ନୂଆଗାଁ ବ୍ଲକରେ ସାମାଜିକ ସମୀକ୍ଷା ପ୍ରହସନ: ସହଯୋଗ କରୁନାହାନ୍ତି କର୍ମଚାରୀ

ନୂଆଗାଁ,୧ା୧୦(ଡି.ଏନ.ଏ.): ପ୍ରତି ଆର୍ଥତ୍କ ବର୍ଷରେ ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ଗୁଡିକ ସାମାଜିକ ସମୀକ୍ଷା ମାଧ୍ୟମରେ ଲୋକାଭିମୁଖୀ କରାଇବା ବ୍ୟବସ୍ଥା ରହିଛି। ହେଲେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଏହି ଦାୟିତ୍ୱରେ ଥିବା କେତେକ କର୍ମଚାରୀ ସହଯୋଗ କରୁ ନ ଥିବାରୁ ସାମାଜିକ ସମୀକ୍ଷା ପ୍ରହସନ ପାଲଟିଥିବା ଚର୍ଚ୍ଚା ହେଉଛି।
ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଓ ଅନ୍ୟାନ୍ୟ ବିଭାଗ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଆବାସ ଯୋଜନାରେ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ପ୍ରତିବର୍ଷ ସମୀକ୍ଷା କରାଯାଇଥାଏ। ଏହି ବୈଠକରେ କାର୍ଯ୍ୟ ହୋଇଛି କି ନାହିଁ, ନିୟୋଜିତ ଶ୍ରମିକ (ମଷ୍ଟରରୋଲରେ ଦର୍ଶିତ ଜବ୍‌ କାର୍ଡଧାରୀ) ଅଣକୁଶଳୀ କି ନୁହେଁ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟରେ ଜବ୍‌ କାର୍ଡଧାରୀ ଶ୍ରମିକ ନିୟୋଜିତ ହୋଇଛନ୍ତି କି ନାହିଁ, ମଷ୍ଟରରୋଲରେ ଦର୍ଶାଯାଇଥିବା ପ୍ରାପ୍ୟ ପରିମାଣ କାର୍ଯ୍ୟ ଦିବସ ଅନୁସାରେ ଠିକ୍‌ ଭାବରେ ପଇଠ ହୋଇଛି କି ନାହିଁ ତାହାର ସାମାଜିକ ସମୀକ୍ଷା କରାଯାଉଛି। ଏହାକୁ ସୁଚାରୁରୂପେ ତୁଲାଇବା ପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ୍‌, ଗ୍ରାମସାଥୀ, ଗ୍ରାମ ସାଧନା କର୍ମୀ, ପଞ୍ଚାୟତ ସାମାଜିକ ସମୀକ୍ଷକ ଓ ବ୍ଲକ ସ୍ତରର ଜଣେ ସ୍ବାଧୀନ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ କୌଣସି କର୍ମଚାରୀ ସାମାଜିକ ସମୀକ୍ଷକଙ୍କୁ ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ସାମାଜିକ ସମୀକ୍ଷାର ନିୟାମାନୁସାରେ ପ୍ରତି କାର୍ଯ୍ୟର ସମୀକ୍ଷା ପାଇଁ ନିୟୋଜିତ କର୍ମଚାରୀ ସମସ୍ତ ନଥିପତ୍ର ସମୀକ୍ଷକଙ୍କ ନିକଟରେ କିମ୍ବା ପଞ୍ଚାୟତରେ ଦାଖଲ କରିବା କଥା । କିନ୍ତୁ ଏହା ଠିକ୍‌ ଭାବେ ହେଉନାହିଁ। ଏହାଛଡା ସମୀକ୍ଷା ବୈଠକକୁ ଜବ୍‌ କାର୍ଡଧାରୀ, ନିର୍ବାଚିତ ପ୍ରତିନିଧି, ଏସ୍‌ଏଚଜି ଗ୍ରୁପର ସଭ୍ୟାମାନେ ଉପସ୍ଥିତ ରହିବା ପାଇଁ ଗ୍ରାମରେ ଡେଙ୍ଗୁରା ଓ ନୋଟିସ ଦେବା ନିୟମ ରହିଥିବା ବେଳେ କୌଣସି ପଞ୍ଚାୟତରେ ତାହା କରାଯାଉ ନାହିଁ । ଫଳରେ କୌଣସି ଲୋକ ବୈଠକ ବିଷୟରେ ଜାଣି ନ ପାରି ଆସନ୍ତି ନାହିଁ। ଅନେକ ପଞ୍ଚାୟତରେ ଜବକାର୍ଡଧାରୀ ଶ୍ରମିକ କାର୍ଯ୍ୟ ନ କରି ମେଶିନ ମାଧ୍ୟମରେ କାର୍ଯ୍ୟ କରାଯାଇଥିଲେ ମଧ୍ୟ ସେମାନଙ୍କ ନାମରେ ଟଙ୍କା ଉଠାଣ କରାଯାଉଛି। କାମ କରି ନ ଥିବା କଥା ଶ୍ରମିକମାନେ ସ୍ବୀକାର କରୁଥିବା ବେଳେ ସମୀକ୍ଷାରେ ମଧ୍ୟ ତାହା ଠିକ୍‌ ବୋଲି ଦର୍ଶାଯାଉଛି। ଅନେକ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ଭତ୍ତା ଦିଆଯାଉଥିବା ଅଭିଯୋଗ ହେଉଥିବାବେଳେ ପ୍ରମାଣ ପାଇଲେ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍‌ଇଓ କହୁଥିଲେ ମଧ୍ୟ ସାମାଜିକ ସମୀକ୍ଷାରେ ତାହା ପ୍ରତିଫଳିତ ହେଉ ନାହିଁ। କୌଣସି କାର୍ଯ୍ୟ ଠିକ୍‌ ଭାବେ ହୋଇ ନ ଥିବା ସମୀକ୍ଷାରେ ଜଣାପଡିଲେ ସେଥିପାଇଁ ଜରିମାନା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଅଧିକାରୀମାନେ ତାହା କରୁ ନ ଥିବା ଦେଖିବାକୁ ମିଳୁଛି। ସାମାଜିକ ସମୀକ୍ଷା ସମ୍ପର୍କରେ ସମୀକ୍ଷକ ସ୍ବର୍ଣ୍ଣଲତା ଦଳବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ସମୀକ୍ଷା କରିବା ପାଇଁ କୌଣସି କର୍ମଚାରୀଙ୍କ ସହଯୋଗ ମିଳୁନାହିଁ। ଅନେକ ଫାଇଲ ମଧ୍ୟ ଆମକୁ ଦିଆଯାଉନାହିଁ। ଆମେ କେବଳ କର୍ତ୍ତବ୍ୟ ପାଳନ କରୁଛୁ ବୋଲି ସେ କହିଛନ୍ତି। ଏହି ଅବ୍ୟବସ୍ଥା ବିଷୟରେ ନୂଆଗାଁ ବିଡିଓ ଶିରିୟାଲ ଶୁଭ୍ର ପଟେଲ କହନ୍ତି, ମୁଁ ସେପରି କିଛି ଅଭିଯୋଗ ପାଇନି, ଯଦି ସେମିତି କିଛି ହେଉଥିବ ସେଥିପ୍ରତି ଦୃଷ୍ଟି ଦେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri