ୟୁରୋପୀୟ ସଂଘରୁ ଶିକ୍ଷା

ଆକାର ପଟେଲ
ୟୁରୋପୀୟ ସଂଘର ବିଶ୍ୱରେ ବୃହତ୍ତମ ମୁକ୍ତ ବାଣିଜ୍ୟ ଅଞ୍ଚଳ ରହିଛି। ଏହାର ଗୋଟିଏ ବଜାରରେ ୫୦ କୋଟିରୁ ଅଧିକ ଲୋକ ଅଛନ୍ତି ଏବଂ ଏହାର ଅର୍ଥନୀତି ଭାରତ ଅର୍ଥନୀତିର ୧୦ ଗୁଣ ହେବ। ଏସବୁ ଦେଶ ଭିତରେ ଦ୍ରବ୍ୟ, ପୁଞ୍ଜି ଓ ସେବାର ମୁକ୍ତ କାରବାର ଚାଲିଛି। ଫ୍ରେଞ୍ଚ ମଦ ବିନା ସୀମା କଟକଣାରେ ଇଟାଲୀରେ ବିକ୍ରି ହୋଇପାରିବ। ଜର୍ମାନ କାର୍‌ ସ୍ପେନ୍‌ରେ ବିକ୍ରି ହେବା ପାଇଁ କୌଣସି ସୀମା ଶୁଳ୍କ ବା କଟକଣା ନାହିଁ। ସେହିପରି ଇଂଲଣ୍ଡର ପ୍ରମୁଖ ଅର୍ଥନୈତିକ କେନ୍ଦ୍ର ଲଣ୍ଡନ ସମଗ୍ର ୟୁରୋପରେ ପ୍ରତିଭୂତି କାରବାର କରିପାରିବ। ପୋଲାଣ୍ଡ ଓ ପର୍ତ୍ତୁଗାଲର ନାଗରିକ ବିନା ବାଧାରେ ଲଣ୍ଡନ ବା କୋପେନ୍‌ହାଗେନ ଯାଇ ସେଠାରେ ଘର କରି ପରିବାର ସହ ରହିପାରିବ। ଏହା ଏକ ଅଦ୍ୱିତୀୟ ବ୍ୟବସ୍ଥା ଯାହାର ସାରା ବିଶ୍ୱରେ କୌଣସି ବିକଳ୍ପ ବା ତୁଳନା ନାହିଁ। ୟୁରୋପୀୟ ସଂଘ ଗଠନର ପରିକଳ୍ପନା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆସିଥିଲା। ଲୋକମାନେ ଭାବିଲେ ଯଦି ୟୁରୋପୀୟ ଦେଶଗୁଡ଼ିକ ଅର୍ଥନୀତି ଦ୍ୱାରା ପରସ୍ପର ସହ ବାନ୍ଧି ହୋଇଯିବେ, ତା’ହେଲେ ପରସ୍ପର ସହ ଯୁଦ୍ଧ କରିବାର କ୍ୱଚିତ୍‌ ଅବକାଶ ରହିବ। ଏହାପରେ ସେ ଦେଶଗୁଡ଼ିକ ଇସ୍ପାତ ଶିଳ୍ପ ମାଧ୍ୟମରେ ପରସ୍ପର ସହ ଅର୍ଥନୀତି ଦ୍ୱାରା ଯୋଡ଼ି ହେବାକୁ ଲାଗିଲେ, ଯାହା ଯୁଦ୍ଧ ସରଞ୍ଜାମ ତିଆରି ପାଇଁ ଗୁରୁତ୍ୱପୂର୍ଣ୍ଣ। ଧୀରେ ଧୀରେ ସେମାନେ ଏକତାବଦ୍ଧ ହେବାକୁ ଲାଗିଲେ ଏବଂ ସମଗ୍ର ୟୁରୋପ ଏକ ସଂଘୀୟ ଢାଞ୍ଚା ସହ ଗୋଟିଏ ଦେଶ ପରି ପ୍ରତୀୟମାନ ହେବାକୁ ଲାଗିଲା। ବର୍ତ୍ତମାନ ଅଧିକାଂଶ ୟୁରୋପୀୟ ଦେଶରେ ଗୋଟିଏ ସାଧାରଣ ମୁଦ୍ରା ‘ୟୁରୋ’ ପ୍ରଚଳିତ। ୟୁରୋକୁ ଆପଣେଇବାକୁ ଯାଇ ଇଟାଲୀ ତା’ର ପ୍ରଚଳିତ ମୁଦ୍ରା ଲିରା, ଫ୍ରାନ୍ସ ଫ୍ରାଙ୍କ୍‌ ଓ ଜର୍ମାନୀ ଡଏଚ୍‌ମାର୍କକୁ ତ୍ୟାଗ କରିଛନ୍ତି। ଯଦିଚ ସେମାନେ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରନ୍ତି, ୟୁରୋପୀୟ ସଂଘଭୁକ୍ତ ଦେଶଗୁଡ଼ିକ ଏକ ସାଧାରଣ ସଭ୍ୟତା ଓ ଐତିହ୍ୟସମ୍ପନ୍ନ ବୋଲି ବିଶ୍ୱାସ କରନ୍ତି। ସେମାନେ ଏକ ସାଧାରଣ ଧାର୍ମିକ ଓ ସାଂସ୍କୃତିକ ବନ୍ଧନରେ ଆବଦ୍ଧ। ବୀର ଚାର୍ଲସ ଦ ଗ୍ରେଟ୍‌ ପ୍ରାୟ ୧୦୦୦ ବର୍ଷ ତଳେ ଏହି ଦେଶଗୁଡ଼ିକୁ ଯେପରି ଏକତ୍ରିତ କରିଥିଲେ, ସେମାନେ ସେହି ଅନୁଭବ ପୁନଶ୍ଚ ଲାଭ କରିଛନ୍ତି।
ଦେଶଗୁଡ଼ିକୁ ଅର୍ଥନୈତିକ ଦୃଷ୍ଟିରୁ ଏକାଠି କରିବା ମୂଳରେ ରହିଥିବା ଯୁଦ୍ଧ ନ ହେବାର ଚିନ୍ତାଧାରା କାମ କରିଛି, କାରଣ ୭୫ ବର୍ଷ ହେଲା ଉକ୍ତ ଦେଶଗୁଡ଼ିକ ଭିତରେ ଯୁଦ୍ଧ ହୋଇନାହିଁ। ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ରହିଥିବା ପୁରୁଣା ଶତ୍ରୁତାର ଅନ୍ତ ଘଟିଛି। ଅର୍ଥନୀତିକୁ ପରସ୍ପର ସହ ଯୋଡ଼ିବା ହିଁ ଉକ୍ତ ଦେଶଗୁଡ଼ିକୁ ଏକତାବଦ୍ଧ କରିବାରେ ସହାୟକ ହୋଇଛି। ଯେଉଁ ଦେଶଗୁଡ଼ିକ ମାନବ ପୁଞ୍ଜି ଓ ଶ୍ରମ ଆବଶ୍ୟକ କରୁଥିଲେ ସେମାନେ ଏହାଦ୍ୱାରା ଲାଭବାନ୍‌ ହୋଇଛନ୍ତି। ପ୍ରାୟ ୨୦ ବର୍ଷ ପୂର୍ବେ ପୋଲାଣ୍ଡ ୟୁରୋପୀୟ ସଂଘ ଅନ୍ତର୍ଭୁକ୍ତ ହେବା ପରେ ଇଂଲଣ୍ଡ ଏହାର ସୀମାକୁ ପୋଲାଣ୍ଡବାସୀଙ୍କ ଲାଗି ଉନ୍ମୁକ୍ତ କଲା। ବର୍ତ୍ତମାନ ଇଂଲଣ୍ଡରେ ପ୍ରାୟ ୩୦ ଲକ୍ଷ ପୋଲାଣ୍ଡ ଆପ୍ରବାସୀ ରହିଛନ୍ତି ଏବଂ ୧୦ ଲକ୍ଷରୁ ଅଧିକ ବ୍ରିଟିଶର ୟୁରୋପରେ, ବିଶେଷତଃ ସ୍ପେନରେ ବାସ କରୁଛନ୍ତି। ୟୁରୋପୀୟ ସଂଘ ପୂର୍ବ ଆଡ଼କୁ ସମ୍ପ୍ରସାରିତ ହେବାରେ ଲାଗିଛି। ତୁର୍କୀ ସହ ଏହାର ଏକ ସୀମାଶୁଳ୍କ ସଂଘ ରହିଛି, ଯିଏ ଦୀଘଦିନ ହେଲା ୟୁରୋପର ଅଙ୍ଗୀଭୂତ ହେବାକୁ ଇଚ୍ଛା ପ୍ରକାଶ କରିଆସିଛି। ପୂର୍ବତନ ସୋଭିଏତ ଦେଶଗୁଡ଼ିକ ଆଡ଼କୁ ମଧ୍ୟ ଏହା ସମ୍ପ୍ରସାରିତ ହେବାରେ ଲାଗିଛି। ଏହା ଭାରତ ପାଇଁ ଏକ ଶିକ୍ଷା ହେବା ଉଚିତ।
ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଦକ୍ଷିଣ ଏସିଆରେ ମଧ୍ୟ ୟୁରୋପୀୟ ସଂଘ ଢାଞ୍ଚାରେ ଏକ ଅର୍ଥନୀତି ଆମେ ପ୍ରତିଷ୍ଠା କରିପାରିବା, ଯାହା ଉପରେ ଆମେ କେବେ ଚିନ୍ତା କରିନାହୁଁ। ଆଞ୍ଚଳିକ ସହଯୋଗ ପାଇଁ ସମ୍ଭାବ୍ୟ ଦକ୍ଷିଣ ଏସୀୟ ସଂଘ ଭିତରେ ନେପାଳ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ଭୁଟାନ ଓ ଭାରତ ରହିପାରିବ। ଏହି ଦେଶଗୁଡ଼ିକର ମୋଟ ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ଏକପଞ୍ଚମାଂଶ। କିନ୍ତୁ ଏହି ଦେଶଗୁଡ଼ିକ ଭିତରେ ଗୁରୁତ୍ୱପୂର୍ଣ୍ଣ ଦେଶ ଓ ଅର୍ଥନୀତି ହେଉଛି ଭାରତ, ବାଂଲାଦେଶ ଓ ପାକିସ୍ତାନ। ଆମର ଶ୍ରୀଲଙ୍କା, ଭୁଟାନ ଓ ନେପାଳ ସହ ସୀମିତ ମୁକ୍ତ ଚଳାଚଳ ବ୍ୟବସ୍ଥା ରହିଛି, କିନ୍ତୁ ଅନ୍ୟ ଦୁଇଟି ବୃହତ୍‌ ଦେଶ ସହିତ ନାହିଁ। ଜଣେ ଅଣଭାରତୀୟଙ୍କୁ ପାକିସ୍ତାନ ଯିବା ପାଇଁ ସହଜରେ ଭିଜା ମିଳିପାରୁଥିବା ବେଳେ ଭାରତୀୟଙ୍କ ପାଇଁ ତାହା ମିଳିବା କଷ୍ଟକର। ବାଣିଜ୍ୟ ଦୃଷ୍ଟିରୁ ଦେଖିଲେ ଆମ ଅର୍ଥନୀତିରେ ଜାତୀୟତାବାଦର ପ୍ରତିବନ୍ଧକ ରହିଛି। ପାକିସ୍ତାନ ସହ ସୀମିତ ବାଣିଜ୍ୟ କାରବାର ବି କୌଣସି ଘଟଣା ଘଟିଲେ ବନ୍ଦ କରିଦିଆଯାଏ।
ତେବେ ପ୍ରଶ୍ନ ହେଉଛି ସାର୍କ ଦେଶଗୁଡ଼ିକ ଭିତରେ ୟୁରୋପୀୟ ସଂଘ ଢାଞ୍ଚାରେ ଏକ ସଂଘ ଗଠନ କରାଗଲେ ଆମର କିଛି ଲାଭ ହେବ କି? ନିଶ୍ଚିତ ଭାବରେ ହେବ। ଯେତେବେଳେ ଆମ ଦେଶରେ ଚାହିଦା ହ୍ରାସଜନିତ ମାନ୍ଦାବସ୍ଥା ଦେଖାଦେଉଛି, ସେତେବେଳେ ଆମ କମ୍ପାନୀମାନଙ୍କୁ ପାକିସ୍ତାନ ଓ ବାଂଲାଦେଶ ସହ ବାଣିଜ୍ୟ କରିବା ପାଇଁ ଖୋଲା ଛାଡ଼ିଦେଲେ ସେମାନେ ଲାଭବାନ୍‌ ହେବେ ଓ ମାନ୍ଦାବସ୍ଥା ହଟିଯାଇପାରିବ। କିନ୍ତୁ ଉଭୟ ଦେଶର ନେତା ପରସ୍ପର ସହ ବାଣିଜ୍ୟ କାରବାର ଚାହୁଁ ନ ଥିବା ବେଳେ ପାକିସ୍ତାନର ବ୍ୟବସାୟିକ ଗୋଷ୍ଠୀ ମଧ୍ୟ ଭାରତ ସହ ଗଭୀର ଅର୍ଥନୈତିକ ସମ୍ବନ୍ଧ ରଖିବାକୁ ଚାହୁଁନାହାନ୍ତି। କିନ୍ତୁ ଭାରତୀୟ ବ୍ୟବସାୟୀମାନେ ପଡ଼ୋଶୀ ଦେଶ ସହ ବାଣିଜ୍ୟ କରିବାକୁ ଚାହୁଁଥିଲେ ମଧ୍ୟ ସେମାନଙ୍କୁ ସେ ସୁଯୋଗ ଦିଆଯାଉ ନାହିଁ। ବର୍ତ୍ତମାନ ଭାରତରେ ଏକ ଅଦ୍ଭୁତ ପରିସ୍ଥିତି ଦେଖାଦେଇଛି। ଆମେ ଅଖଣ୍ଡ ଭାରତର କଥା କହୁଛୁ ଏବଂ ଭାରତୀୟ ସଭ୍ୟତା କହିଲେ କାବୁଲଠାରୁ ଆରମ୍ଭକରି ବର୍ମା ପର୍ଯ୍ୟନ୍ତ ବିସ୍ତାରିତ ଅଞ୍ଚଳର ସଭ୍ୟତାକୁ ବୁଝାଏ। କିନ୍ତୁ ଆମେ ମୁକ୍ତ ଚଳାଚଳ ଓ ଅର୍ଥନୀତି ମାଧ୍ୟମରେ ଏସବୁ ଦେଶ ସହ ବାନ୍ଧିହେବାର ଚିନ୍ତାଧାରାକୁ ନାପସନ୍ଦ କରୁଛୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri