ହିଡ଼ରେ ଚାଲି ଯାଉଛନ୍ତି ସ୍କୁଲ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ତେଲିଅର୍ଶଳା ଗ୍ରାମର ତାମୁଡିଆ (ତନ୍ତୀ) ସାହିକୁ ସବୁଦିନିଆ ରାସ୍ତା ନାହିଁ ା ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ସାହିର ଭାଗ୍ୟ ବଦଳୁ ନାହିଁ। ଏହି ଗ୍ରାମରେ ୪୦ ତନ୍ତୀ ଆଦିବାସୀ ପରିବାର ବହୁ ଦିନରୁ ରହି ଆସୁଛନ୍ତି। ରାସ୍ତା ନ ଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇସାରିଥିଲେ ହେଁ କେହି ଶୁଣୁ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଲ ହିଡ ହିଁ ସେମାନଙ୍କ ଯାତାୟାତ ପଥ ା ଫଳରେ ଉକ୍ତ ସାହିରେ ରହୁଥିବା ଲୋକମାନେ ଯାତାୟାତ କରିବାରେ ବହୁ ଅସୁବିଧା ଭୋଗୁଛନ୍ତି। ବିଶେଷ କରି ଛୋଟ ଛୋଟ ପିଲା ସ୍କୁଲ ଯିବାଆସିବା କରିବା ଏବଂ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା କରିବାକୁ ବହୁ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଉକ୍ତ ସାହିରେ ପାଣି ସୁବିଧା ନ ଥିବାରୁ ପ୍ରାୟ ଅଧ କି.ମି. ଦୂର ଅନ୍ୟ ଗ୍ରାମକୁ ଯାଇ ପାଣି ଆଣୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ନାଳ, ଚୁଆରୁ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି। ବିଲ ହିଡରେ ଯିବା ଆସିବା କରୁଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ବର୍ଷାଦିନରେ ରାସ୍ତା ଖସଡ଼ା ହୋଇଯାଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇଥାଏ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଚାଷ ସମୟରେ ଯିବାଆସିବା କରି ଅସୁବିଧାରେ ପଡୁଛନ୍ତି। ସାପ ଓ ଅନ୍ୟ ସରୀସୃପ ଭୟ ରହୁଛି ା ପିଲାମାନେ ବିଲ ହିଡରେ ଚାଲି ଚାଲି ଆସିବା ପରେ ଗ୍ରାମରୁ ସାଇକେଲରେ ଖେଣ୍ଡରା ଆଦର୍ଶ ବିଦ୍ୟାଳୟକୁ ପଢିବାକୁ ସବୁଦିନ ଯିବାଆସିବା କରୁଛନ୍ତି ବୋଲି ସାମାଜିକ କର୍ମୀ ଦିନେଶ କୁମାର ଟୁଡୁ କହିଛନ୍ତି। ରାସ୍ତା ନ ଥିବାରୁ ପିଲାମାନେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯିବାଆସିବା କରିପାରୁନାହାନ୍ତି। ଏଣୁ ଗ୍ରାମରୁ ଉକ୍ତ ସାହିକୁ ରାସ୍ତା ନିର୍ମାଣ କରାଗଲେ ସାହିବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ମନୋନୀତ ୧୭ ଜଣ ପୋଲିସ ଅଧିକାରୀ,କର୍ମଚାରୀଙ୍କୁ …

ଭୁବନେଶ୍ୱର,୧୫।୮ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୋନୀତ ୧୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ପଦକ…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri