Posted inଖେଳ

ହାରିବାରେ ଶ୍ରୀଲଙ୍କା ସମକକ୍ଷ ହେଲା ଭାରତ

ବର୍ମିଂହାମ, ୨।୭- ଚଳିତ ଆଇସିସି ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ହାଇସ୍କୋରିଂ ମ୍ୟାଚ୍‌ରେ ଭାରତ ୩୧ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି। ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଥିବା ବିରାଟ ବାହିନୀ ଏଥିସହ ବିଶ୍ୱକପ୍‌ରେ ପ୍ରଥମ ପରାଜୟ ସ୍ବାଦ ଚାଖିଛି। ସେହିଭଳି ଏହି ପରାଜୟ ସହ ଭାରତ ଏକ ଅଲୋଡ଼ା ରେକର୍ଡର ସମକକ୍ଷ ହୋଇଛି। ଏକଦିବସୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ହାରିବାରେ ଶ୍ରୀଲଙ୍କା ସହ ଯୁଗ୍ମଭାବେ ତାଲିକାର ଶୀର୍ଷରେ ରହିଛି ଭାରତ। ଭାରତ ବର୍ତ୍ତମାନ ସୁଦ୍ଧା ୯୭୨ ଦିନିକିଆ ମ୍ୟାଚ୍‌ ଖେଳି ୫୧୫ ବିଜୟ ଲାଭ କରିଥିବାବେଳେ ୪୧୮ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ୪୦ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନ ଥିବାବେଳେ ୭ ମ୍ୟାଚ୍‌ ଟାଇରେ ଶେଷ ହୋଇଛି। ଭାରତର ବିଜୟ ପ୍ରତିଶତ ୫୪.୬୬ ରହିଛି, ଯାହାକି ବିଶ୍ୱର ୩ୟ ଶ୍ରେଷ୍ଠ ପ୍ରଦର୍ଶନ। ଅପରପକ୍ଷରେ ସୋମବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌କୁ ମିଶାଇ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ମୋଟ୍‌ ୮୪୩ ମ୍ୟାଚ୍‌ ଖେଳିଛି। ସେଥିମଧ୍ୟରୁ ୩୮୩ ମ୍ୟାଚ୍‌ରେ ବିଜୟ ଲାଭ କରିଥିବାବେଳେ ୪୧୮ ପରାଜୟବରଣ କରିଛି। ୫ ମ୍ୟାଚ୍‌ ଟାଇ ରହିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭେଟିବ। ଯଦି ଏହି ମ୍ୟାଚ୍‌ରେ ଦଳ ପରାସ୍ତ ହୁଏ ତେବେ ବିଶ୍ୱରେ ସର୍ବାଧିକ ଦିନିକିଆ ମ୍ୟାଚ୍‌ ହାରିବାର ଅଲୋଡ଼ା ରେକର୍ଡ ନିଜ ନାମରେ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

ମୁମ୍ବାଇ ଇଣ୍ଡିଆନ୍ସ-ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ରେ ରେକର୍ଡ ବର୍ଷା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଇପିଏଲ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବାଧିକ ସ୍କୋର କରିଥିଲା। ଏହାପୂର୍ବରୁ ଏହି ରେକର୍ଡ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନାମରେ ଥିଲା।...

ମାତ୍ର ୨୨ ମିନିଟ୍‌ରେ ରେକର୍ଡ ଭାଙ୍ଗିଦେଲେ ଅଭିଷେକ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ପାଇଁ ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ଟ୍ରାଭିସ ହେଡ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର କିଛି ମିନିଟ ପରେ ଅଭିଷେକ ଶର୍ମା ଏହି...

ପାଣ୍ଡ୍ୟାଙ୍କ ହାତରୁ ଯାଇପାରେ ଅଧିନାୟକ ପଦ: ରୋହିତଙ୍କ ସହ କଥା ହେଲେ ଆକାଶ ଅମ୍ବାନୀ

ହାଇଦ୍ରାବାଦ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ମୁମ୍ବାଇ ଦଳ ହାର୍ଦ୍ଦିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri