ହାତୀ ଗଳିତ ମୃତଦେହ ଉଦ୍ଧାର

ବନ୍ତଳା,୧୯ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ପମ୍ପାସର ରେଞ୍ଜ ବଡ଼ଖେତା ଗ୍ରାମ ନିକଟ କୁରୁ ରିଜର୍ଭ ଜଙ୍ଗଲ ୫ ନମ୍ବର କମ୍ପାର୍ଟମେଣ୍ଟରେ ଶୁକ୍ରବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଛି। ଖବରପାଇ ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ଏସିଏଫ ଶୁଭେନ୍ଦୁ ବେହେରା, ସରୋଜ ପଣ୍ଡା, ଗୌରୀ ପ୍ରସାଦ ରଥ ଓ ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ବ୍ୟବଚ୍ଛେଦ କରାଇଥିଲେ। ଏହାର ବୟସ ୧୦ ବର୍ଷ ହେବ ବୋଲି ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ପ୍ରାୟ ୧୦ ଦିନ ପୂର୍ବରୁ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି। ସଂକ୍ରମଣ ଯୋଗୁ ଏହାର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବ୍ୟବଚ୍ଛେଦ ପରେ ମୃତଦେହ ସେଠାରେ ପୋତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri