ହିଂସା କମାଉଛି ମତଦାନ ହାର

ଭୁବନେଶ୍ୱର, ୨୮।୪ (ବ୍ୟୁରୋ): ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ ତାରିଖରେ ୬ ଲୋକ ସଭା ଏବଂ ୪୧ ବିଧାନସଭା ଆସନରେ ହେବ। ବିଧାନସଭାରେ ବିଧାୟକ ଓ ସଂସଦରେ ସାଂସଦମାନେ ଆଇନ ପ୍ରଣୟନ କରନ୍ତି। ସେମାନଙ୍କୁ ଆଇନ ନିର୍ମାତା ବୋଲି କୁହାଯାଏ। ହେଲେ ସେମାନଙ୍କ ମଧ୍ୟରୁ ଅନେକେ ନିର୍ବାଚନ ସମୟରେ ଆଇନ ହାତକୁ ନେଉଛନ୍ତି। ହିଂସା ସୃଷ୍ଟି କରି ବିଜୟୀ ହେବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଦ୍ୱାରା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଥିବାରୁ ମତଦାନ ହାର ହ୍ରାସ ଘଟୁଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆସିଛି। ୨ୟ ପର୍ଯ୍ୟାୟରେ ଗଞ୍ଜାମ ଜିଲା ସୋରଡା ବ୍ଲକ ବୋରସିଙ୍ଗି ପଞ୍ଚାୟତର ରେଣ୍ଟି ବୁଥ୍‌ରେ ମତଦାନ ଚାଲିଥିବାବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଶୋୟୀ ୧୦ରୁ ଊର୍ଦ୍ଧ୍ୱ ସହଯୋଗୀଙ୍କ ସହ ଜବରଦସ୍ତ ବୁଥରେ ପଶି ପୋଲିଂ କର୍ମଚାରୀଙ୍କୁ ମାଡ଼ ଓ ଇଭିଏମ୍‌ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏନେଇ ଏକ ମାମଲା(ନଂ.୫୭/୨୦୧୯) ରୁଜୁ କରାଯାଇ ନୀଳମଣିଙ୍କୁ ଗିରଫ କରାଯାଇଥିଲା। ୩ୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ୨୧ତାରିଖ ରାତିରେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ବାଡ୍‌ ଚଢ଼ାଉ କରିବା ସମୟରେ ସେମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଥିରେ ମହାରଥୀ ନିଜେ ଏବଂ ତାଙ୍କ କେତେଜଣ ସହଯୋଗୀ ସମ୍ପୃକ୍ତ ଥିବାନେଇ ଅଭିଯୋଗରେ ୯୨/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ ତଦନ୍ତ ପରେ ମହାରଥୀଙ୍କୁ ୨୨ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ବୀରକେଶରପୁର ଗ୍ରାମସ୍ଥିତ ବଳଭଦ୍ର ନୋଡାଲ ବିଦ୍ୟାଳୟର ୭୮ନଂ. ବୁଥ୍‌ରେ ମଧ୍ୟ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଜପା ପ୍ରାର୍ଥୀ ଓମ୍‌ପ୍ରକାଶ ମିଶ୍ର ଓ ତାଙ୍କ ସହଯୋଗୀ ଉକ୍ତ ବୁଥ ଭିତରେ ପଶି ପୋଲିଂ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା, ଇଭିଏମ୍‌ ଭାଙ୍ଗିବା ଅଭିଯୋଗ ହୋଇଛି। ଏନେଇ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ଥାନାରେ ୩୭/୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଓମ୍‌ପ୍ରକାଶ ଫେରାର ଥିବାରୁ ତାଙ୍କ ବିରୋଧରେ ଲୁକ୍‌ ଆଉଟ ସର୍କୁଲାର ଜାରି ହୋଇଛି। ନିର୍ବାଚନରେ ନେତାମାନଙ୍କ ଆପରାଧିକ କାର୍ଯ୍ୟକଳାପ ଭାରତ ପରି ଏକ ବିଶାଳ ଗଣତନ୍ତ୍ର ଦେଶ ପାଇଁ ବିପଦ ସୃଷ୍ଟି କରୁଛି। ନେତାଙ୍କ ଏଭଳି ଆଚରଣ ସମ୍ପର୍କରେ ଜନସାଧାରଣ, ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି।

ଜ୍ୟୋତିରଞ୍ଜନ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ: ୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବଳବତ୍ତର, ୫ ନାକଚ

ନୂଆପଡ଼ା,୨୨ା୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର…

ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…

ପାଟ୍‌ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍‌ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା…

ବିହାର ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନର, ଏହିଦିନ ହେବ…

ପାଟ୍‌ନା,୬ା୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଏହି ନିର୍ବାଚନ ନଭେମ୍ବର ୬ରେ ଅନୁଷ୍ଠିତ ହେବ। ତେବେ ଉକ୍ତ…

ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ପ୍ରଭାତୀ ପରିଡ଼ା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା, ରାଜନୈତିକ ଯାତ୍ରା…

ନିମାପଡ଼ା,୧୧।୬ (ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ମାଟିର ବୋହୂ ତଥା ନିମାପଡ଼ା ନିର୍ବାଚନମଣ୍ଡଳୀର ପ୍ରଥମ ମହିଳା ବିଧାୟିକା ପ୍ରଭାତୀ ପରିଡ଼ା ରାଜ୍ୟର ନୂତନ ଭାଜପା ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ…

୫୦୪ ନୂଆ ଏମ୍‌ପି କୋଟିପତି, ୨୫୧ଙ୍କ ନାମରେ ମାମଲା

ନୂଆଦିଲ୍ଲୀ, ୬ା୬: ଦେଶରେ ୧୮ତମ ଲୋକସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି । ନିର୍ବାଚନରେ ବର୍ତ୍ତମାନ ସରକାରରେ ଥିବା ଭାଜପା ଦଳକୁ ୨୪୦ ଆସନ ମିଳିଛି।…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାଇଡ଼ୁ, ବଦଳିଲା ଶପଥ ଉତ୍ସବ ତାରିଖ

ନୂଆଦିଲ୍ଲୀ, ୬।୬: ବିଧାନସଭା ନିର୍ବାଚନ ଜିତିବା ପରେ ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିବ ଟିଡିପି ବା ତେଲୁଗୁ ଦେଶମ୍‌ ପାର୍ଟି। ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ…

ବଡ଼ ନେତାଙ୍କୁ ମାତ୍‌ ଦେଲେ କନଷ୍ଟେବଳଙ୍କ ପତ୍ନୀ, ବନିଲେ ଏମ୍‌ପି

ଜୟପୁର,୫ା୬: ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri