ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଏଲ୍‌ଇଡି ଚାଲୁନି

ପୁରୀ ଅଫିସ,୨୨।୨: ଶ୍ରୀମନ୍ଦିର ହୁଣ୍ଡି ଗଣତିରେ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବେଢ଼ା ପରିସର ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିଲା ଏଲ୍‌ଇଡି। ଉଦ୍ଦେଶ୍ୟ ଥିଲା ଶ୍ରଦ୍ଧାଳୁମାନେ ବି ସିଧାସଳଖ ହୁଣ୍ଡି ଗଣତି ଦେଖିପାରିବେ। ଫଳରେ ବିଭିନ୍ନ ସମୟରେ ହୁଣ୍ଡି ଗଣତିକୁ ନେଇ ହେଉଥିବା ଅଭିଯୋଗ ଯେଭଳି ପୁନରାବୃତ୍ତି ହେବ ନାହିଁ। ମାତ୍ର ଗତ କିଛିଦିନ ହେବ ଏହି ଏଲ୍‌ଇଡି ଚାଲୁ ନାହିଁ। ଏହା ଖରାପ ହୋଇଯାଇଥିବା କୁହାଯାଉଥିବାବେଳେ ହୁଣ୍ଡି ଗଣତିରେ ସ୍ବଚ୍ଛତାକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଶ୍ରଦ୍ଧାଳୁ। ୨୦୧୮ ଜାନୁୟାରୀ ୧୪ ତାରିଖ ସନ୍ଧ୍ୟାରେ ହୁଣ୍ଡି ଗଣତି ବେଳେ ଟଙ୍କା ଚୋରି ହୋଇଥିବା ନେଇ ୧୫ ତାରିଖରେ ଜଣେ ବରିଷ୍ଠ ସେବାୟତ ଗଣମାଧ୍ୟମରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ନଁ।ରେ ଆଣିଥିଲେ। ଏହା ଏକ ସଙ୍ଗିନ ଅଭିଯୋଗ ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ତଦନ୍ତ କରାଯାଇଥିଲା। ଆଇଟି ଏକ୍‌ଜିକ୍ୟୁଟିଭ ସିସିଟିଭି ଫୁଟେଜ ଯାଞ୍ଚ କରି ଟଙ୍କା ଚୋରିର କୌଣସି ସତ୍ୟତା ନ ଥିବା ରିପୋର୍ଟ ଦେଇଥିଲେ। ସେହିଭଳି ଗଣତି ପାଇଁ ଯାଇଥିବା ଟିମ୍‌ ମୁଖ୍ୟ ଦେଇଥିବା ରିପୋର୍ଟରେ ଟଙ୍କା ଚୋରି ହୋଇ ନ ଥିବା ଦର୍ଶାଇଥିଲେ। ସେହିପରି ୨୦୧୬ ଡିସେମ୍ବର ୧୨ରେ ହୁଣ୍ଡି ଗଣତି ବେଳେ ୪ ହଜାର ଟଙ୍କା ଚୋରି ହୋଇଥିଲା। ତାହା ଶ୍ରୀମନ୍ଦିର ପ୍ରଶାସନର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଇଥିବା ଜଣାପଡ଼ିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଫଳରେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି ହେଉଥିବା ଭକ୍ତଙ୍କ ମନରେ ଏକପ୍ରକାର ଧାରଣା ସୃଷ୍ଟି କରିଥିଲା। ଶ୍ରଦ୍ଧାଳୁଙ୍କ ମନରେ ସୃଷ୍ଟି ହେଉଥିବା ଏଭଳି ଧାରଣାକୁ ହଟାଇବା ଲାଗି ମନ୍ଦିର ପ୍ରଶାସନ ପଦକ୍ଷେପ ନେଇଥିଲା। ୨୦୧୮ ଜାନୁୟାରୀ ୧୮ରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ବାହାରେ ଏକ ବଡ଼ ଏଲ୍‌ଇଡି ଲଗାଯାଇଥିଲା। ଏଥିସହିତ ହୁଣ୍ଡି ଗଣତିସ୍ଥଳରେ ଅଧିକ ୪ଟି ସିସିଟିଭି କ୍ୟାମେରା ମଧ୍ୟ ଲଗାଗଲା। ସେବେଠାରୁ ଭିତରେ ହୁଣ୍ଡି ଗଣତି ଚାଲିଥିବାବେଳେ ବାହାରେ ଭକ୍ତମାନେ ସିଧାସଳଖ ଏହା ଦେଖିପାରୁଥିଲେ। ଏପରି କି ମହାପ୍ରଭୁଙ୍କ ହୁଣ୍ଡିରେ କ’ଣ କ’ଣ ଦାନ ଦିଆଯାଇଛି ତାହା ମଧ୍ୟ ଜାଣିପାରୁଥିଲେ। ଏଥିସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ପ୍ରତିଦିନ ହୁଣ୍ଡିରୁ କେତେ ଟଙ୍କା, ସୁନା ଓ ରୁପା ବାହାରୁଛି ତାହା ସର୍ବସମ୍ମୁଖରେ ଅବଗତ କରାଯାଉଛି। କିନ୍ତୁ ହୁଣ୍ଡି ଗଣତି ପାଇଁ ଲଗାଯାଇଥିବା ଏଲ୍‌ଇଡି ଏବେ ଚାଲୁ ନ ଥିବାରୁ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କୁହନ୍ତି, ହୁଣ୍ଡି ଗଣତିସ୍ଥଳରେ ଅଧିକ ସଂଖ୍ୟାରେ ସିସିଟିଭି ଲଗାଯାଇଛି। ପ୍ରତିଦିନ ଗଣତିର ରେକର୍ଡିଂ ମଧ୍ୟ ହେଉଛି। ଭକ୍ତଙ୍କ ପାଇଁ ଶାଖା କାର୍ଯ୍ୟାଳୟ ବାହାରେ ଲଗାଯାଇଥିବା ଏଲ୍‌ଇଡି ଅଳ୍ପ କିଛିଦିନ ହେବ ଖରାପ ହୋଇଯାଇଛି। ଏହାକୁ ଖୁବଶୀଘ୍ର ସଜଡ଼ା ଯିବ ବୋଲି ପୂଜାପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?