Posted inଖେଳ

୧୦ ଉଇକେଟ ଏଲିଟ୍‌ କ୍ଲବରେ ଅର୍ପଣ

ଗୁଆହାଟୀ, ୧୪ା୬-ଗୋଟିଏ ଇନିଂସରେ ସମସ୍ତ ୧୦ଉଇକେଟ ଅକ୍ତିଆର କରିଥିବା ବୋଲରମାନଙ୍କ ଏଲିଟ୍‌ କ୍ଲବରେ ଯୋଗଦାନ କରିଛନ୍ତି ଆସାମର ବାମହାତି ବୋଲର ଅର୍ପଣ ଦତ୍ତ। ଆସାମ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ନୁରୁଦ୍ଦିନ ଅହମ୍ମଦ ଟ୍ରଫି ଆନ୍ତଃ ଜିଲା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଏଥିରେ ଶିବସାଗର ଟିମ୍‌ ତରଫରୁ ଖେଳୁଥିବା ଅର୍ପଣ ଚାରେଡିଓ ଜିଲା ଟିମ୍‌ ବିପକ୍ଷରେ ତାଙ୍କ ୧୯ ଓଭର ବୋଲିଂରେ ୪୮ରନ ବିନିମୟରେ ୧୦ ଉଇକେଟ ଅକ୍ତିଆର କରିଛନ୍ତି। ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶିବସାଗର ଦଳ ୫୩.୪ଓଭରରେ ୨୧୫ରନ ସ୍କୋର କରିଥିଲା। ଜବାବରେ ଚାରେଡିଓ ଦଳ ୪୯ ଓଭରରେ ୧୨୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ବ୍ୟାଟିଂ ବିପର୍ଯ୍ୟୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅର୍ପଣ। ଶିବ ଶାଗର ଏହାର ଦ୍ୱିତୀୟ ଇନିଂସରେ ଦ୍ରୁତ ହାରରେ ରନ ସଂଗ୍ରହ କରିବାକୁ ଯାଇ ୩୪.୨ ଓଭରରେ ୧୧୦ରନ କରି ଅଲଆଉଟ ହୋଇଯାଇଥିଲା। ମ୍ୟାଚଟି ଡ୍ର ରହିଥିଲା। ମାତ୍ର ଶିବସାଗର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ପଏଣ୍ଟ ଅର୍ଜନ କରିଥିଲା। ଅର୍ପଣ ତାଙ୍କ ପ୍ରଭାବୀ ବୋଲିଂ ଯୋଗୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ଜିତିଥିଲେ।
୧୦ ଉଇକେଟ କ୍ଲବ
ଏକ ଇଣ୍ଟରନ୍ୟାଶନାଲ ମ୍ୟାଚର ଗୋଟିଏ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିବାରେ ପ୍ରଥମ ବୋଲର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଚାର୍ଲ୍‌ସ ଲେକର। ୧୯୫୬ରେ ଓଲ୍ଡ ଟ୍ରାଫୋର୍ଡଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଡାହାଣହାତୀ ଅଫ୍‌-ବ୍ରେକ୍‌ ବୋଲର ପ୍ରଥମ ଇନିଂସରେ ୩୭ ରନ ଦେଇ ୯ଟି ଏବଂ ଦ୍ୱିତୀୟ ଇନିଂସରେ ୫୩ ରନ ବିନିମୟରେ ୧୦ ଉଇକେଟ ଅକ୍ତିଆର କରିଥିଲେ। ବୋଲରଙ୍କ ଏହି ସଫଳତା ପାଇଁ ଏହା ‘ଲେକରଙ୍କ ମ୍ୟାଚ୍‌’ ରୂପେ ପରିଚିତ। ୧୯୯୯ରେ ଭାରତର ଅନିଲ କୁମ୍ବଲେ ପାକିସ୍ତାନ ବିପକ୍ଷ ଏକ ମ୍ୟାଚର ଦ୍ୱିତୀୟ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri