ଡେବ୍ରିଗଡ଼ ପର୍ଯ୍ୟଟନ ଜୋନରେ ବୁଲିଲା ମହାବଳ ବାଘ, ସମ୍ବର ଶିକାର ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସମ୍ବଲପୁର,୧୦।୧୧(ପ୍ରମୋଦ ବହିଦାର): ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟର ପର୍ଯ୍ଯଟନ ଜୋନରେ ମହାବଳ ବାଘର ଚଳପ୍ରଚଳ ଦେଖିବାକୁ ମିଳିଛି । ଏହା ଏକ ଅଣ୍ଡିରା ମହାବଳ ବୋଲି ଜଣା ପଡ଼ିଛି । ସୋମବାର ଅପରାହ୍ନ ପ୍ରାୟ ଶେଷ ଭାଗରେ ବାଘଟି ଜଙ୍ଗଲ ତଥା ପରିବେଶ ନିରୀକ୍ଷଣ ପାଇଁ ଅଭୟାରଣ୍ୟର ପର୍ଯ୍ୟଟନ ଜୋନକୁ ଚାଲିଆସିଥିଲା। ସେଠାରେ ଏକ ସମ୍ବର ଶିକାର କରିଥିବା ଜଣାପଡିଛି । ଏହି ସମୟରେ ସେଠାରେ ଉପସ୍ଥିତ ପ୍ରାୟ ୪ଟି ସଫାରି ଗାଡ଼ିର ପାଖାପାଖି ୪୦ ଜଣ ପର୍ଯ୍ୟଟକ ବାଘଟିକୁ ଦେଖି ଆନନ୍ଦିତ ହୋଇଥିଲେ ।

ଏହା ପରେ ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍‌ ଜୋନରେ ଏହି ଅଣ୍ଡିରା ମହାବଳ ବାଘଟି ଏକ ସମ୍ବର ହରିଣକୁ ସଫଳତାର ସହ ଶିକାର କରିଥିବା ସ୍ପଷ୍ଟ ହୋଇଛି। ଅଭୟାରଣ୍ୟ ପରିସରରେ ବାଘର ଏଭଳି ସ୍ୱାଭାବିକ ଶିକାର ପ୍ରକ୍ରିୟା ଏବଂ ଜଙ୍ଗଲ ସହ ତାର ସହଜ ଅନୁକୂଳନ ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିକୋଣରୁ ଏକ ଶୁଭ ସଙ୍କେତ ବୋଲି ବିବେଚନା କରାଯାଉଛି। ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଡିଏଫଓ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନା ଅନୁସାରେ, ବାଘର ଉପସ୍ଥିତି ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବେଶ୍ କଡ଼ାକଡ଼ି କରାଯାଇଛି। ବିଶେଷ କରି ନଦୀକୂଳିଆ ପାଟ୍ରୋଲିଂ ସହିତ ଅଭୟାରଣ୍ୟର ପଶ୍ଚିମ ସୀମାନ୍ତରେ ସୁରକ୍ଷା ବୃଦ୍ଧି କରାଯାଇଛି। ବେଆଇନ ଶିକାର, ଫାଶ ବା ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବାକୁ ପୋଲିସ, ସ୍ଥାନୀୟ ଜନସାଧାରଣ ଓ ଖବରଦାତା ନେଟୱର୍କକୁ ସତର୍କ କରାଯାଇଛି।
କୌଣସି ବ୍ୟକ୍ତି ଏ ସମ୍ପର୍କରେ ତୁରନ୍ତ ତଥା ନିର୍ଭୁଲ ସୂଚନା ପ୍ରଦାନ କଲେ ତାଙ୍କୁ ୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ଏବଂ ଖବରଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖାଯିବ ବୋଲି ଘୋଷଣା ହୋଇଛି। ଏହି କାର୍ଯ୍ୟରେ ବରଗଡ଼ ଏବଂ ସମ୍ବଲପୁର ଜିଲା ପୋଲିସ ମଧ୍ୟ ଆବଶ୍ୟକୀୟ ତଥ୍ୟ ଓ ପୂର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି। ତେବେ ମହାବଳର ନିରାପତ୍ତା ଓ ସୁରକ୍ଷାକୁ ଆଖି ଆଗରେ ରଖି ଅନ୍ୟାନ୍ୟ ସମ୍ବେଦନଶୀଳ ତଥ୍ୟକୁ ସାର୍ବଜନୀନ ନକରି ଗୋପନୀୟ ରଖାଯାଇଛି।
କୋଲକାତାରୁ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଜୟଦେବ ସାହା ସଫାରି ଭ୍ରମଣ ସମୟରେ ବାଇସନ, ଚିତ୍ରା ହରିଣ ଓ ସମ୍ବର ଦେଖିବା ସହ ହଠାତ୍ ଏକ ମହାବଳ ବାଘ (ରୟାଲ ବେଙ୍ଗଲ ଟାଇଗର) ଦେଖିବାକୁ ପାଇ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହ ପ୍ରକାଶ କରିଛନ୍ତି। ଏହି ଅପ୍ରତ୍ୟାଶିତ ଦୃଶ୍ୟ ତାଙ୍କ ଭ୍ରମଣକୁ ଚିରସ୍ମରଣୀୟ କରିଦେଇଛି ବୋଲି ସେ କହିଛନ୍ତି।

ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ପ୍ରଥମ ଥର ପାଇଁ ସଫାରୀରେ ଆସି ଯାଜପୁରର ପର୍ଯ୍ୟଟକ ସନ୍ତୋଷ କୁମାର ପ୍ରଧାନ ଏକ ବିରଳ ତଥା ରୋମାଞ୍ଚକର ଅନୁଭୂତି ସାଉଁଟିଛନ୍ତି। ସଫାରୀ ଯିବା ସମୟରେ ଏକ କଲରାପତ୍ରିଆ ବାଘ ଦେଖିବାକୁ ମିଳିଥିବା ବେଳେ ଫେରିବା ବାଟରେ ଏକ ରୟାଲ ବେଙ୍ଗଲ ଟାଇଗର କିଛି ଖାଉଥିବାର ଦୃଶ୍ୟ ସେ ଦେଖିଥିବା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘କପ୍‌୩୧’: ଜଳବାୟୁ ପାଣ୍ଠିକୁ ନେଇ ବିବାଦ

ଆଣ୍ଟାଲ୍ୟା,୧୦।୧୧: ତୁର୍କୀର ପର୍ଯ୍ୟଟନ ସହର ଆଣ୍ଟାଲ୍ୟାଠାରେ ସୋମବାରଠାରୁ ୩୧ତମ ଜାତିସଂଘ ଜଳବାୟୁ ସମ୍ମିଳନୀ (କପ୍‌୩୧) ଆରମ୍ଭ ହୋଇଯାଇଛି। ଆସନ୍ତା ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶ୍ୱସ୍ତରୀୟ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି ବୋଲର୍‌! ବିଶ୍ୱର ପ୍ରଥମ ବୋଲର ଭାବେ…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ତେବେ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନର ସ୍ପିନର ଜିଆ ଉର୍‌ ରେହମାନଙ୍କ…

ସ୍ମୃତି ମନ୍ଧାନାଙ୍କ ଭାଗ୍ୟ ଫିଟିଲା: ପୁଣି ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ମହିଳା କ୍ରିକେଟ୍‌ରେ ଆରମ୍ଭ ହୋଇଛି ସ୍ମୃତି ମନ୍ଧାନା ଯୁଗ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ସ୍ମୃତି ମନ୍ଧାନାଙ୍କୁ ଟେଷ୍ଟ ଦଳର ଅଧିନାୟିକା ଭାବେ…

କିଏ ଭାଙ୍ଗିବେ ସଚିନଙ୍କ ୧୦୦ ଶତକ ରେକର୍ଡ: ରେସ୍‌ରେ ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୧୦।୧୧:କ୍ରିକେଟ ଜଗତରେ ଏବେ ପୁଣି ଚର୍ଚ୍ଚାରେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ। ଗତ ୧୬ଟି ଦିନିକିଆ ଇନିଂସରେ ୪ଟି ଶତକ ହାସଲ କରିଛନ୍ତି କୋହଲି।…

IOAରେ ବଡ଼ ଓଲଟପାଲଟ: ପି.ଟି. ଉଷାଙ୍କୁ ଝଟକା, ସାଇନା ମାରିଲେ ବାଜି

ନୂଆଦିଲ୍ଲୀ,୧୦।୧୧: ଭାରତୀୟ ଅଲିମ୍ପିକ ସଂଘ (IOA)ର ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ସ୍ପୋର୍ଟସପର୍ସନ ଅଫ ମେରିଟ (SOM) ନିର୍ବାଚନରେ IOA ଅଧ୍ୟକ୍ଷ ପି.ଟି. ଉଷା ନିର୍ବାଚିତ…

ଜର୍ମାନୀ ଇତିହାସରେ ଯୋଡ଼ି ହେବ ନୂଆ ଅଧ୍ୟାୟ! ଆଇଗ୍ନର ହେବେ ଜର୍ମାନୀର ପ୍ରଥମ ମହିଳା ରାଷ୍ଟ୍ରପତି

ବର୍ଲିନ,୧୦ା୧୧: ଜର୍ମାନୀକୁ ପ୍ରଥମ ମହିଳା ରାଷ୍ଟ୍ରପତି ମିଳିବାକୁ ଯାଉଛି । ଚାନ୍ସେଲର ଫ୍ରିଡରିଚ୍‌ ମେର୍ଜଙ୍କ ପାର୍ଟି ପକ୍ଷରୁ ଦକ୍ଷିଣପନ୍ଥୀ ରାଜନେତା ଇଲ୍‌ସେ ଆଇଗ୍ନରଙ୍କୁ ଆସନ୍ତାବର୍ଷ ଦେଶର ସର୍ବୋଚ୍ଚ…

ଆଶ୍ଚର୍ଯ୍ୟ… ସମୁଦ୍ର ଭିତରେ କଇଁଛ-ପକ୍ଷୀ ଖାଇ ବଞ୍ଚିଲେ ୫, ୧୦୦ ଦିନ ଘଟିଲା….

ନୂଆଦିଲ୍ଲୀ,୧୦ା୧୧: ମୃତ୍ୟୁକୁ ମାତ୍‌ ଦେଇ ଫେରିଲେ ୫ ଜଣ । ପ୍ରଶାନ୍ତ ମହାସାଗରରେ ପ୍ରାୟ ୧୦୦ ଦିନ ଧରି ଏକ ଛୋଟ ଡଙ୍ଗାରେ ଭାସିବା ପରେ ୨…

ବଡ଼ ଘୋଷଣା କଲେ ଟ୍ରମ୍ପ; ‘ଇରାନ ସହ ଯୁଦ୍ଧ ପ୍ରାୟ ଶେଷ’, କହିଲେ ଏବେ….

ୱାଶିଂଟନ୍‌,୧୦।୧୧: ଇରାନ ସହ ଚାଲିଥିବା ଯୁଦ୍ଧ ପ୍ରାୟ ଶେଷ ହୋଇଯାଇଛି । ଏବେ ଆମେରିକା ପକ୍ଷରୁ ଆଉ ଆକ୍ରମଣ ଆରମ୍ଭ କରିବାର ବିଶେଷ ଆବଶ୍ୟକତା ନାହିଁ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?