୧୪ରୁ ଖୋଲିବ ମାଛଧରା ବନ୍ଦର, ସଜେଇ ହେଲେଣି ମତ୍ସ୍ୟଜୀବୀ

ପାରାଦୀପ,୧୨ା୬(ସ୍ବ.ପ୍ର.): ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ କରୁଥିବା ପାରାଦୀପର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଚଳଚଞ୍ଚଳ ହୋଇଛି। ଅର୍ଥାତ ସାମୁଦ୍ରିକ ମାଛ ଧରା କ୍ଷେତ୍ରରେ ଲାଗିଥିବା କଟକଣା ଆସନ୍ତା ୧୪ ତାରିଖ ମଧ୍ୟରାତ୍ରରେ ହଟିବ। ତେଣୁ ସେହିଦିନ ରାତିରେ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀମାନେ ଏବେଠାରୁ ସଜବାଜ ହେଲେଣି। ପ୍ରତିବର୍ଷ ପରି ସେମାନେ ସମୁଦ୍ର ଦେବତା ବରୁଣଙ୍କ ଉଦ୍ଦେଶ୍ୟରେ ମଙ୍ଗଳବାର ଯଜ୍ଞ ଆରମ୍ଭ କରିଛନ୍ତି। ଏହା ଗୁରୁବାର ପୂର୍ଣ୍ଣାହୂତି ହେବ। ସେହିପରି ସମୁଦ୍ରକୁ ଯିବା ପୂର୍ବରୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ଟ୍ରଲରର ଛୋଟମୋଟ ମରାମତି, ତେଲ ବୋଝେଇ, ବରଫ ସଂଗ୍ରହ, ଜାଲ ମରାମତି ଓ ମାଛଧରା ସରଞ୍ଜାମ ସଜାଡ଼ିବାରେ ଲାଗିଲେଣି। ଆଉ ୨ ଦିନ ଥିବାରୁ ଏବେଠାରୁ ପ୍ରସ୍ତୁତ ନ ହେଲେ ଆବଶ୍ୟକ ଅନୁଯାୟୀ ବରଫ ମିଳିବା କଷ୍ଟକର ହେବ। ଗୋଟିଏ ପଟେ ଏଭଳି ପ୍ରସ୍ତୁତି ଚାଲିଥିବାବେଳେ ଅନ୍ୟପଟେ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କ ଚିନ୍ତା ବଢାଇଛି ମହାନଦୀ ମୁହାଣ। ଏହି ମୁହାଣ ଦେଇ ସେମାନେ ସମୁଦ୍ରକୁ ଯାତାୟାତ କରନ୍ତି। ଗତ ୫ ବର୍ଷ ହେଲା ମୁହାଣ ପୋତି ହୋଇଯିବା ଫଳରେ ପ୍ରତିବର୍ଷ ସେଠାରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଧନଜୀବନ ହାନୀ ହେଲାଣି। ମୁହାଣରେ ଦୁର୍ଘଟଣା ଘଟୁଥିବାରୁ ମତ୍ସ୍ୟଜୀବୀମାନେ ଅଧିକ ୨୦ କି.ମି. ବାଟ ଦେଇ ବରୁଣେଇ ବାଟେ ଯାତାୟାତ କରୁଛନ୍ତି। କିନ୍ତୁ ବରୁଣେଇ ମୁହାଣ ଭିତରକନିକା ଅଭୟାରଣ୍ୟ ଅଞ୍ଚଳ ହୋଇଥିବାରୁ ସେଠାରେ ବର୍ଷତମାମ୍‌ କଟକଣା ଥାଏ। ସେହିବାଟେ ଯାତାୟାତ କଲେ ବନବିଭାଗ ପକ୍ଷରୁ ଟ୍ରଲର ଜବତ କରାଯାଇଥାଏ। ଯେଉଁ ମହାନଦୀ ମୁହାଣ ଏପରି ଦୁଃଖର କାରଣ ସାଜିଛି, ତାହା ଖୋଳିବା ପାଇଁ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା) ପକ୍ଷରୁ ୫ ବର୍ଷ ହେଲା ଦାବି ହୋଇଆସୁଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ ହେବା ପରେ ଗତବର୍ଷ ମୁହାଣ ଖନନ ପାଇଁ ବାଟ ଫିଟିଥିଲା। ଅର୍ଥାତ୍‌ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମତେ ପାରାଦୀପ ବନ୍ଦର ସିଏସ୍‌ଆର (କର୍ପୋରେଟ୍‌ ସୋସିଆଲ ରେସପନସିବିଲଟି) ଅର୍ଥରେ ଖନନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏପରି କି ଗତ ଜାନୁୟାରୀ ମାସରେ ବନ୍ଦର କର୍ତ୍ତୃପକ୍ଷ ୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖନନ ଆରମ୍ଭ କରିଥିଲେ। କିନ୍ତୁ ମୁହାଣ ଅଞ୍ଚଳ ଅଶାନ୍ତ ରହିବା ଏବଂ ଦକ୍ଷିଣା ପବନ ପ୍ରଭାବରେ ସେଠାରେ ସମୁଦ୍ର ଅଶାନ୍ତ ହୋଇପଡ଼ିଥିଲା। ମାତ୍ର ୧୦୦ରୁ ୧୫୦ ମିଟର ଖୋଳିବା ପରେ ଡ୍ରେଜର ସେଠାରୁ ଫେରାଇବାକୁ ପଡିଥିଲା ବୋଲି ବନ୍ଦର ଇଞ୍ଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ କାମ ବନ୍ଦ କରାଯାଇଛି। ଆସନ୍ତା ଡିସେମ୍ବରରୁ ଫେବୃୟାରୀ ମାସ ମଧ୍ୟରେ ପୁଣି ଖନନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କାରଣ ସେହି ସମୟରେ ସମୁଦ୍ର ଅପେକ୍ଷାକୃତ ଶାନ୍ତ ଥାଏ। ମୁହାଣ ଖନନ କାମ ବନ୍ଦ ହେବା ପରେ ଯଥାପୂର୍ବ ସ୍ଥିତି ରହିଛି। ଏ ସମ୍ପର୍କରେ ଓମ୍ଫା ସଭାପତି ସୁମନ୍ତ କୁମାର ବିଶ୍ୱାଳ କୁହନ୍ତି, ସମୁଦ୍ର ଅଶାନ୍ତ ଯୋଗୁ ଖନନ ବନ୍ଦ ରହିବା କଥା ଆମେ ଜାଣିନାହୁଁ। ଆମ ଦାବି ଅନୁସାରେ ବନ୍ଦର କର୍ତ୍ତୃପକ୍ଷ ଧାର୍ଯ୍ୟ ସମୟ ମଧ୍ୟରେ ମୁହାଣ ଖନନ କରିବା କଥା। ବିଳମ୍ବରେ କାମ କରିବାରୁ ଏପରି ହୋଇଛି। ଏ ସମ୍ପର୍କରେ ପୁଣି ଆମେ ବନ୍ଦର କର୍ତ୍ତୃପକ୍ଷଙ୍କୁ ଲେଖିଛୁ। ସେ କେମିତି ବଡ଼ ଡ୍ରେଜର ପକାଇ କାମ କରନ୍ତୁ ବୋଲି ଆମର ଦାବି ରହିଛି। ଦରକାର ହେଲେ ମତ୍ସ୍ୟଶିଳ୍ପ ସହ ଜଡ଼ିତ ୫୦ ହଜାର ଲୋକ ସେମାନଙ୍କ ଜୀବିକା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri