ହାତୀ ମାରିବାକୁ ଆଦେଶ ଦେଲେ ବୋଟସଓ୍ବାନା ସରକାର

ଗାବୋରୋନେ,୯।୨: କେଉଁଠି କେଉଁଠି ହାତୀଙ୍କ ସଂଖ୍ୟା କମିଯିବା ଶୁଣାଯାଉଥିବା ବେଳେ ଏମାନେ ଖାଦ୍ୟାଭାବରୁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଥିବା ମଧ୍ୟ ଦେଖାଯାଇଛି। ବେଳେ ବେଳେ ହାତୀ ମଣିଷର ଲଢେଇରେ ଅନେକ ଲୋକଙ୍କ ଜୀବନ ଯିବା ଖବର ମଧ୍ୟ ଆସିଛି। ହେଲେ ଏବେ ଏମିତି ଏକ ଦେଶ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ବୋଟସଓ୍ବାନା ଦେଶରେ ସରକାର ୬୦ ହାତୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଆଉ ଏଥିପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ମଧ୍ୟ ଜାରି କରାଯାଇଛି। ଯେଉଁ ସଂସ୍ଥା ବା ଏଜେନ୍ସି ହାତୀ ମାରିବାକୁ ଚାହିଁବେ ସେମାନଙ୍କ ପାଖରେ ଲାଇସେନ୍ସ ଥିବା ସହ ଏମାନେ ଗୋଟିଏ ହାତୀ ମାରିବାକୁ ପ୍ରାୟ ୩୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ବୋଲି ସରକାର କହିଛନ୍ତି। ଏମିତି ୬୦ ହାତୀଙ୍କୁ ମାରିଲେ ସରକାର ପାଖାପାଖି ୧୮.୬୦ କୋଟି ଟଙ୍କା ଲାଭ କରିବେ ବୋଲି କୁହାଯାଏ। ବୋଟସଓ୍ବାନାର ରାଷ୍ଟ୍ରପତି ମୋକଓ୍ବେଟସି ମାସିସି ଗତ ୫ ବର୍ଷର ନିର୍ଦ୍ଦେଶକୁ ଫେରାଇ ନେଇ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାର କାରଣ ହେଉଛି ଏବେ ବୋଟସଓ୍ବାନାରେ ହାତୀଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ଘଟିଛି। ସେଠାରେ ୧୯୯୦ରେ ହାତୀଙ୍କ ସଂଖ୍ୟା ପ୍ରାୟ ୮୦ ହଜାର ଥିବା ବେଳେ ଏବେ ଏହା ୧.୩୦ ଲକ୍ଷରେ ପହଞ୍ଚିଲାଣି। ତେଣୁ ଏମାନେ ଜନବସତି ଭିତରକୁ ଚାଲି ଆସି ଧନଜୀବନ ନଷ୍ଟ କରୁଥିବାରୁ ସରକାର ଏମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ହାତୀ ମାରୁଥିବା ଏଜେନ୍ସି ପରେ ହାତୀର ବିଭିନ୍ନ ଅଙ୍ଗ ବିକ୍ରିକରି ସେଥିରୁ ଆୟ କରିବ। ସେଥିପାଇଁ ହାତୀ ମାରିବାକୁ ହେଲେ ସରକାରଙ୍କ ନିକଟରେ ଟଙ୍କା ଜମା କରିବାକୁ କୁହାଯାଉଇଛି। ଏହାଦ୍ୱାରା ହାତୀ ବଂଶ ବୃଦ୍ଧିକୁ ଅଟକାଇ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri