Posted inଫୁରସତ

୧୨ ବର୍ଷ ପରେ ମିଳିଲା ହଜିଲା ମୁଦି

ବ୍ରିଟେନ୍‌ରେ ରହୁଥିବା ଅବିଗେଲ୍‌ ଥମ୍ପସନ୍‌ ନାମ୍ନୀ ଜଣେ ୨୦ ବର୍ଷୀୟା ଯୁବତୀ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାଙ୍କର ହଜିଯାଇଥିବା ମୁଦି ପାଇବାରେ ସଫଳ ହୋଇପାରିଛନ୍ତି। କିନ୍ତୁ ମୁଦିଟି କେମିତି ହଜିଥିଲା ଆଉ ତାକୁ ସେ କେମିତି ପାଇଲେ, ସେ ଘଟଣାଟିକୁ ବର୍ଣ୍ଣନା କଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ। ସୂଚନାନୁଯାୟୀ, ଅବିଗେଲ୍‌ଙ୍କୁ ଯେତେବେଳେ ମାତ୍ର ୮ ବର୍ଷ ବୟସ ହୋଇଥିଲା, ତାଙ୍କୁ ତାଙ୍କ ମା’ ଏକ ସୁନାମୁଦି ଗିଫ୍ଟ କରିଥିଲେ। କିନ୍ତୁ କିଛିଦିନ ପରେ ହଠାତ୍‌ ସେ ମୁଦିଟି କେଉଁଠି ହଜିଗଲା। ବହୁ ଖୋଜିବା ପରେ ବି ମିଳିଲାନି। ଘରଲୋକ ଭାବିଲେ, ଅବିଗେଲଙ୍କର କେହି ସାଙ୍ଗ ବୋଧେ ସେହି ମୁଦିଟିକୁ ଚୋରିକରି ନେଇଯାଇଛି। ଏମିତି ସମୟ ଗଡ଼ିଚାଲିଲା। ଅବିଗେଲ ବଡ଼ହୋଇ ଜଣେ ବ୍ୟୁଟିସିଆନ୍‌ ଭାବେ କ୍ୟାରିୟର କରିବାକୁ ଲାଗିଲେ। କିନ୍ତୁ ଏଇ କିଛିଦିନ ତଳେ କୌଣସି କାରଣବଶତଃ ତାଙ୍କର ଖୁବ୍‌ ଛିଙ୍କ ହେଲା। ଲଗାତର ସେ ଛିଙ୍କି ଚାଲିଲେ। ଏହି ଛିଙ୍କିବା ଯୋଗୁ ହଠାତ୍‌ କ’ଣ ଗୋଟେ ତାଙ୍କ ନାକରୁ ଛିଟିକି ଯାଇ ତଳେ ପଡ଼ିଗଲା। ଅବିଗେଲ୍‌ କିଛି ବୁଝିପାରିଲେନି। ତଳେ ପଡ଼ିଥିବା ସେହି ଜିନିଷଟିକୁ ଉଠାଇ ତାକୁ ନିରେଖି ଦେଖିବାରୁ ତାହା ତାଙ୍କର ସେହି ହଜିଯାଇଥିବା ମୁଦି ବୋଲି ସେ ଜାଣିଲେ। କାରଣ ଏତେବର୍ଷ ନାକ ଭିତରେ ରହିଥିବାରୁ ମୁଦିର ରଙ୍ଗ ଟିକେ ଫିକା ପଡ଼ିଯାଇଥିଲା। ଆଶ୍ଚର୍ଯ୍ୟ ହୋଇଗଲେ ଘରଲୋକ। ଏହା କେମିତି ସମ୍ଭବ ହେଲା। ଏ ନେଇ ଜଣେ ବରିଷ୍ଠ ପ୍ଲାଷ୍ଟିକ୍‌ ସର୍ଜନଙ୍କ ପରାମର୍ଶ ନେବାରୁ ସେ କହିଲେ, ‘ପିଲାମାନେ ଅସାବଧାନତାବଶତଃ ବେଳେବେଳେ ଏମିତି ଅନେକ ଜିନିଷ ନାକ, କାନ ଓ ପାଟିରେ ପୂରାଇ ଦେଇଥାନ୍ତି। ଅବିଗେଲଙ୍କ କ୍ଷେତ୍ରରେ ବି ସେୟା ହିଁ ଘଟିଛି। ହୁଏତ ସେତେବେଳେ ଅବିଗେଲଙ୍କ ନାକ ଛୋଟ ଥିବାରୁ ମୁଦିଟି ତାହା ଭିତରେ ଜାମ୍‌ହୋଇ ରହିଯାଇଥିଲା। ଆଉ ଏବେ ନାକ ଟିକେ ବଡ଼ ହୋଇଯାଇଥିବାରୁ ବାରମ୍ବାର ଛିଙ୍କିବା ଦ୍ୱାରା ମୁଦିଟି ନାକରୁ ଖସିଆସିଲା। ତଥାପି ଆଶ୍ଚର୍ଯ୍ୟ ଲାଗୁଛି ଏତେବର୍ଷ ଧରି ମୁଦିଟି ଅବିଗେଲଙ୍କ ନାକ ଭିତରେ ରହିଥିଲେ ବି ସେ କେମିତି ଏ କଥା ଜାଣିପାରିଲେ ନାହିଁ। ଆଉ ନିଃଶ୍ୱାସପ୍ରଶ୍ୱାସ ଛାଡିବା ନେବାରେ ତାଙ୍କୁ କେମିତି ଅସୁବିଧା ହେଲାନାହିଁ।’ ତେବେ ସେ ଯାହାହେଉ ଏତେ ବର୍ଷ ପରେ ହଜିଯାଇଥିବା ମୁଦିଟି ପାଇ ଅବିଗେଲ ଯେତିକି ଖୁସି, ତା’ଠାରୁ ଅଧିକ ଖୁସି ହେଉଛନ୍ତି ତାଙ୍କ ପରିବାର ଲୋକେ ଅବିଗେଲଙ୍କୁ ସୁସ୍ଥରେ ଦେଖି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri