଞ୍ଚଳ ହୋଇଛି। ଅର୍ଥାତ ସାମୁଦ୍ରିକ ମାଛ ଧରା କ୍ଷେତ୍ରରେ ଲାଗିଥିବା କଟକଣା ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ହଟିବ। ତେଣୁ ସେହିଦିନ ରାତିରେ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀମାନେ ଏବେଠାରୁ ସଜବାଜ ହେଲେଣି। ପ୍ରତିବର୍ଷ ପରି ସେମାନେ ସମୁଦ୍ର ଦେବତା ବରୁଣଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଯଜ୍ଞ ଆରମ୍ଭ କରିଛନ୍ତି। ଏହା ଗୁରୁବାର ପୂର୍ଣ୍ଣାହୂତି ହେବ। ସେହିପରି ସମୁଦ୍ରକୁ ଯିବା ପୂର୍ବରୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ଟ୍ରଲରର ଛୋଟମୋଟ ମରାମତି, ତେଲ ବୋଝେଇ, ବରଫ ସଂଗ୍ରହ, ଜାଲ ମରାମତି ଓ ମାଛଧରା ସରଞ୍ଜାମ ସଜାଡ଼ିବାରେ ଲାଗିଲେଣି। ଆଉ ୨ ଦିନ ଥିବାରୁ ଏବେଠାରୁ ପ୍ରସ୍ତୁତ ନ ହେଲେ ଆବଶ୍ୟକ ଅନୁଯାୟୀ ବରଫ ମିଳିବା କଷ୍ଟକର ହେବ। ଗୋଟିଏ ପଟେ ଏଭଳି ପ୍ରସ୍ତୁତି ଚାଲିଥିବାବେଳେ ଅନ୍ୟପଟେ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କ ଚିନ୍ତା ବଢାଇଛି ମହାନଦୀ ମୁହାଣ। ଏହି ମୁହାଣ ଦେଇ ସେମାନେ ସମୁଦ୍ରକୁ ଯାତାୟାତ କରନ୍ତି। ଗତ ୫ ବର୍ଷ ହେଲା ମୁହାଣ ପୋତି ହୋଇଯିବା ଫଳରେ ପ୍ରତିବର୍ଷ ସେଠାରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଧନଜୀବନ ହାନୀ ହେଲାଣି। ମୁହାଣରେ ଦୁର୍ଘଟଣା ଘଟୁଥିବାରୁ ମତ୍ସ୍ୟଜୀବୀମାନେ ଅଧିକ ୨୦ କି.ମି. ବାଟ ଦେଇ ବରୁଣେଇ ବାଟେ ଯାତାୟାତ କରୁଛନ୍ତି। କିନ୍ତୁ ବରୁଣେଇ ମୁହାଣ ଭିତରକନିକା ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ସେଠାରେ ବର୍ଷତମାମ୍‌ କଟକଣା ଥାଏ। ସେହିବାଟେ ଯାତାୟାତ କଲେ ବନବିଭାଗ ପକ୍ଷରୁ ଟ୍ରଲର ଜବତ କରାଯାଇଥାଏ। ଯେଉଁ ମହାନଦୀ ମୁହାଣ ଏପରି ଦୁଃଖର କାରଣ ସାଜିଛି, ତାହା ଖୋଳିବା ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ୫ ବର୍ଷ ହେଲା ଦାବି ହୋଇଆସୁଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେବା ପରେ ଗତବର୍ଷ ମୁହାଣ ଖନନ ପାଇଁ ବାଟ ଫିଟିଥିଲା। ଅର୍ଥାତ୍‌ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମତେ ପାରାଦୀପ ବନ୍ଦର ସିଏସ୍‌ଆର (କର୍ପୋରେଟ୍‌ ସୋସିଆଲ ରେସପନସିବିଲଟି) ଅର୍ଥରେ ଖନନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏପରି କି ଗତ ଜାନୁୟାରୀ ମାସରେ ବନ୍ଦର କର୍ତ୍ତୃପକ୍ଷ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖନନ ଆରମ୍ଭ କରିଥିଲେ। କିନ୍ତୁ ମୁହାଣ ଅଞ୍ଚଳ ଅଶାନ୍ତ ରହିବା ଏବଂ ଦକ୍ଷିଣା ପବନ ପ୍ରଭାବରେ ସେଠାରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା। ମାତ୍ର ୧୦୦ରୁ ୧୫୦ ମିଟର ଖୋଳିବା ପରେ ଡ୍ରେଜର ସେଠାରୁ ଫେରାଇବାକୁ ପଡିଥିଲା ବୋଲି ବନ୍ଦର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ କାମ ବନ୍ଦ କରାଯାଇଛି। ଆସନ୍ତା ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପୁଣି ଖନନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ସେହି ସମୟରେ ସମୁଦ୍ର ଅପେକ୍ଷାକୃତ ଶାନ୍ତ ଥାଏ। ମୁହାଣ ଖନନ କାମ ବନ୍ଦ ହେବା ପରେ ଯଥାପୂର୍ବ ସ୍ଥିତି ରହିଛି। ଏ ସମ୍ପର୍କରେ ଓମ୍ଫା ସଭାପତି ସୁମନ୍ତ କୁମାର ବିଶ୍ୱାଳ କୁହନ୍ତି, ସମୁଦ୍ର ଅଶାନ୍ତ ଯୋଗୁ ଖନନ ବନ୍ଦ ରହିବା କଥା ଆମେ ଜାଣିନାହୁଁ। ଆମ ଦାବି ଅନୁସାରେ ବନ୍ଦର କର୍ତ୍ତୃପକ୍ଷ ଧାର୍ଯ୍ୟ ସମୟ ମଧ୍ୟରେ ମୁହାଣ ଖନନ କରିବା କଥା। ବିଳମ୍ବରେ କାମ କରିବାରୁ ଏପରି ହୋଇଛି। ଏ ସମ୍ପର୍କରେ ପୁଣି ଆମେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଲେଖିଛୁ। ସେ କେମିତି ବଡ଼ ଡ୍ରେଜର ପକାଇ କାମ କରନ୍ତୁ ବୋଲି ଆମର ଦାବି ରହିଛି। ଦରକାର ହେଲେ ମତ୍ସ୍ୟଶିଳ୍ପ ସହ ଜଡ଼ିତ ୫୦ ହଜାର ଲୋକ ସେମାନଙ୍କ ଜୀବିକା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ତାଲିକାରୁ ଜଗତ୍‌ସିଂହପୁର ଏମ୍‌ପି ସିଟର ୬ ଆସନ ବାଦ୍‌

ଜଗତ୍‌ସିଂହପୁର, ୨୮ା୩ (ପ୍ରମୋଦ କୁମାର ନାୟକ)୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି-ଭାଜପା ମେଣ୍ଟ ପ୍ରସଙ୍ଗ କିଛି ଦିନ ରାଜ୍ୟ ରାଜନୀତିରେ ନିଆରା ପରିବେଶ...

ହୋଲି ଖେଳ ହେଲା କାଳ

ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି...

ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ,୨୨।୩: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩...

ଭୂତକୋଠି ପାଲଟିଛି ରାଜୀବ ଗାନ୍ଧୀ ସେବାକେନ୍ଦ୍ର

ରଘୁନାଥପୁର,୨୦।୩(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ଠାରୁ ମାତ୍ର ୪ଶହ ମିଟର ଦୂର କଟକ-ପାରାଦୀପ ରାସ୍ତାର ବଜାର ପଛପାର୍ଶ୍ୱରେ ରହିଛି ରଘୁନାଥପୁର ପଞ୍ଚାୟତ...

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ଜଗତ୍‌ସିଂହପୁର, ୧୯ା୩(ପ୍ରମୋଦ କୁମାର ନାୟକ):ତିର୍ତ୍ତୋଲ ଥାନା ଅଞ୍ଚଳରେ ୨୦୧୮ରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ଅନ୍ୟ ରାଜ୍ୟରେ ରଖାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ...

ବିଜେଡିରେ ମିଶିଲେ ବାପି ସର୍ଖେଲଙ୍କ ସ୍ତ୍ରୀ

ଭୁବନେଶ୍ୱର/ ପାରାଦୀପ, ୧୮।୩(ସୁନିତ୍‌ ମିଶ୍ର/ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ରବିବାର...

ଦାବି ପୂରଣ ନ ହେଲେ ସରପଞ୍ଚ ଇସ୍ତଫା ଦେବେ

ରଘୁନାଥପୁର,୧୪ା୩(ରାଜେନ୍ଦ୍ର ନାରାୟଣ ସିଂହ)ରଘୁନାଥପୁର ବ୍ଲକ ଚିକିଣିଆ ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ପରଠୁ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପ ବାବଦରେ ୧ କୋଟିରୁ ଊର୍ଦ୍ଧ୍ୱ...

ଜଗତ୍‌ସିଂହପୁରରେ ବଙ୍ଗଳାଭାଷୀ ଉଲ୍ଲସିତ

ପାରାଦୀପ,୧୩।୩(ଶରତ ରାଉତ)ଭାରତ ସରକାର ସୋମବାର ଦେଶରେ ସିଏଏ (ନାଗରିକତ୍ୱ ସଂଶୋଧନ ଆଇନ) ଲାଗୁ କରିବା ପରେ ଓଡ଼ିଶା ଉପକୂଳରେ ଜବରଦଖଲ କରି ରହିଥିବା ବଙ୍ଗଳାଭାଷୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri