ହାଇୱାକୁ ଧକ୍କା ଦେଲା ବାଇକ: ୨ ମୃତ, ଜଣେ ଗୁରୁତର

ଗୋପାଳପୁର/କନିଷି,୧୮।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନଂ. ଜାତୀୟ ରାଜପଥ ଗୋଳନ୍ଥରା ଚଟି ଛକରେ ସୋମବାର ମଧ୍ୟରାତ୍ରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ଗୋଳନ୍ଥରା ଥାନା ଅଧୀନ ନିମକୁଡିଆ ଗ୍ରାମର କାଳିଆ ପ୍ରଧାନ (୨୮), ବିହାର ରାଜ୍ୟର ସମସ୍ତିପୁର ଜିଲା ବାଦଘାଟ ଅଞ୍ଚଳର ଗଣେଶ ଚୌଧୁରୀ (୨୯) ଏବଂ ଗୁରୁତର ହେଲେ ଭାଲିଆଗଡ ଗ୍ରାମର ଏ.କ୍ରିଷ୍ଣା ଦୋରା।
ପୋଲିସ ସୂଚନାନୁଯାୟୀ, ସୋମବାର ରାତିରେ କାଳିଆ, ଗଣେଶ ଓ କ୍ରିଷ୍ଣା ତିନି ଜଣ ବ୍ରହ୍ମପୁରରୁ କାମ ସାରି ଏକ ବାଇକ୍‌ରେ ସୋରଳ ଜଙ୍କଶନ୍‌କୁ ଫେରୁଥିଲେ। ଏହି ସମୟରେ ଗୋଳନ୍ଥରା ଚଟି ଛକ ନିକଟରେ ଛିଡାହୋଇଥିବା ଏକ ଚିପ୍ସ ବୋଝେଇ ହାଇୱାକୁ ପଛପଟୁ ବାଇକଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଖବରପାଇ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହଯୋଗରେ କାଳିଆ, ଗଣେଶ ଓ କ୍ରିଷ୍ଣାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର କାଳିଆ ଓ ଗଣେଶଙ୍କୁ ମୃତ ଘୋଷଣା କରିଥିବା ବେଳେ କ୍ରିଷ୍ଣାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏ ନେଇ ଥାନାରେ କେସ ନଂ ୪୮/୨୦ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ହାଇୱା ଓ ବାଇକକୁ ଜବତ କରିଥିବା ଥାନାଧିକାରୀ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ: ଶେଷ ତାରିଖ ରହିଛି…

ଭୁବନେଶ୍ୱର,୮ା୭(ସୁଚିସ୍ମିତା ସାହୁ): ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ…

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri