ହର ହର ମହାଦେବ…

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶ୍ରୀଲଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ଶତାଧିକ ଶୈବପୀଠରେ ଶୁକ୍ରବାର ଆୟୋଜିତ ହୋଇଥିଲା ମହାଶିବରାତ୍ରି। ଘଣ୍ଟ ହୁଳହୁଳିରେ ଉଛୁଳି ପଡ଼ିଥିଲା ସହରର ସମସ୍ତ ଶୈବପୀଠ। ଶିବ ପଞ୍ଚାକ୍ଷରୀ ସ୍ତୋତ୍ରରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଥିଲା। ଏକାକାର ହୋଇଥିଲେ ଭକ୍ତ ଭଗବାନ। ସନ୍ଧ୍ୟା ହେବା କ୍ଷଣି ରାଜଧାନୀ ରାଜରାସ୍ତା ହୋଇ ଉଠିଥିଲା ଚଳଚଞ୍ଚଳ। ମହାପ୍ରଭୁ ଲିଙ୍ଗରାଜଙ୍କଠାରୁ ଆରମ୍ଭ କରି କେଦାରଗୌରୀ ମନ୍ଦିର, ଖରାଖିଆ ବୈଦ୍ୟନାଥ, ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଜମ୍ବେଶ୍ୱର ଏବଂ ଚିନ୍ତାମଣୀଶ୍ୱର ମନ୍ଦିର ଏବଂ ଶତ୍ରୁଘନେଶ୍ୱର ଭଳି ପ୍ରମୁଖ ଶୈବପୀଠରେ ଭକ୍ତିମୟ ପରିବେଶରେ ଭିଜିଥିଲେ ଭକ୍ତ। ରାତି ୯ଟା ୪୫ରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଭୁବନେଶ୍ୱରର ଅଧିକାଂଶ ମନ୍ଦିରରେ ମହାଦୀପ ଉଠାଯାଇଥିଲା।
ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ବିଭିନ୍ନ ଶୈବପୀଠରେ ଭୋର୍‌ ୪ଟାରେ ସାହାଣ ମେଲା ହୋଇଥିଲା। ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ତଥା ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବା ପରେ ଶ୍ରଦ୍ଧାଳୁମାନେ ଦେବଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଭୋଳାନାଥଙ୍କ ଦର୍ଶନ ପାଇଁ ସମସ୍ତ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଅପରାହ୍ନ ୧୨ଟାରେ ରୁଦ୍ରାଭିଷେକ ଓ ସନ୍ଧ୍ୟା ୬ଟା ସମୟରେ ସନ୍ଧ୍ୟା ଆଳତି ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବା ପରେ ଶ୍ରଦ୍ଧାଳୁମାନେ ପରିବାରର ସୁଖଶାନ୍ତି କାମନା କରି ଜାଗର ଦୀପ ଜାଳିଥିଲେ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ରାଜଧାନୀର ଅଧିକାଂଶ ମନ୍ଦିରରେ ମହାଦୀପ ଉଠିଥିଲା। ପୁରୁଣା ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିର, ଖରାଖିଆ ବୈଦ୍ୟନାଥ ମନ୍ଦିର, ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଜମ୍ବେଶ୍ୱର, ଭୀମଟାଙ୍କିର ଭୀମେଶ୍ୱର ଏବଂ ଚିନ୍ତାମଣୀଶ୍ୱରସ୍ଥିତ ଚିନ୍ତାମଣୀଶ୍ୱର ମନ୍ଦିର, ଶତ୍ରୁଘନେଶ୍ୱର ମନ୍ଦିର ସହ ଜିଜିପି କଲୋନୀସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ନୀଳାଦ୍ରି ବିହାର ଇଶାନେଶ୍ୱର ମନ୍ଦିର, ଚନ୍ଦ୍ରଶେଖରପୁରସ୍ଥିତ ସ୍ବପ୍ନେଶ୍ୱର, ମୈତ୍ରୀ ବିହାରସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, କାନନବିହାରସ୍ଥିତ କାନନେଶ୍ୱର ମନ୍ଦିର, ପଟିଆ ମହାଦେବ, କଳାରାହାଙ୍ଗର ଜଳେଶ୍ୱର ମନ୍ଦିର, ମଞ୍ଚେଶ୍ୱରସ୍ଥିତ ମଞ୍ଚନାଥ ମନ୍ଦିର, ବାଣୀବିହାରସ୍ଥିତ ଆଖଣ୍ଡଳମଣି ମହାଦେବ ମନ୍ଦିର, କେଦାରେଶ୍ୱର ଏବଂ ବିଷେଶ୍ୱର ମନ୍ଦିର, ଭିଏସ୍‌ଏସ୍‌ ନଗରସ୍ଥିତ ଭୁବନେଶ୍ୱରୀ ମନ୍ଦିର, ରଙ୍ଗମାଟିଆସ୍ଥିତ ରଙ୍ଗେଶ୍ୱର ମନ୍ଦିର, ଚକେଇସିହାଣୀସ୍ଥିତ ସୋମନାଥ ମନ୍ଦିର ଏବଂ କଟକ ରୋଡସ୍ଥିତ ବୁଦ୍ଧେଶ୍ୱରୀ ମନ୍ଦିର ପ୍ରଭୃତିରେ ରାତି ୧୦ଟା ବେଳେ ମହାଦୀପ ଉଠିଥିଲା। ମହାଦୀପ ଉଠିବା ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

ବ୍ରହ୍ମେଶ୍ୱରରେ ଆକର୍ଷଣ ସାଜିଲା ଭଜନ ସନ୍ଧ୍ୟା
ମହାଶିବରାତ୍ରି ଉପଲକ୍ଷେ ବ୍ରହ୍ମେଶ୍ୱର ମନ୍ଦିରରେ ଲଡର୍ର୍ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କ ଦର୍ଶନ ଓ ଭଜନ ସନ୍ଧ୍ୟା ଦେଖିବାକୁ ଏଠାରେ ଅସମ୍ଭାଳ ଭିଡ଼ ହୋଇଥିଲା। ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ଅନିଲ ବାୱରା, ପାମେଲା ଜୈନ୍‌ ଓ ସୌରିନ୍‌ ଭଟ୍ଟ ଭଜନ ପରିବେଷଣ କରିଥିଲେ। ଏହାସହ ଇରା ମହାନ୍ତି, କୁମାର ବାପି, ଶୈଳଭାମା ମହାପାତ୍ରଙ୍କ ଭଳି ବହୁ କଳାକାରଙ୍କ କଣ୍ଠରୁ ମନଛୁଆଁ ଓଡ଼ିଆ ଭଜନ ଶୁଣିବାକୁ ମିଳିଥିଲା। ପୂର୍ବତନ କର୍ପୋରେଟର ତଥା ମ୍ୟାନେଜିଂ ଟ୍ରଷ୍ଟି ସଭ୍ୟ ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri