ହାର ମାନିନାହାନ୍ତି କ୍ୟାନସର ପୀଡ଼ିତା ଦମ୍ପତି

କେନ୍ଦୁଝର, ୫ା୨ (ସ୍ବ.ପ୍ର.)-କେନ୍ଦୁଝର ସହରର ପବିତ୍ରଡିହା ସାହିରେ ରହୁଛନ୍ତି ଗୋପାଲ ଶର୍ମା(୬୪) ଙ୍କ ପରିବାର ା ବେଶ ଖୁସିରେ ତିନି ଝିଅ, ଜଣେ ପୁଅ ଓ ସ୍ତ୍ରୀ ସହିତ ଚଳିଆସୁଥିଲେ। ଗୋପାଳ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଏକ ଛୋଟ ମୋବାଇଲ ରିଚାର୍ଜ ଦୋକାନ ଖୋଲି ପରିବାର ଚଳାଇଆସୁଥିଲେ ା ପୁଅ ବିଣ୍ଟୁ ଶର୍ମା ବଡ ହେବା ପରେ ପରିବାରର ଖର୍ଚ୍ଚ ବଢିବାରୁ ଦୋକାନ ସହିତ ଏକ ଟ୍ୟାକସି କିଣି ନିଜେ ଚଳାଇ ପରିବାର ପ୍ରତିପୋଷଣ କରିଆସୁଥିଲେ। ତିନି ଝିଅଙ୍କ ବିବାହ କରିଛନ୍ତି। ହଠାତ ୨୦୧୫ ମସିହାରେ ଦାନ୍ତରେ ସଂକ୍ରମଣ ହେବାରୁ ପ୍ରଥମେ ରାଞ୍ଚି ଯାଇ ଚିକିତ୍ସିତ ହୋଇଥିଲେ ା ଦାନ୍ତ ଉଠାଇବାକୁ ପଡିଥିଲା। ତେବେ ଦାନ୍ତ କିଛି ଅଂଶ ମାଢିରେ ରହିଯାଇ ସଂକ୍ରମିତ ହେଲା ା ପ୍ରାୟ ୮ ମାସ ପରେ ବାଇଓପ୍ସି କରିବାରୁ କ୍ୟାନସର ହୋଇଥିବା ଜଣାପଡିଥିଲା। ତା’ପରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲକୁ ଯାଇ ଚିକିତ୍ସିତ ହୋଇଥିଲେ। ଡାକ୍ତର ତାଙ୍କର ଦାନ୍ତ ସହିତ ମୁହଁର ମାଢିକୁ ଅପରେସନ କରି ବାହାର କରିଦେଇଥିଲେ। ତେବେ ଏବେ ସାଧାରଣ ଲୋକଙ୍କ ଭଳି ଚଳପ୍ରଚଳ କରୁଛନ୍ତି ଏବଂ ସ୍କୁଟର ଚଲାଇ ବୁଲୁଛନ୍ତି। ଯାହା ହେବା କଥା ହେବ ା ଭୟ କାହିଁକି କରିବୁ। ଚଳିବା ପାଇଁ ପଇସା ଦରକାର। ଏଣୁ ନିଜର ଗାଡି ଚଳାଇ ପରିବାର ପାଇଁ ରୋଜଗାର କରୁଛି ବୋଲି ଗୋପାଳ କୁହନ୍ତି ା
ଛୋଟ ଦୋକାନ ଚଳାଇ ଓ ଗାଡି ଚଳାଇ ଯାହା କିଛି ସଞ୍ଚୟ କରିଥିଲେ ସେସବୁ ଶେଷ ହୋଇଯିବା ପରେ ଘରେ ଥିବା ସୁନାଗହଣା ବିକିବାକୁ ପଡିଥିଲା। ଦୁଇ ଥର ଅପରେସନ କରି ପାଖାପାଖି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ସେହିପରି ପରବର୍ତ୍ତୀ ସମୟରେ ଚିକିତ୍ସା ଜାରି ରହି ଖର୍ଚ୍ଚାନ୍ତ ହେବାକୁ ପଡିଥିଲା ା ଏବେ ଯଦିଓ ସୁସ୍ଥ ଅଛନ୍ତି ତେବେ ଆଉ ଥରେ ଯାଞ୍ଚ ପରେ କ୍ୟାନସର ସମ୍ପୂର୍ଣ ଭଲ ହୋଇଛି କି ନାହିଁ ଜଣାପଡିବ ବୋଲି କହିଛନ୍ତି ା ଏବେ ସୁସ୍ଥ ହୋଇଥିଲେ ହେଁ ଖର୍ଚ୍ଚ ଉଠାଇବା ପାଇଁ କଲ ମିଳିଲେ ନିଜେ ଟ୍ୟାକ୍ସି ଚଳାଇ ଯାଉଥିବା କହିଛନ୍ତି ଗୋପାଳ। କ୍ୟାନସର ହୋଇଛି ା କିଛି କହି ହେବ ନାହିଁ ବୋଲି ଡାକ୍ତର କହିଥିଲେ ା କିନ୍ତୁ ସେ ସେଥିରେ ସେତେ ଭୟଭୀତ ହୋଇ ନ ଥିଲେ ା କିନ୍ତୁ ଅର୍ଥାଭାବ ଯୋଗୁଁ ଚିନ୍ତାରେ ରହିଥିଲେ ବୋଲି କହିଛନ୍ତି। ତାଙ୍କ ସ୍ତ୍ରୀ କଲ୍ୟାଣୀ ଶର୍ମା ମଧ୍ୟ ଦୀର୍ଘ ୧୫ ବର୍ଷ ହେଲା ଜରାୟୁ କ୍ୟାନସର ହୋଇ ଚିକିତ୍ସାଧୀନ ଅଛନ୍ତି ା ଏଣୁ କ୍ୟାନସର ପ୍ରତି ଆଉ ସେଭଳି ଭୟ ନାହିଁ ବୋଲି ସେ କୁହନ୍ତି ା ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ମଧ୍ୟ ସେ ୬ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ସେ ଏବେ ସୁସ୍ଥ ଅଛନ୍ତି ା ତାଙ୍କ ମା’ଙ୍କର ମଧ୍ୟ କ୍ୟାନସର ହୋଇଥିଲା। ଏଣୁ ସେ ମଧ୍ୟ କେବେ ସେଭଳି ଭୟଭୀତ ହୋଇ ନ ଥିଲେ ବୋଲି ଗୋପାଳ କହିଛନ୍ତି ା ଯେତେବେଳେ ଯାହା ହେବ ଦେଖାଯିବ କିନ୍ତୁ ମନରେ ଦୃଢତାକୁ ଦେଖିଲେ କ୍ୟାନସର ତାଙ୍କ ଆଗରେ ହାର ମାନିଥିବା ମନେ ହୁଏ ବୋଲି କହିଛନ୍ତି ା ସେ ପାନ ଖାଆନ୍ତି କିନ୍ତୁ ଗୁଟ୍‌ଖା ଖାଆନ୍ତି ନାହିଁ। ତେବେ ଏଭଳି କିପରି ହେଲା ସେ ମଧ୍ୟ ବୁଝିପାରୁନାହାନ୍ତି। ଦାନ୍ତରେ ସଂକ୍ରମଣ କାରଣରୁ ହୋଇଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri