ହସିବ ଓଡ଼ିଶା…ଫେରିବ ଖୁସିର ଦିନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା। ଦୃଢତାର ସହ ମୁକାବିଲା କରିବାରେ କେବେ ପଛଘୁଞ୍ଚା ଦେଇନି ଓଡ଼ିଶା। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ଭାଙ୍ଗିପଡ଼ିନାହାନ୍ତି ଓଡ଼ିଶାବାସୀ। ପ୍ରତିଥର ଅଣ୍ଟାସଳଖି ଛିଡ଼ାହୋଇଛନ୍ତି। ପୂର୍ବଗୌରବ ଫେରିବା ସହ ନୂଆ ସକାଳ ଆସିଛି, ଆଉ ଫେରିଛି ରାଜ୍ୟବାସୀଙ୍କ ଖୁସି। ଏଥର ବି ପୁଣି ଫେରିବ ସେହି ଖୁସିର ଦିନ। ଆଉ ଥରେ ଆସିବ ନୂଆ ସକାଳ। ଏ ମହାମାରୀ ବି ଚାଲିଯିବ। କିଛିଦିନର ଅପେକ୍ଷା ପରେ ପୁଣି ସବୁ କିଛି ପୂର୍ବଭଳି ସ୍ବାଭାବିକ ହୋଇଯିବ। ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଆଗରେ କରୋନା ହାର୍‌ ମାନିବ। ସୋମବାର ଟୁଇଟ୍‌ କରି ଓଡ଼ିଶାବାସୀଙ୍କୁ ଏଭଳି ସାହସ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ମ୍ୟୁଜିକ୍‌ ଭିଡ଼ିଓକୁ ଶେୟାର କରି ମୁଖ୍ୟମନ୍ତ୍ରୀ ଧୈର୍ଯ୍ୟର ସହ କରୋନାର ସମ୍ମୁଖୀନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି।
ପ୍ରଳୟଙ୍କରୀ ବାତ୍ୟା ହୁଡ୍‌ହୁଡ୍‌ରୁ ଆରମ୍ଭ କରି ଫନୀ ପର୍ଯ୍ୟନ୍ତ, କିଛି ବି ଓଡ଼ିଶାର ମନୋବଳକୁ ଦୋହଲାଇ ପାରି ଥିଲା। ଠିକ୍‌ ସେହିଭଳି ମହାମାରୀ କରୋନା ବି ଆମର କିଛି କ୍ଷତି କରିପାରିବ ନାହିଁ। ଜଗତର ନାଥ ଜଗନ୍ନାଥଙ୍କ ପହଡ଼ ଖୁବ୍‌ଶୀଘ୍ର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହେବ। ବଡ଼ଦାଣ୍ଡ ପୁଣିଥରେ ‘ଜୟ ଜଗନ୍ନାଥ ସ୍ବାମୀ’ ଧ୍ୱନିରେ ପ୍ରକମ୍ପିତ ହେବ। ପୁଣିଥରେ ଦହିବରା ପାଖରେ ଭିଡ଼ ଲାଗିବ ଓ ହକିର ସ୍ବାଭିମାନକୁ ଓଡ଼ିଶା ଫେରାଇ ଆଣିବ। ବାସ୍‌ ଏଥିପାଇଁ ଦିନ କେଇଟା ଆଉ ଅପେକ୍ଷା କରିବାକୁ ପଡ଼ିବ। ଏମିତି କିଛି କଥାକୁ ଗୀତ ଆକାରରେ ସଜାଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଥିବାବେଳେ ଏହାର ରଚନା, ପ୍ରଯୋଜନା ସହ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଏହାକୁ ସ୍ବରରେ ସଜାଇଛନ୍ତି କଣ୍ଠଶିଳ୍ପୀ ସବିଶେଷ ଓ ଦିପ୍ତୀରେଖା। ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଗୀତରେ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି। କଳାକାରଙ୍କଠାରୁ ଆରମ୍ଭକରି କ୍ରୀଡାବିତ୍‌ଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ଘରେ ମୋବାଇଲ୍‌ ମାଧ୍ୟମରେ ଭିଡ଼ିଓ କରି ଏଥିରେ ବାର୍ତ୍ତା ଦେଇଛନ୍ତି। ପଦ୍ମଶ୍ରୀ ହଳଧର ନାଗଙ୍କଠାରୁ ଆରମ୍ଭକରି ଚଳଚ୍ଚିତ୍ର ଅଭିନେତ୍ରୀ ବିଜୟଲକ୍ଷ୍ମୀ ପ୍ରହରାଜ, ଅପରାଜିତା ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିତା ସାହୁ, ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି, ବାବୁସାନ୍‌, ପ୍ରଜ୍ଞାରଞ୍ଜନ ଖଟୁଆ, ନୀଳମାଧବ ପଣ୍ଡା, କ୍ରୀଡାବିତ୍‌ ଦିଲୀପ ତିର୍କୀ, ଦୂତୀ ଚାନ୍ଦ, ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖଙ୍କୁ ଏଥିରେ ଦେଖିବାକୁ ମିଳିଛି। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଗୀତ କେବଳ ଓଡ଼ିଶାବାସୀଙ୍କ ମନରୁ ଭୟ ଦୂର କରିନି, ବରଂ ଏକାଠି ହୋଇ କରୋନା ମୁକାବିଲା କରିବାକୁ ସାହସ ଯୋଗାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri