୧୨ନଂ ୱାର୍ଡବାସୀ ହୀନସ୍ତା

ଫୁଲବାଣୀ ଅଫିସ, ୭ା୮-ଗ୍ରାମାଞ୍ଚଳ ନୁହେଁ ସହରରେ ବି ଲୋକଙ୍କୁ ପାଣି ମିଳୁନି। ୬ ବର୍ଷ ହେଲା ପାଣି ଟାଙ୍କି ନିର୍ମାଣ ହୋଇଛି। ଖାଲି ରଙ୍ଗ ଲଗାଯାଇ ବିଲ୍‌ କରାଯାଉଛି। ହେଲେ ଲୋକେ କିପରି ପାଣି ପାଇବେ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ବାଲିଗୁଡା ଏନ୍‌ଏସିର ୧୨ ନଂ. ୱାର୍ଡରେ ଏହି ସମସ୍ୟା ଦେଖିବାକୁ ମିିଳିଛି। ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ଯେଉଁ ଗୋଟିଏ ନଳକୂପ ରହିଛି, ସେଥିରୁ ଗୋଳିଆ ଆଇରନ ମିଶ୍ରିତ ପାଣି ବାହରୁଥିବାରୁ ପିଇବା ଦୂରର କଥା, ରୋଷେଇ ପାଇଁ ମଧ୍ୟ ବ୍ୟବହାର ହୋଇପାରୁନି।
୨୦୧୪ରୁ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସ) ମାନ୍ୟତା ପାଇଛି। ୨୦୧୬ରେ ଏନ୍‌ଏସିର ନିର୍ବାଚିତ ପ୍ରତିନିଧିମାନେ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଥମ ଅଧ୍ୟକ୍ଷା ଭାବେ ମମତା ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି। ଏନ୍‌ଏସି ହେବା ପରେ ବାଲିଗୁଡ଼ାବାସୀଙ୍କ ମୌଳିକ ସମସ୍ୟାର ସମାଧାନ ହେବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। ବିକାଶ ଦୂରର କଥା ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଟିକେ ମିଳୁନାହିଁ। ୧୨ନଂ. ୱାର୍ଡ଼ର ଗୁଳିମରାପଦାରେ ୪୦୦ ଲୋକ ବସବାସ କରୁଛନ୍ତି। ସେମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ୱାର୍ଡରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ(ଓଭର ହେଡ ଟ୍ୟାଙ୍କ) ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ହୋଇଛି। ଏ ପର୍ଯ୍ୟନ୍ତ ପାଇପ ଲାଇନ ବିଚ୍ଛା ହୋଇ ଥିବାରୁ ସେଠାକୁ ପାଣି ଯାଉନାହିଁ। ଏକମାତ୍ର ନଳକୂପରୁ ଆଇରନ ମିଶ୍ରିତ ଗୋଳିଆ ପାଣି ବାହାରୁଛି। ଫଳରେ ଲୋକେ ପିଇବା ପାଣି ପାଇଁ ୧ କିମି ଦୂର ମେଡିକାଲ କଲୋନୀକୁ ଯାଉଛନ୍ତି। ୬ ବର୍ଷ ପୂର୍ବେ ଆରଡବ୍ଲ୍ୟୁଏସ୍‌ଏସ୍‌ ପକ୍ଷରୁ ପାଣି ଉକ୍ତ ପାଣି ଟାଙ୍କି ନିର୍ମାଣ ହୋଇଥିଲା। ଏଏନଏସି ଘୋଷଣା ପରେ ତାହାକୁ ଜନ ସ୍ବାସ୍ଥ୍ୟ ବିଭାଗ(ପିଏଚଡି଼)କୁ ହସ୍ତାନ୍ତର କରାଯାଇଥିଲା। ବାଲିଗୁଡା ଉପଖଣ୍ଡ ହୋଇଥିଲେ ମଧ୍ୟ ସେଠାରେ ବିଭାଗ ପକ୍ଷରୁ ଜଣେ କନିଷ୍ଠ ଯନ୍ତ୍ରୀ ନାହାନ୍ତି। ଜି.ଉଦୟଗିରିର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଅଛନ୍ତି। ତେଣୁ ଲୋକେ ଏତେବାଟ ଯାଇ ଯନ୍ତ୍ରୀଙ୍କୁ ଭେଟି ପାରୁ ନ ଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପାଣି ଟାଙ୍କିଟି ଗୁଳିମରାପଦା, ସୁନାପଙ୍ଗା, ପଣସପଡ଼ି ସାହି ପାଇଁ ନିର୍ମାଣ ହୋଇଛି। ହେଲେ ଟାଙ୍କିରୁ ପାଣି ଯୋଗାଇ ଦିଆଯାଉନାହିଁ। ଯେତେ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି। ସାହିର କେତେଜଣ ବୋରିଂ କରିଥିବାରୁ ସେମାନଙ୍କୁ ମାଗିଲେ ଗରାଏ ପାଣି ପିଇବାକୁ ଦେଉଛନ୍ତି ବୋଲି ଗୁଳିମରାପଦାର କସ୍ତୁରୀ ନାୟକ, ବିଦ୍ୟୁତ୍‌ ପ୍ରଭା ଦିଗାଲ, ନର୍ମଦା ମହାରଣା, ଇଚ୍ଛା ସାହୁ, ରାକ୍ଷୀ ପରିଡା, ସୀମନ୍ତି କହଁର ପ୍ରମୁଖ ପ୍ରକାଶ କରଛନ୍ତି।
ଏ ନେଇ ପିଏଚ୍‌ଡ଼ି ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସାମନ୍ତରାୟଙ୍କୁ ପଚାରିବାରୁ କାର୍ଯ୍ୟ ଆରମ୍ଭ ହୋଇ ୬ ମାସ ଭିତରେ ଏହି ୱାର୍ଡ଼କୁ ପାଣି ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଏଥିସହ ପ୍ରାଥମିକତା ଭିତ୍ତିିରେ ଉକ୍ତ ଓ୍ବାର୍ଡରେ ଏକ ନଳକୂପ ବସାଯିବ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?