ହର ହର ମହାଦେବ…

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଶ୍ରୀଲଙ୍ଗରାଜ ମନ୍ଦିର ବ୍ୟତୀତ ଏକାମ୍ର କ୍ଷେତ୍ର ଏବଂ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ଶତାଧିକ ଶୈବପୀଠରେ ଶୁକ୍ରବାର ଆୟୋଜିତ ହୋଇଥିଲା ମହାଶିବରାତ୍ରି। ଘଣ୍ଟ ହୁଳହୁଳିରେ ଉଛୁଳି ପଡ଼ିଥିଲା ସହରର ସମସ୍ତ ଶୈବପୀଠ। ଶିବ ପଞ୍ଚାକ୍ଷରୀ ସ୍ତୋତ୍ରରେ ଏକାମ୍ର କ୍ଷେତ୍ର ପ୍ରକମ୍ପିତ ହୋଇଥିଲା। ଏକାକାର ହୋଇଥିଲେ ଭକ୍ତ ଭଗବାନ। ସନ୍ଧ୍ୟା ହେବା କ୍ଷଣି ରାଜଧାନୀ ରାଜରାସ୍ତା ହୋଇ ଉଠିଥିଲା ଚଳଚଞ୍ଚଳ। ମହାପ୍ରଭୁ ଲିଙ୍ଗରାଜଙ୍କଠାରୁ ଆରମ୍ଭ କରି କେଦାରଗୌରୀ ମନ୍ଦିର, ଖରାଖିଆ ବୈଦ୍ୟନାଥ, ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଜମ୍ବେଶ୍ୱର ଏବଂ ଚିନ୍ତାମଣୀଶ୍ୱର ମନ୍ଦିର ଏବଂ ଶତ୍ରୁଘନେଶ୍ୱର ଭଳି ପ୍ରମୁଖ ଶୈବପୀଠରେ ଭକ୍ତିମୟ ପରିବେଶରେ ଭିଜିଥିଲେ ଭକ୍ତ। ରାତି ୯ଟା ୪୫ରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ଭୁବନେଶ୍ୱରର ଅଧିକାଂଶ ମନ୍ଦିରରେ ମହାଦୀପ ଉଠାଯାଇଥିଲା।
ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ବିଭିନ୍ନ ଶୈବପୀଠରେ ଭୋର୍‌ ୪ଟାରେ ସାହାଣ ମେଲା ହୋଇଥିଲା। ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ତଥା ମହାଦେବଙ୍କ ସ୍ନାନକାର୍ଯ୍ୟ ଅନୁଷ୍ଠିତ ହେବା ପରେ ଶ୍ରଦ୍ଧାଳୁମାନେ ଦେବଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳାର ସହ ଭୋଳାନାଥଙ୍କ ଦର୍ଶନ ପାଇଁ ସମସ୍ତ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଅପରାହ୍ନ ୧୨ଟାରେ ରୁଦ୍ରାଭିଷେକ ଓ ସନ୍ଧ୍ୟା ୬ଟା ସମୟରେ ସନ୍ଧ୍ୟା ଆଳତି ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯିବା ପରେ ଶ୍ରଦ୍ଧାଳୁମାନେ ପରିବାରର ସୁଖଶାନ୍ତି କାମନା କରି ଜାଗର ଦୀପ ଜାଳିଥିଲେ। ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ପରେ ରାଜଧାନୀର ଅଧିକାଂଶ ମନ୍ଦିରରେ ମହାଦୀପ ଉଠିଥିଲା। ପୁରୁଣା ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିର, ଖରାଖିଆ ବୈଦ୍ୟନାଥ ମନ୍ଦିର, ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ମୁକ୍ତେଶ୍ୱର, ମେଘେଶ୍ୱର, ଜମ୍ବେଶ୍ୱର, ଭୀମଟାଙ୍କିର ଭୀମେଶ୍ୱର ଏବଂ ଚିନ୍ତାମଣୀଶ୍ୱରସ୍ଥିତ ଚିନ୍ତାମଣୀଶ୍ୱର ମନ୍ଦିର, ଶତ୍ରୁଘନେଶ୍ୱର ମନ୍ଦିର ସହ ଜିଜିପି କଲୋନୀସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ନୀଳାଦ୍ରି ବିହାର ଇଶାନେଶ୍ୱର ମନ୍ଦିର, ଚନ୍ଦ୍ରଶେଖରପୁରସ୍ଥିତ ସ୍ବପ୍ନେଶ୍ୱର, ମୈତ୍ରୀ ବିହାରସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, କାନନବିହାରସ୍ଥିତ କାନନେଶ୍ୱର ମନ୍ଦିର, ପଟିଆ ମହାଦେବ, କଳାରାହାଙ୍ଗର ଜଳେଶ୍ୱର ମନ୍ଦିର, ମଞ୍ଚେଶ୍ୱରସ୍ଥିତ ମଞ୍ଚନାଥ ମନ୍ଦିର, ବାଣୀବିହାରସ୍ଥିତ ଆଖଣ୍ଡଳମଣି ମହାଦେବ ମନ୍ଦିର, କେଦାରେଶ୍ୱର ଏବଂ ବିଷେଶ୍ୱର ମନ୍ଦିର, ଭିଏସ୍‌ଏସ୍‌ ନଗରସ୍ଥିତ ଭୁବନେଶ୍ୱରୀ ମନ୍ଦିର, ରଙ୍ଗମାଟିଆସ୍ଥିତ ରଙ୍ଗେଶ୍ୱର ମନ୍ଦିର, ଚକେଇସିହାଣୀସ୍ଥିତ ସୋମନାଥ ମନ୍ଦିର ଏବଂ କଟକ ରୋଡସ୍ଥିତ ବୁଦ୍ଧେଶ୍ୱରୀ ମନ୍ଦିର ପ୍ରଭୃତିରେ ରାତି ୧୦ଟା ବେଳେ ମହାଦୀପ ଉଠିଥିଲା। ମହାଦୀପ ଉଠିବା ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।

ବ୍ରହ୍ମେଶ୍ୱରରେ ଆକର୍ଷଣ ସାଜିଲା ଭଜନ ସନ୍ଧ୍ୟା
ମହାଶିବରାତ୍ରି ଉପଲକ୍ଷେ ବ୍ରହ୍ମେଶ୍ୱର ମନ୍ଦିରରେ ଲଡର୍ର୍ ବ୍ରହ୍ମେଶ୍ୱର ଦେବ ଟେମ୍ପୁଲ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କ ଦର୍ଶନ ଓ ଭଜନ ସନ୍ଧ୍ୟା ଦେଖିବାକୁ ଏଠାରେ ଅସମ୍ଭାଳ ଭିଡ଼ ହୋଇଥିଲା। ମୁମ୍ବାଇର ଖ୍ୟାତନାମା କଣ୍ଠଶିଳ୍ପୀ ଅନିଲ ବାୱରା, ପାମେଲା ଜୈନ୍‌ ଓ ସୌରିନ୍‌ ଭଟ୍ଟ ଭଜନ ପରିବେଷଣ କରିଥିଲେ। ଏହାସହ ଇରା ମହାନ୍ତି, କୁମାର ବାପି, ଶୈଳଭାମା ମହାପାତ୍ରଙ୍କ ଭଳି ବହୁ କଳାକାରଙ୍କ କଣ୍ଠରୁ ମନଛୁଆଁ ଓଡ଼ିଆ ଭଜନ ଶୁଣିବାକୁ ମିଳିଥିଲା। ପୂର୍ବତନ କର୍ପୋରେଟର ତଥା ମ୍ୟାନେଜିଂ ଟ୍ରଷ୍ଟି ସଭ୍ୟ ମଳୟ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟି ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଅଧ୍ୟକ୍ଷତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?