ମାତ୍ର ୨୫ ବର୍ଷରେ ସଂସଦ ଯିବେ ୪ ଏମ୍‌ପି, ନିର୍ବାଚନ ଜିତି କଲେ ରେକର୍ଡ

ନୂଆଦିଲ୍ଲୀ, ୫ା୬: ସରିଛି ୨୦୨୪ ଲୋକସଭା ନିର୍ବାଚନ। ପ୍ରକାଶ ପାଇଛି ଫଳାଫଳ । ହେଲେ ଏହି ନିର୍ବାଚନରେ ରେକର୍ଡ କରିଛନ୍ତି ୪ ଯୁବ ଏମ୍‌ପି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ରହିଛନ୍ତି। ସେମାନେ ହେଲେ ପୁଷ୍ପେନ୍ଦ୍ର ସରୋଜ, ପ୍ରିୟା ସରୋଜ, ସମ୍ଭାଭି ଚୌଧୁରୀ ଏବଂ ସଞ୍ଜନା ଜାଟୱ। ମାତ୍ର ୨୫ ବର୍ଷ ବୟସରେ ଏମାନେ ସଂସଦ ଯିବେ।
ପୁଷ୍ପେନ୍ଦ୍ର ସରୋଜ-
ସମାଜବାଦି ପାର୍ଟିରୁ ନିର୍ବାଚନ ଲଢ଼ିଥିବା ପୁଷ୍ପେନ୍ଦ୍ର କୌଶମ୍ଭି ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଦୁଇଥରର ଭାଜପା ସାଂସଦ ବିନୋଦ ସୋନକାରଙ୍କୁ ୧.୩ ଲକ୍ଷ ଭୋଟ ବ୍ୟବଧଆନରେ ପରାସ୍ତ କରିଛନ୍ତି। ସେ ଲଣ୍ଡନର କୁଇନ୍‌ ମ୍ୟାରି ୟୁନିଭରସିଟି ଆକାଉଣ୍ଟିଂ ଏବଂ ମ୍ୟାନେଜମେଣ୍ଟ୍‌ରେ ଡିଗ୍ରୀ ହାସଲ କରିଛନ୍ତି।
ପ୍ରିୟା ସରୋଜ-
ସୁପ୍ରିମ୍‌ କୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରୁଥିବା ପ୍ରିୟା ସମାଜବାଦି ପାର୍ଟିରୁ ନିର୍ବାଚନ ଲଢ଼ିଥିଲେ। ସେ ମାଛ୍‌ଲିସହର ସିଟ୍‌ରୁ ୩୫,୮୫୦ ଲିଡ୍‌ରେ ଜିତିଛନ୍ତି। ସେ ପୂର୍ବତନ ଏମ୍‌ପି ତୁଫାନି ସରୋଜଙ୍କ ଝିଅ ବୋଲି ଜଣାପଡ଼ିଛି।
ସମ୍ଭାବି ଚୌଧୁରୀ-
ନୀତିଶ କୁମାର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀଙ୍କ ଝିଅ ହେଉଛନ୍ତି ସମ୍ଭାବି ଚୌଧୁରୀ । କଂଗ୍ରେସ ପ୍ରାର୍ଥୀ ସନ୍ନି ହଜାରିଙ୍କୁ ସେ ପରାସ୍ତ କରି ସମସ୍ତିପୁର ଲୋକସଭା ଆସନ ହାତେଇଛନ୍ତି। ପ୍ରଚାର ସମୟରେ ନରେନ୍ଦ୍ର ମୋଦି ସମ୍ଭାବି ଏନ୍‌ଡିଏର ସବୁଠାରୁ ଯୁବ ଏମ୍‌ପି ପ୍ରାର୍ଥୀ ବୋଲି କହିଥିଲେ।

ସଞ୍ଜନା ଜାଟୱ-

ରାଜସ୍ଥାନର ଭରତପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଜିତିଥିବା ଜଣେ ଦଳିତ ମହିଳାଙ୍କୁ ନେଇ ଏବେ ଜୋର ଚର୍ଚ୍ଚା। ତାଙ୍କ ନାମ ସଞ୍ଜନା ଜାଟୱ। ୨୫ ବର୍ଷିୟା ଏହି ମହିଳା ରାଜସ୍ଥାନର ସବୁଠାରୁ କମ୍‌ ବୟସର ଏମ୍‌ପି ହୋଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ କମ୍‌ ବୟସର ୪ ଜଣ ନିର୍ବାଚିତ ଏମ୍‌ପିଙ୍କ ମଧ୍ୟରେ ସେ ରହିଛନ୍ତି। ସଞ୍ଜନା ଭରତପୁର ଲୋକସଭା ଆସନରୁ ୫୯ ବର୍ଷିୟ ଭାଜପା ପ୍ରାର୍ଥୀ ତଥା ପୂର୍ବତନ ଲୋକସଭା ଏମ୍‌ପି ରାମ ସ଼୍ବରୂପ କୋଲିଙ୍କୁ ୫୨ ହଜାର ଭୋଟରେ ପରାସ୍ତ କରିଛନ୍ତି।

ନିର୍ବାଚନ ଫଳାଫଳ ଆସିବା ପରେ ସଞ୍ଜନା ଏହାକୁ ଜନତାଙ୍କ ଜିତ୍‌ ବୋଲି କହିଛନ୍ତି। ଏଥିପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଶୋକ ଗେହଲଟ୍‌ ଏବଂ ସଚିନ୍‌ ପାଇଲଟ୍‌ଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଲୋକଙ୍କ ଆଶା ଅନୁସାରେ କାର୍ଯ୍ୟ କରିବା ସହିତ ସେ ଲୋକଙ୍କ ସମସ୍ୟା ଦୂର କରିବାକୁ ଯଥା ସମ୍ଭବ ଚେଷ୍ଟା କରିବେ।  ଏହି ଆସନରେ ଲଢ଼ିବାକୁ ସୁଯୋଗ ଦେଇଥିବାରୁ ସେ କଂଗ୍ରେସ ଏବଂ ଜିତାଇଥିବାରୁ ଭରତପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହା ପୂର୍ବରୁ ବିଧାନସଭା ନିର୍ବାଚନରେ ପ୍ରତିଦ଼୍ବନ୍ଦିତା କରି ସେ ଭାଜପା ପ୍ରାର୍ଥୀଙ୍କ ଠାରୁ ୪୦୯ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

ତେବେ ବିଶେଷ କଥା ହେଉଛି କି ସଞ୍ଜନାଙ୍କ ସ଼୍ବାମୀ ଜଣେ ପୋଲିସ କନଷ୍ଟେବଳ । ସଞ୍ଜନାଙ୍କର ଦୁଇଟି ଛୋଟ ଛୋଟ ଶିଶୁ ମଧ୍ୟ ରହିଛନ୍ତି। ସେ ୨୦୧୯ରେ ମହାରାଜା ସୁରଜମଲ ବୃଜ ବିଶ଼୍ବ ବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଚୁଗୁଲି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ୬୭ ବର୍ଷୀୟା ମହିଳା: କରିସାରିଲେଣି ୨ ଘର, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ପଡ଼ୋଶୀଙ୍କ ଘରର ଖବର ରଖିବା କିମ୍ବା ଗାଁ-ସାହିରେ ଚୁଗୁଲି କରିବାକୁ ସାଧାରଣତଃ ସମୟ ନଷ୍ଟ ବୋଲି କୁହାଯାଏ। କିନ୍ତୁ କଲମ୍ବିଆର ଜଣେ ୬୭ ବର୍ଷୀୟ ବୃଦ୍ଧା ଏହି…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ଦିଲ୍ଲୀ ଆସିବା ପୂର୍ବରୁ ଭାରତର ଖୁବ ପ୍ରଶଂସା କଲା ଇରାନ, କହିଲା…

ତେହରାନ,୮।୯: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ, ତେହରାନ ଭାରତ ସହିତ ଏହାର ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଜିଲାପାଳ: ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭଞ୍ଜନଗର,୮।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନ ଭି ସୋମବାର ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri