୧୦ଥର ଆବେଦେନ କରି ନିରାଶ: ଭତାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି

ଗଣ୍ଡତୁରୁମ, ୫ା୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦)। ସେ ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ହିସାବେ ମହୁଲପାଲି ଗଁାର ଘନ ଦେହେରୀକଁର ପରିବାର କହେଲେ ମାଏକିନା ସାଲିଣି, ୩ ପୁଓ ଆର ଗୁଟେ ଝି’କେ ନେଇ ସଁସାର। ଘନ ଝନେ ନିହାତି ଗରିବ ଆର ଭୂମିହୀନ ଆଏ। ସେ ୧୯୬୯ ସାଲେ ହେଇଥିବାର ବଡ଼ଭାରି ମର୍‌ଡିରେ ପେଟପାଟନାର ଲାଗି କୁଟୁମବସିଆ ଏହେଦ୍‌କାର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଂଚଲର କୁଞ୍ଜାମହୁଲରୁ ବରଗଡ଼ ଜିଲା ମହୁଲପାଲିକେ ପଲେଇ ଆସିଥିଲେ। ମହୁଲପାଲିରେ ଘନ ପରହର ଗୁତି ଖଟି ନିଜର କୁଟୁମ ପାଲିଥିଲେ। ପିଲାଛୁଆ ବଡ଼ ହେଲା ଉତାରୁ ସମ୍‌କୁ ଦୁଖ୍‌ସୁଖ କରି ବିହାଚୁରା କରିସାରିଛନ୍‌। ଏହେଦେ ସଭେ ନିଜର ନିଜର କୁଟୁମ ଧରି ଅଲଗେ ରହୁଛନ୍‌। ଏହେଦେ ଜୀବନ୍‌ର ଶେଷ ମୁଡ଼ସାନେ ଥିବାର ଇ ବୁରୁଧ୍‌ ଦମ୍ପତି ବଡ଼ା ଦୁଖେ ଚଲୁଛନ୍‌। ଘନ ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫ କେ.ଜି. ଚାଉଲ ପାଉଛନ୍‌। ଯେନ୍‌ଟା ଦମ୍ପତିକୁଁ ମାସେ ଚଲବାର ଲାଗି ଠିକ୍‌ ହେଉଛେ। ହେଲେ ତେଲ ନୁନ୍‌ କରବାକେ, ଦିହିପା ଖରାପ ହେଲେ ଉଷୋକଷା କରବାକେ ହାତେ ଅଦ୍‌ଲେ ନଁାଇଁନ। ବୁଢ଼ାବୁଢ଼ି ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରିଛେଁ। ଇଥିରଲାଗି ଥାନୀଅ ସରପଁଚ୍‌ନୁ ବିଡିଓ ଆର ବିଧାୟିକାକୁଁ ବି ଗୁହାରି କରି ନିରାଶ ହେଇଥିବାର ଘନ କହିଛନ୍‌। ସେନ୍‌ତା ସରକାର ଆମକୁ ଦୁଇ ବୁଢ଼ାବୁଢ଼ିକୁ ଭତା ଟିକେ ଦେବାର ବେବସ୍‌ତା କଲେ ଆମର ଦୁଖ୍‌ ଘୁଁଚ୍‌ତା, ଟିକେ ଭଲ୍‌ସେ ଚଲିପାରତୁଁ ବଲି ଘନକଁର ମାଏକିନା ସାଲିଣି କହିଛନ୍‌। ଜିଲା ଆର ବ୍ଲକ ପରଶାସନ ଇ ବୁରୁଧ୍‌ ଦମ୍ପତି ଉପରେ ଦୁରୁଷ୍‌ଟି ଦେଇ ଯେତେ ଜଲଦି ହେବା ଭତା ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍‌ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ

ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

ବ୍ରିଟିଶ ଗଣ୍ଡ ପୋତିବା ପାଇଁ ଗଦା ହୋଇଛି ଆସ୍‌ପଣ୍ଡ: ଜମିରେ ମାଡ଼ୁଛି ବିଷାକ୍ତ ପାଣି

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ – ମାର୍ଶାଘାଇ ମୁଖ୍ୟ କେନାଲ ବ୍ରିଟିଶ ଗଣ୍ଡ ପୋତିବା ପାଇଁ ପାହାଡ଼ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri