Posted inଖେଳ

ହାଇଜମ୍ପର ଝାଙ୍ଗ୍‌ଙ୍କ ଆକସ୍ମିକ ଅବସର ଘୋଷଣା

ସାଂଘାଇ, ୭ା୪ (ଏ.ଏଫ୍‌.ପି)- ବିଶ୍ୱର ବିଶିଷ୍ଟ ହାଇଜମ୍ପର ଚାଇନାର ଝାଙ୍ଗ୍‌ ଗୁଓଇଙ୍କୁ ଆକସ୍ମିକ ଅବସର ନିଷ୍ପତ୍ତି ତାଙ୍କ ସମର୍ଥକମାନଙ୍କୁ ବିସ୍ମିତ କରିଛି। ୨୦୧୫ରେ ବେଜିଂରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ବିଜୟୀ ଝାଙ୍ଗ୍‌ଙ୍କ ବୟସ ହେଉଛି ମାତ୍ର ୨୮ବର୍ଷ। ସେ ୨୦୧୨ ଲଣ୍ଡନ ଏବଂ ୨୦୧୬ ରିଓ ଅଲିମ୍ପିକ୍ସରେ ମଧ୍ୟ ଭାଗ ନେଇଥିଲେ। ଟୁଇଟରରେ ଏହା ହାଇଜମ୍ପରଙ୍କର ୩.୪ ନିୟୁତ ଫଲୋଅର ରହିଛନ୍ତି। ସେ ତାଙ୍କ ସମର୍ଥକମାନଙ୍କୁ କହିଛନ୍ତି, ମୁଁ ଆଉ ପୂର୍ବଭଳି ଜମ୍ପ୍‌ କରିପାରୁ ନାହିଁ। ତେଣୁ ଖେଳରୁ ଅବସର ଘୋଷଣା କରୁଛି। ଏଥିପାଇଁ ମୁଁ ଦୁଃଖିତ। ସୂଚନାଯୋଗ୍ୟ, ଗତ ଫେବୃୟାରୀରେ ଇଟାଲିର ସିଏନାଠାରେ ଚଳିତ ସିଜନରେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୨.୨୮ ମିଟର ଜମ୍ପ୍‌ କରି ପାରିଥିଲେ। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ମାନଦଣ୍ଡ (୨.୩୩ ମିଟର)ଠାରୁ ସେ ପଛରେ ରହିଥିଲେ। କରୋନା ଭାଇରସ ମହାମାରୀ ଯୋଗୁ ଟୋକିଓ ଗେମ୍ସ ୨୦୨୧ ଗ୍ରୀଷ୍ମଋତୁକୁ ଘୁଞ୍ଚତ୍ୟାଇଛି। ଝାଙ୍ଗ ଗତବର୍ଷ ଚାଇନିଜ୍‌ ଆଥଲେଟିକ୍ସ ପାଇଁ ଉଦ୍ଦିଷ୍ଟ କଡ଼ା ଆଇନର ଉଲ୍ଲଂଘନ କରି ବ୍ୟବସାୟିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହୋଇଥିବାରୁ ମାର୍ଚ୍ଚରେ ସସ୍‌ପେଣ୍ଡ ହୋଇଥିଲେ। ପୁନଶ୍ଚ ବର୍ତ୍ତମାନ ତାଙ୍କର ଖରାପ ଫର୍ମ ଯୋଗୁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ଆଶା କ୍ଷୀଣ ମନେ ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri